ବିଏମ୍‌ସି ଅଧିକାରୀଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): ନିର୍ବାଚନ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଧିକାରୀଙ୍କ ଦାୟିତ୍ୱ ବଦଳିଛି। ପୁରୁଣା ଅଧିକାରୀ ଚୌକି ଛାଡ଼ିବା ସହ ନୂଆ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଏହିକ୍ରମରେ ୪ଟି ବର୍ଗରେ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ଜଣ ଅତିରିକ୍ତ କମିଶନର ତଥା ସୁପରଭାଇଜିଂ ଅଫିସରଙ୍କ ନେତୃତ୍ୱରେ ଡେପୁଟି କମିଶନର ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟା ହୋଇଛି। ସିଟି ଚିଫ୍‌ ଇଞ୍ଜିନିୟରଙ୍କ ନେତୃତ୍ୱରେ ଅନ୍ୟ ଇଞ୍ଜିନିୟର, ମୁଖ୍ୟ ବିତ୍ତ ଅଧିକାରୀଙ୍କ ନେତୃତ୍ୱରେ ଫାଇନାନ୍ସ, ଅଡିଟ୍‌ ଓ ଆକାଉଣ୍ଟ୍ସ ଅଧିକାରୀ ଓ ସିଟି ପ୍ଲାନରଙ୍କ ନେତୃତ୍ୱରେ ପ୍ଲାନିଂ ସେକ୍ସନ ଅଧିକାରୀଙ୍କୁ କାର୍ଯ୍ୟ କରିବାକୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ସେହିପରି ସୁପରଭାଇଜିଂ ଅଫିସର ଭାବେ ଅତିରିକ୍ତ କମିଶନର-୧ ଘାସିରାମ ମୁର୍ମୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ତାଙ୍କ ଅଧୀନରେ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ରାଜକିଶୋର ଜେନା, ଅଜୟ କୁମାର ମହାନ୍ତି, ଧନଞ୍ଜୟ ମହାନ୍ତି, ଡ. ମନୋରଞ୍ଜନ ସାହୁ, ଅଶୋକ କୁମାର ଲେଙ୍କା, ଆସିଷ୍ଟାଣ୍ଟ କମିଶନର ଏନ.ଗଣେଶ ବାବୁ, ଜୋନାଲ ଡେପୁଟି କମିଶନର ଜୟଶ୍ରୀ ବେଉରା ବିଭିନ୍ନ ବିଭାଗରେ କାମ କରିବେ। ଅପରପକ୍ଷେ ନୂଆ ଦାୟିତ୍ୱ ନେଇଥିବା ଅତିରିକ୍ତ କମିଶନର-୨ ସସ୍ମିତା ସାହୁଙ୍କ ନେତୃତ୍ୱରେ ପ୍ରିୟଙ୍କା ମଲ୍ଲିକ, କାଜଲ ପ୍ରଧାନ, ରଞ୍ଜନ କୁମାର ବେହେରାଙ୍କ ସହ ଏନ୍‌ଭାଇରନ୍‌ମେଣ୍ଟ୍‌ ଅଫିସର ବାଉରୀବନ୍ଧୁ ନାୟକ ଓ ସହର ଶିକ୍ଷା ଅଧିକାରୀ ଡ. ଅମ୍ରିତା ପ୍ରୀତିନନ୍ଦା କାମ କରିବେ। ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସୌଦାମିନୀ ବେହେରା, ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଇତିଶ୍ରୀ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସିଟି ଇଞ୍ଜିନିୟର ବିଳାସ କୁମାର ବେହେରାଙ୍କ ନେତୃତ୍ୱରେ ୩ ଜୋନର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ପରିମଳ, ବିଦ୍ୟୁତ୍‌, ଡ୍ରେନ ଉପବିଭାଗର ଯନ୍ତ୍ରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସିଟି ପ୍ଲାନର ଦାୟିତ୍ୱରେ ଥିବା ବିପୁଳ କୁମାର ନାୟକଙ୍କ ନେତୃତ୍ୱରେ ସମସ୍ତ ଆସିଷ୍ଟାଣ୍ଟ ଟାଉନ ପ୍ଲାନର (ଏଟିପି) କାମ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍‌, ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର,୯ା୫: ରାଜଧାନୀରେ ଗୁରୁବାର ବଡ଼ ଧରଣର ଆଇଟି ରେଡ୍‌ ହୋଇଛି। ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଗୁରୁବାର ସଂନ୍ଧ୍ୟାରେ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଦେଲେ ସୂଚନା

ଗଞ୍ଜାମ,୯।୫: ଗୁରୁବାର ଗଞ୍ଜାମ କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri