ଇମ୍ରାନ୍‌ଙ୍କ ନାଁରେ ରୁଜୁ ହେଲା ମାମଲା

ଇସ୍‌ଲାମାବାଦ, ୩ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଧର୍ମନିନ୍ଦା ମାମଲା ରୁଜୁ ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ଗୁରୁବାର ସାଉଦିଆରବ ଗସ୍ତ କରିଥିବାବେଳେ ଇସ୍‌ଲାମର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ମେଦିନାରେ ଶ୍ରଦ୍ଧାଳୁମାନେ ତାଙ୍କୁ ‘ଚୋର’, ‘ଦେଶଦ୍ରୋହୀ’ ବୋଲି କହି ଚିଲାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ନିଜ ସମର୍ଥକଙ୍କୁ ଏପରି କରିବାକୁ ଉସୁକାଇଥିଲେ ବୋଲି ଅଭିଯୋଗ ହୋଇଛି। ପବିତ୍ର ଧାର୍ମିକସ୍ଥଳ ମେଦିନାରେ ଶେହବାଜ୍‌ଙ୍କ ବିରୋଧରେ ନାରାବାଜି ଏବଂ ଗୁଣ୍ଡାଗିରି ମାମଲାରେ ଇମ୍ରାନ୍‌ଙ୍କୁ ଗିରଫ କରାଯିବ ବୋଲି ପାକ୍‌ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲା କହିଛନ୍ତି। ଶେହବାଜଙ୍କ ବିରୋଧରେ ନାରବାଜି କରିଥିବା ୫ ଜଣଙ୍କୁ ଗିରଫ କରାଯାଇଥିବା ମେଦିନା ପୋଲିସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଇଫ୍ଟ୍‌ ପେମେଣ୍ଟ୍‌ ସିଷ୍ଟମରୁ ରୁଷିଆକୁ ହଟାଇବା ଯୋଜନା…

ମସ୍କୋ,୨୭।୨ : ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆ ଉପରେ ସୋସାଇଟି ଫର୍‌ ଓ୍ବାଲର୍‌ଡ ଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ (ସୁଇଫ୍ଟ) କଟକଣା ଲଗା ଯିବାର...

ଭୂକମ୍ପରେ ଥରିଲା ଆଲାସ୍କା

ଓ୍ବାଶିଂଟନ୍‌,୨୨।୭: ଆମେରିକା ଆଲାସ୍କାରେ ବୁଧବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ରହିଥିଲା। ଆଙ୍କରେଜ୍‌ର ଦକ୍ଷିଣପଶ୍ଚିମରୁ ୫୦୦ମାଇଲ...

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ, କଲମ୍ବୋରେ କର୍ଫ୍ୟୁ

କଲମ୍ବୋ,୧ ।୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରାଯାଉଛି । ଗୁରୁବାର ରାଷ୍ଟ୍ରପତିଙ୍କ ଆବାସ ସମ୍ମୁଖରେ...

କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ସିଓଲ/ପୋଙ୍ଗୟାଙ୍ଗ, ୨୫।୫ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କଟକଣାକୁ ବେଖାତିର କରିବାରେ ଲାଗିଛନ୍ତିି। ଏହି ମର୍ମରେ...

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି। କିନ୍ତୁ ଶାରିରୀକ...

କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ସିଓଲ,୧୬।୩ : ୟୁକ୍ରେନ ସଙ୍କଟ ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ କୋରିଆର...

କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋମ୍‌,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍‌ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ...

ଏୟାରହୋଷ୍ଟେସ୍‌ଙ୍କୁ ମୁଥ ମାରିଲେ ମହିଳା ଯାତ୍ରୀ, ଆଉ ତା’ ପରେ…

ଓ୍ବାଶିଂଟନ,୧୫ା୧୧: ଆମେରିକାର ଟେକ୍ସାସ ଏୟାରପୋର୍ଟରେ ଜିନିଷପତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ଜଣେ ମହିଳା ଯାତ୍ରୀ ଏୟାରହୋଷ୍ଟେସ୍‌ଙ୍କ ଉପରେ ହମ୍‌ଲା କରିଛନ୍ତି। ମହିଳା ଜଣକ ଏୟାରହୋଷ୍ଟେସ୍‌ଙ୍କୁ ମୁଥ...

Advertisement
Archives

Model This Week