ପ୍ରତିଶ୍ରୁତି ରକ୍ଷା କରିପାରିଲାନି ବିଏମ୍‌ସି

ଭୁବନେଶ୍ୱର, ୪।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବହୁ ପ୍ରତୀକ୍ଷିତ ଭୁଆସୁଣୀ ବାୟୋ ମାଇନିଂ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଏଥିପାଇଁ ସବୁ କାମ ସରିଥିଲେ ମଧ୍ୟ ପ୍ରତିଦିନ ଆବର୍ଜନା ଗଦା ହେଉଥିବାରୁ ପ୍ରକଳ୍ପ ହୋଇପାରୁନାହିଁ। ଅକ୍ଷୟ ତୃତୀୟା ଠାରୁ ଏଠାରେ କାମ ଆରମ୍ଭ ହେବ ବୋଲି ବିଏମ୍‌ସି ପକ୍ଷରୁ ଏପ୍ରିଲ୍‌ ୨୦ ତାରିଖରେ ସୂଚନା ଦିଆଯାଇଥିଲା। ମାତ୍ର ଅଳିଆ ପକାଇବାକୁ ନେଇ ଅଞ୍ଚଳବାସୀ ଏବଂ ବିଏମ୍‌ସି ମଧ୍ୟରେ ଥିବା ବିବାଦ ତୁଟୁନାହିଁ। ଫଳରେ ପଦ୍ମ ଘୁଞ୍ଚତ୍ ଘୁଞ୍ଚତ୍ ଯିବା ଭଳି ପ୍ରକଳ୍ପ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଚାଲିଛି। ଏପ୍ରିଲ ୨୦ରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଭୁବନେଶ୍ୱର ବ୍ଲକ ଉପାଧ୍ୟକ୍ଷ ଅଜିତ ହରିଚନ୍ଦନ ଓ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀଙ୍କ ସହ ଆଲୋଚନା କରାଯାଇଥିଲା। ଆବର୍ଜନା ଗଦା କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ଏବଂ ୨୩ ତାରିଖରୁ ସେଠାରେ ଆଉ ଆବର୍ଜନା ପଡ଼ିବ ନାହିଁ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ନିଜ କଥା ରକ୍ଷା କରିବାରେ ବିଏମ୍‌ସି ବିଫଳ ହୋଇଛି। ଆଜି ପର୍ଯ୍ୟନ୍ତ ସେଠାରେ ଅଳିଆ ପକାଇବା ବନ୍ଦ ହୋଇପାରିନାହିଁ। ତେଣୁ ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଅଳିଆ ପକାଇବା ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ବାୟୋ ମାଇନିଂ ପ୍ରକଳ୍ପ କାମ ଆରମ୍ଭ ହୋଇପାରିବ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଏବଂ ବିଧାୟକ ରୋକ୍‌ଠୋକ୍‌ ଭାବେ କହିଛନ୍ତି। ଏନେଇ ୨/୩ ଦିନ ତଳେ ବିଏମ୍‌ସି ସହିତ ସେମାନଙ୍କର ଆଲୋଚନା ହୋଇଥିଲା। ତେବେ ବିଏମ୍‌ସିର ଅଧିକାରୀମାନେ ଏ ସମ୍ପର୍କରେ ବୁଝାଶୁଝା କରିବା ପରେ ସେମାନେ ୭ଦିନ ସମୟ ମାଗିଛନ୍ତି। ତେଣୁ ଭୁଆସୁଣୀରେ ବାୟୋ ମାଇନିଂ ପ୍ରକଳ୍ପ ଆରମ୍ଭ ହୋଇପାରିବ କି ନାହିଁ ତାହା ଏହି ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏନେଇ ବିଏମ୍‌ସି ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି, ସହରରେ ବର୍ଜ୍ୟ ପରିଚାଳନା ପାଇଁ ଏବେ ୩୧ଟି ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) କାର୍ଯ୍ୟକ୍ଷମ ହୋଇଛି। ବାକି ୧୦ଟି ଏମ୍‌ସିସି ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏଥିଲାଗି ଆଉ ୨ମାସ ସମୟ ଲାଗିବ। ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ସହରର ଅଳିଆ ଭୁଆସୁଣୀ ଡମ୍ପିଂୟାର୍ଡକୁ ଯିବ ନାହିଁ। ସ୍ଥାନୀୟ ଲୋକେ ଯେପରି ପ୍ରକଳ୍ପ ପାଇଁ ସହଯୋଗ କରିବେ ସେନେଇ ପ୍ରଚେଷ୍ଟା ଜାରି ରହିଛି। ତେଣୁ ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି ଆଶା ରଖିଛୁ ବୋଲି ସାହୁ ପ୍ରକାଶ କରିଛନ୍ତି।
୨୦୨୧ ମାର୍ଚ୍ଚରେ ଭୁଆସୁଣୀ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୩ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ପ୍ରକଳ୍ପର ଶୁଭ ପଡ଼ିପାରୁନାହିଁ। ବାୟୋ ମାଇନିଂ ପ୍ରକ୍ରିୟାରେ ସବୁ ଅଳିଆକୁ ଡିସ୍‌ପୋଜାଲ କରାଯିବ। ଏଥିପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଜାଗୃତି ଓ ଜନାଧାର ସଂସ୍ଥା ବାୟୋମାଇନିଂ କାର୍ଯ୍ୟ ଆରମ୍ଭ କରିବାକୁ ଆବଶ୍ୟକ ପରୀକ୍ଷଣ ଶେଷ କରିଥିବାବେଳେ ୨ଟି ମେଶିନ୍‌ କ୍ରୟ କରିସାରିଛନ୍ତି। ମାତ୍ର କାମ ଆରମ୍ଭ ହୋଇପାରୁ ନାହିଁ। ଡମ୍ଫିଂୟାର୍ଡକୁ ନେଇ ବାଦବିବାଦ ହେବା ପରେ ଏମ୍‌ସିସି ପ୍ରତିଷ୍ଠା କରି ଆବର୍ଜନା ପରିଚାଳନା କରିବା ପାଇଁ ବିଏମ୍‌ସି ଯୋଜନା କରିଥିଲା। ଆବର୍ଜନା ଓ ପରିଚାଳନାକୁ ହିସାବ କରି ସହରରେ ୪୩ଟି ଏମ୍‌ସିସିି ପ୍ରତିଷ୍ଠା କଲେ ଭୁବନେଶ୍ବରରୁ ଦୈନିକ ବାହାରୁଥିବା ଆବର୍ଜନା ପରିଚାଳନା ହୋଇପାରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଜାଗା ଚିହ୍ନଟ ହେବା ସହ ପ୍ରକଳ୍ପ ପ୍ରତିଷ୍ଠା ହେଲା। ସେଥିମଧ୍ୟରୁ ୩୧ଟି କାର୍ଯ୍ୟକ୍ଷମ ହୋଇଥିଲା। ତେବେ ସବୁଗୁଡ଼ିକ ନିୟମିତ ଚାଲୁନାହିଁ। ବାକି ୧୨ଟି ଏମ୍‌ସିସି ମଧ୍ୟରୁ ଜମି ବିବାଦ କାରଣରୁ ୨ଟିକୁ ବନ୍ଦ କରି ଦିଆଯାଇଛି। ଏହାବାଦ୍‌ ଆଉ ୧୦ଟି ମଧ୍ୟରୁ କେଉଁଠି ଜମିକୁ ନେଇ ଅଦାଲତି ଲଢ଼େଇ ତ’ ଆଉ କେଉଁଠାରେ ଦୁର୍ଗନ୍ଧ ଯୋଗୁ ଲୋକେ ପ୍ରକଳ୍ପ କରାଇ ଦେଉନାହାନ୍ତି। ତେବେ ବିବାଦ ତୁଟୁ ନ ଥିବାରୁ ଏହି ପ୍ରକଳ୍ପ କେବେ କାର୍ଯ୍ୟକାରୀ ହେବ ଏବଂ ଦାରୁଠେଙ୍ଗବାସୀ ଏହି ଆବର୍ଜନାରୁ ନିସ୍ତାର ପାଇବେ ତାହା ଅନିଶ୍ଚିତତା ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?