ମାଂସ ମାର୍କେଟ ପାଇଁ ବିଏମ୍‌ସିର ଜାଗା ନାହିଁ

ଭୁବନେଶ୍ୱର,୮।୮ (ବନ୍ଦନା ସେଠୀ): ରାଜଧାନୀ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ସମସ୍ତ ମାଂସ ବ୍ୟବସାୟୀଙ୍କୁ ଥଇଥାନ କରାଯିବା ସହ ପ୍ରତି ଓ୍ବାର୍ଡରେ ମାଂସ ମାର୍କେଟ ନିର୍ମାଣ କରିବା ପାଇଁ ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ଆସନ୍ତା ୨ବର୍ଷ ମଧ୍ୟରେ ସବୁ ଓ୍ବାର୍ଡରେ ମାର୍କେଟ ନିର୍ମାଣ କରାଯିବା ସହ କାମର ଅଗ୍ରଗତି ନେଇ ପ୍ରତି ୨ମାସରେ ଥରେ ମାଂସ ବ୍ୟବସାୟୀଙ୍କ ସହ ମେୟରଙ୍କ ଆଲୋଚନା ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ପ୍ରଥମ ବୈଠକ ଡିସେମ୍ବର ୫ରେ ହୋଇଥିବାବେଳେ ଏହାପରେ ଆଉ କୌଣସି ବୈଠକ କରାଯାଇ ନ ଥିଲା। ବହୁ ଦାବି ପରେ ଦୀର୍ଘ ୮ମାସ ପରେ ସୋମବାର ରୋଟାରୀ ଭବନଠାରେ ହୋଇଥିବା ଆଲୋଚନାଚକ୍ରରେ ମେୟର ଏବଂ ବିଧାୟକ ଯୋଗଦେଲେ। ଆଲୋଚନା ସହିତ ଦାବି ଉପସ୍ଥାପନ କରାଗଲା। ମାତ୍ର ଆମିଷ ବ୍ୟବସାୟୀଙ୍କ ଥଇଥାନ ପାଇଁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ସେହିପରି ପ୍ରତି ଓ୍ବାର୍ଡରେ ହେବାକୁ ଥିବ ମାଂସ ମାର୍କେଟ ନିର୍ମାଣ କେବେ ଆରମ୍ଭ ହେବ ତାହାର ମଧ୍ୟ କୌଣସି ଉତ୍ତର ମିଳିଲାନି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଖରେ କୌଣସି ଜାଗା ନାହିଁ। ଯାହା ଅଛି ସେ ସବୁ ଜିଏ ଏବଂ ବିଡିଏର। ତେଣୁ ସେମାନଙ୍କ ପାଖରୁ ଜାଗା ଚିହ୍ନଟ କରି ବ୍ୟବସାୟୀଙ୍କ ପାଇଁ ମାର୍କେଟ ନିର୍ମାଣ କରିବା ସମୟସାପେକ୍ଷ ବୋଲି ମେୟର ସଫେଇ ଦେଇ ପ୍ରକୃତ ପ୍ରଶ୍ନକୁ ଆଡେଇ ଦେଇଥିଲେ। ଅପରପକ୍ଷେ ଏବେ ସହରର ବିଭିନ୍ନ ଗଳିକନ୍ଦିରେ ମାଂସ ବ୍ୟବସାୟ ଗଢି ଉଠୁଥିବାବେଳେ ଏତେଜଣଙ୍କୁ ଥଇଥାନ କରିବା ମଧ୍ୟ କଷ୍ଟକର ହୋଇ ପଡିଛି। ତେଣୁ ସହରରେ ଥିବା ସମସ୍ତ ମାଂସ ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରି ବିଏମସିକୁ ପ୍ରଦାନ କରିବା ପାଇଁ ମହାସଂଘକୁ କୁହାଯାଇଛି। ଏଥିସହ ତାଲିକା ବାଦ୍‌ ଯେପରି ଆଉ କୌଣସି ନୂଆ ବ୍ୟବସାୟୀ ନ ବାହାରନ୍ତି ସେ ନେଇ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି। ସମସ୍ତ କଥାରେ ଭୁବନେଶ୍ୱର ଆମିଷ ବ୍ୟବସାୟୀ ମହାସଂଘ (ମାଂସ) ବିଭାଗ ରାଜି ହୋଇଥିଲେ ବି ଏ ଯାଏ ଜାଗା ଚିହ୍ନଟ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛି।
ଏ ସମ୍ପର୍କରେ ମହାସଂଘର ରାଜ୍ୟ ସଭାପତି ଶେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି, ଏତେଦିନ ପରେ ଆଲୋଚନା ହେଲେ ବି ସେପରି କିଛି ସୁଫଳ ମିଳିଲାନି। ୮ମାସ ମଧ୍ୟରେ ବିଏମ୍‌ସି ଗୋଟିଏ ଓ୍ବାର୍ଡରେ ମଧ୍ୟ ଜାଗା ଚିହ୍ନଟ କରି ନ ପାରିବା ଦୁଃଖଦାୟକ। ଭୁବନେଶ୍ୱରରେ ଏବେ ୩୫୦ଜଣ ମାଂସ ବ୍ୟବସାୟୀ ରହିଛନ୍ତି। ବିଏମ୍‌ସି ସେମାନଙ୍କୁ ଥଇଥାନ ନ କରି କେବଳ ଉଚ୍ଛେଦ କରି ଚାଲିଛି ଯାହାକି ଆଇନ୍‌ ବିରୁଦ୍ଧ। ତେଣୁ ଏହି ଆଲୋଚନା ପରେ ମଧ୍ୟ ଯଦି ବିଏମ୍‌ସି ବ୍ୟବସାୟୀଙ୍କୁ ଉଚ୍ଛେଦ କରିବା ପ୍ରକ୍ରିୟା ଜାରି ରଖେ ତେବେ ଏହାକୁ ଦୃଢ ବିରୋଧ କରି ସମସ୍ତ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମୁନ୍ତାକିମ୍‌ କହିଛନ୍ତି। ଏହି ଅବସରରେ ମହାସଂଘ ପକ୍ଷରୁ ୮ଦଫା ସମ୍ବଳିତ ଦାବିପତ୍ର ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ, ମେୟରଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ୨ ବିଧାୟକ, ମୁଖ୍ୟବକ୍ତା ଭାବେ ମେୟର ଯୋଗଦେଇଥିଲେ। ପୂର୍ବତନ କର୍ପୋରେଟର ତଥା ମହାସଂଘର ଉପଦେଷ୍ଟା ମୁଜାହିଦ୍‌ ହୁସେନ୍‌ ସ୍ବାଗତଭାଷଣ ଦେଇଥିବାବେଳେ ରାଜ୍ୟ ସଭାପତି ସେଖ୍‌ ମୁନ୍ତାକିମ୍‌ ବକ୍ସ ସଭାପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri