ମଶାମରାରେ ବିଫଳ ବିଏମ୍‌ସି

ବ୍ରହ୍ମପୁର ଅଫିସ,୩୦।୬: ବ୍ରହ୍ମପୁରର ନାଳ ନର୍ଦ୍ଦମାରୁ ବର୍ଷା ପାଣି ତ୍ୱରିତ ନିଷ୍କାସନ ହୋଇପାରୁ ନ ଥିବାରୁ ମଶା ବଂଶ ବଢ଼ିବାରେ ଲାଗିଛି। ମଇଳା ପାଣି ଜମି ରହୁଥିବା ତଳିଆ ଓ ଖାଲୁଆ ଅଞ୍ଚଳରେ ଦିନରେ ମଧ୍ୟ ମଶା କାମୁଡ଼ୁଛନ୍ତି। ଅପରପକ୍ଷରେ ନର୍ଦ୍ଦମାରେ ମଶାମରା ତେଲ ନିୟମିତ ପକାଯାଉ ନ ଥିବା ଏବଂ ଟିଫା ମେଶିନ ଦ୍ୱାରା ଧୁଆଁ ଛଡ଼ା ଯାଉ ନ ଥିବା ୧୨ନଂ ୱାର୍ଡ ଅନ୍ତର୍ଗତ ହରିକୃଷ୍ଣ ନଗର ଉନ୍ନୟନ କମିଟି ଅଭିଯୋଗ କରିଛି। ପ୍ରତିକାର ଦିଗରେ ମହାନଗର ନିଗମ (ବିଏମସି) ବିଫଳ ହୋଇଥିବା ସମାଲୋଚନା କରାଯାଇଛି। କମିଟି ସାଧାରଣ ସମ୍ପାଦକ ତଥା ବାମପନ୍ଥୀ ନେତା ଅଶୋକ ଦାସ କହିଛନ୍ତି ପୂର୍ବରୁ ନିଗମ ପକ୍ଷରୁ ସପ୍ତାହରେ ଦୁଇଥର ନର୍ଦ୍ଦମା ଗୁଡ଼ିକରେ ମଶାମରା ତେଲ ପକାଯାଉଥିଲା। ଗତ କିଛିମାସ ହେବ ତେଲ ପକା ବନ୍ଦ ହୋଇଯାଇଛି। ନିଗମରେ ନିଜସ୍ବ ଟିଫା ମେଶିନ ଥାଇ ମଧ୍ୟ ମଶାମରା ଧୁଆଁ ସବୁ ସାହିରେ ଛଡ଼ାଯାଉ ନ ଥିବାରୁ ଡ଼ାଉଁଶ ମଶା ଉପଦ୍ରବ ବଢ଼ୁଛି। ଏହା ଫଳରେ ଲୋକେ ଅତିଷ୍ଠ ହୋଇଯାଇଛନ୍ତି। ପିଲାଙ୍କ ପାଠ ପଢ଼ା ବ୍ୟାହତ ହେଉଥିବା ଦାସ ଦର୍ଶାଇଛନ୍ତି। ନିଗମ ପକ୍ଷରୁ ତୁରନ୍ତ ମଶା ମରା ଅଭିଯାନ ଆରମ୍ଭ କରିବାକୁ ସେ ଦାବି କରିଛନ୍ତି। ଅପରପକ୍ଷରେ ସହରର ବୃହତ୍ତ ଜଳାଶୟ ବେଢ଼ା ବନ୍ଧ ପାର୍ଶ୍ୱ ଅଞ୍ଚଳ ୨୬ ଓ ୨୭ନଂ ୱାର୍ଡର ଅନେକ ବାସିନ୍ଦାଙ୍କ କହିବାନୁସାରେ ପୋଖରୀ ଭିତରେ ଓ ପାର୍ଶ୍ୱ ଇଲାକାରେ ଲଟାବୁଦା ମାଡିଛି। ଜଳାଶୟ ପୁନରୁଦ୍ଧାର ଦୂରେ ଥାଉ ଲଟାବୁଦା ସଫା କରାଯାଉନଥିବାରୁ ସମଗ୍ର ଅଞ୍ଚଳରେ ମଶା ଉପଦ୍ରବ ଚାଲିଛି। ଡ୍ରେନରୁ ମଇଳା ପାଣି ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ ହୋଇଥିବା ବିଏମସି ପକ୍ଷରୁ ସଫେଇ ଦିଆଯାଇଛି। ମଶା ଉପଦ୍ରବର ପ୍ରତିକାର ନିମନ୍ତେ ପଦକ୍ଷେପ ନିଆଯିବାର ନିଗମର ପରିମଳ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ,ଉଦ୍ଦେଶ୍ୟ ସମ୍ପର୍କରେ…

ଭଞ୍ଜନଗର,୨୫।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri