ମହେଶ୍ୱରଙ୍କ ପରେ ଶୂନ୍ୟସ୍ଥାନ

ପୁରୀ ୨୮।୧( ଅଜିତ୍‌ ମହାନ୍ତି): ସାଧାରଣ ନିର୍ବାଚନକୁ ମାସ କେଇଟା ଅଛି।  ପୁରୀ ଜିଲାରେ ଥିବା ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୪ଟିରେ ଜିତିଥିବା ବେଳେ ଭାଜପା ଦୁଇଟି ଅକ୍ତିଆର କରିଥିଲା। ଏଥିମଧ୍ୟରୁ ପୁରୀ ସଦର ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବେ ପରିଚିତ ଥିବା ବେଳେ ବିଜେଡିରୁ ଆସି ଜୟନ୍ତ ଷଡ଼ଙ୍ଗୀ ଶେଷ ମୁହୂର୍ତ୍ତରେ ଭାଜପା ଟିକେଟରୁ ଲଢ଼ି ବିଜୟୀ ହୋଇଥିଲେ। ସେହିପରି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଭାଜପାର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର  ହରାଇଦେଇଥିଲେ। ତେଣୁ ବିଜେଡି ହରାଇଥିବା ଆସନକୁ ଫେରିପାଇବାକୁ ଏବେ ଚେଷ୍ଟା କରୁଛି। ଇତିମଧ୍ୟରେ ବିଜେଡିର ଅନ୍ୟତମ ତୁଙ୍ଗ ନେତା ତଥା ପୂର୍ବତନ ଜିଲା ସଭାପତି ମହେଶ୍ୱର ମହାନ୍ତିଙ୍କ ପରଲୋକ ହୋଇଯାଇଛି; ଯାହା ବିଜେଡିକୁ ପୁରୀରେ ବଡ଼ କ୍ଷତି ପହଞ୍ଚାଇଛି। ମହେଶ୍ୱରଙ୍କ ମୃତ୍ୟୁ ପରେ ପୁରୀ  ବିଜେଡି  ମୁରବିଶୂନ୍ୟ ହୋଇଯାଇଥିବା ପ୍ରତୀୟମାନ ହେଉଛି। ତାଙ୍କ ମୃତ୍ୟୁ ପାଖାପାଖି ୩ ମାସ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଜେଡି ଜିଲା ସଭାପତିଙ୍କ ନାମ  ଘୋଷଣା ହୋଇପାରି ନାହଁି। କିଏ ସଭାପତି ହେବେ ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।
ପୁରୀ ଜିଲାରେ ମହେଶ୍ୱରଙ୍କ ବେଶ୍‌ ପ୍ରଭାବ ରହିଥିଲା। ତେଣୁ  ଜଣେ ପ୍ରଭାବଶାଳୀ ନେତା ଜିଲା ଦାୟିତ୍ୱ ନେଲେ ଦଳ ଲାଭ ପାଇପାରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ପୂର୍ବ ନିର୍ବାଚନକୁ ଦେଖିଲେ ବିଜେଡି ଜିଲାରେ ତା’ର ଦୁଇଟି ସିଟ୍‌ ଯଥା ପୁରୀ ସଦର ଓ ବ୍ରହ୍ମଗିରି ହରାଇଥିବା ବେଳେ ଲୋକ ସଭା ନିର୍ବାଚନରେ ଅଳ୍ପ ମାର୍ଜିନ୍‌ରେ  ବିଜୟ ଲାଭ କରିଥିଲା। ତେଣୁ କିଏ ନୂତନ ସଭାପତି ହେବେ ତାଙ୍କ ଉପରେ ଦଳୀୟ ନେତା ଓ କର୍ମୀଙ୍କ ନଜର ରହିଛି। ଯଦି ଦେଖାଯାଏ, ଜିଲାରେ ଦଳୀୟ ବରିଷ୍ଠତା ଭିତ୍ତିରେ ସଞ୍ଜୟଙ୍କ ନାମ ରହିଛି। ମାତ୍ର ତାଙ୍କ ସହ ସାଂସଦ ପିନାକୀ ମିଶ୍ର ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପର୍କ ଭଲ ନ ଥିବା ଜଣାଯାଏ। ଅପରପକ୍ଷରେ ଅନେକ ଦିନ କୋଣଠେସା ହେବା ପରେ ସଞ୍ଜୟ ଏବେ ଧୀରେ ଧୀରେ ପୁଣି ତାଙ୍କର ରାଜନୈତିକ ପତିଆରା ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ତେଣୁ ତାଙ୍କୁ ସଭାପତି ପଦ ମିଳିବାର ସମ୍ଭାବନା ରହିଛି ବୋଲି ତାଙ୍କ ସମର୍ଥକ କହୁଛନ୍ତି। ତେବେ ସବୁକିଛି ଦଳ ମୁଖିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ସେହିପରି  ଅନ୍ୟ ଜଣେ ବରିଷ୍ଠ ନେତା ହେଉଛନ୍ତି ନିମାପଡ଼ା ବିଧାୟକ  ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ  ଦାସ। ମାତ୍ର ସେ ବର୍ତ୍ତମାନ ବିଜେଡି ସଭାପତିଙ୍କ ଗୁଡ୍‌ ବୁକ୍‌ରେ ନ ଥିବା ଆଭାସ ମିଳୁଛି।  କିଛି  ବର୍ଷ ହେବ ସମୀର ମଧ୍ୟ ବିଭିନ୍ନ ବିବାଦରେ ଛନ୍ଦି ହୋଇଛନ୍ତି। ଏପରି କି ନିର୍ବାଚନମଣ୍ଡଳୀରେ ସେ ଦଳରୁ ବିରୋଧର ଶିକାର ହେଉଥିବା ଶୁଣିବାକୁ ମିଳୁଛି। ତେଣୁ ଯାହା ଚର୍ଚ୍ଚା ହେଉଛି, ତାଙ୍କୁ ଏଥର ଦଳ ଟିକେଟ ନ ଦେଇ ସନ୍ତୁଷ୍ଟ କରିବା ପାଇଁ ଜିଲା ସଭାପତି ପଦ ଦେଇପାରେ। ଅପରପକ୍ଷରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସଙ୍ଗଠନ ସେତେଟା ସୁଦୃଢ଼ ନ ଥିବା କର୍ମୀଙ୍କ ମହଲରୁ ଶୁଣିବାକୁ ମିଳୁଛି। ଏପରି କି ସତ୍ୟବାଦୀରୁ ତାଙ୍କୁ ଟିକେଟ ନ ଦେଇ ଦଳ ସଞ୍ଜୟଙ୍କୁ ଟିକେଟ ଦେଇପାରେ ବୋଲି ଆକଳନ କରାଯାଉଛି। ଏଭଳି ସ୍ଥଳେ ଉମାକାନ୍ତ ସଭାପତି ହେବା ନେଇ ସମ୍ଭାବନା କମ୍‌ ରହିଛି। ସେହିପରି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଏବଂ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଯୁବ ନେତା ହୋଇଥିବାରୁ ଦଳ ସେମାନଙ୍କୁ ଜିଲା ସଭାପତି ଦାୟିତ୍ୱ ନ ଦେବା ପ୍ରାୟ ଜଣାପଡୁଛି । ସେହିପରି ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ତଥା ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ସୁନୀଲ ମହାନ୍ତି ନୂଆ ରାଜନୀତିରେ ପାଦ ଥାପିଥିବାରୁ ତାଙ୍କୁ ସଭାପତି ପରି ଗୁରୁତ୍ୱପୂର୍ଣ୍ଣ ପଦ ନ ଦିଆଯାଇ ଯୁବ ସଙ୍ଗଠନ ପ୍ରତି ଧ୍ୟାନ ଦେବାକୁ କୁହାଯାଇପାରେ। ସେହିପରି ପୁରୀ ସଦର ନିର୍ବାଚନମଣ୍ଡଳୀରେ  ନିଜର ଉପସ୍ଥିତିକୁ  ଜାହାରି କରୁଥିବା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ମଧ୍ୟ ସଭାପତି ଦାୈଡ଼ରେ ନ ଥିବା ଜଣାପଡ଼ିଛିଛି।
ଅପରପକ୍ଷରେ ଦୀର୍ଘ ଦିନ ଧରି ଦଳ ପାଇଁ କାର୍ଯ୍ୟ କରି ଆସୁଥିବା କିଛି ବରିଷ୍ଠ ନେତାଙ୍କ ଉପରେ ମଧ୍ୟ ଦଳର ନଜର ରହିଛି। ସେହିପରି ବିଜେଡି ଛାଡ଼ି ଅନ୍ୟ ଦଳକୁ ଯାଇଥିବା  ଅଭିଜ୍ଞତାପୂର୍ଣ୍ଣ ନେତାକୁ ବିଜେଡି ଘର ବାହୁଡ଼ା କରାଇ ଦଳ ସଙ୍ଗଠିତ କରିବା ସହ ସେମାନଙ୍କ ମଧ୍ୟରୁ କାହାଙ୍କୁ ଜିଲା ସଭାପତି କରି ବିରୋଧୀଙ୍କୁ ମେସେଜ୍‌ ଦେବାକୁ ଚାହୁଥିବା ଚର୍ଚ୍ଚା ହେଉଛି। ତେବେ ଦୀର୍ଘ ବର୍ଷ ଧରି ବିଧାୟକ, ମନ୍ତ୍ରୀ, ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇବା ସହ ଜିଲାରେ ସଙ୍ଗଠନକୁ ସୁଦୃଢ଼ ରଖିଥିବା  ମହେଶ୍ୱରଙ୍କ ବିକଳ୍ପ ଭାବେ ବିଜେଡି ସୁପ୍ରିମୋ କାହାକୁ ଜିଲା ବିଜେଡିର ସଭାପତି ଭାବରେ  ମଙ୍ଗ ଧରିବାକୁ  ଦେଉଛନ୍ତି, ତାହାକୁ ନେଇ ସମସ୍ତେ ଏକପ୍ରକାର ଉକତ୍ଣ୍ଠାର ସହକାରେ ଚାହିଁ ରହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଜନ୍ମହାର ଫିନଲ୍ୟାଣ୍ଡଠାରୁ ମଧ୍ୟ ତଳେ! ୧୦ ବର୍ଷ ମଧ୍ୟରେ ରେକର୍ଡ ହ୍ରାସ; ଚିନ୍ତା ପ୍ରକଟ କଲେ ଏଲୋନ ମସ୍କ

ନୂଆଦିଲ୍ଲୀ,୭।୬: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ଭାରତର ଜନ୍ମହାର ହ୍ରାସ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ପେସଏକ୍ସର ସିଇଓ ଏଲୋନ ମସ୍କ କହିଛନ୍ତି…

୯୪୨ ଟଙ୍କା ପାର୍‌ ହେଲା ଘରୋଇ ସିଲିଣ୍ଡର, ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କେତେ ଟଙ୍କା ସବସିଡି ପଠାଇବେ ସରକାର?

ନୂଆଦିଲ୍‌ଲୀ,୭।୬: ଘରୋଇ ଏଲପିଜି (LPG) ମୂଲ୍ୟରେ ପରିବର୍ତ୍ତନ କରାଯାଇଛି ଏବଂ ନୂଆ ଦର ରବିବାର, ୭ ଜୁନରୁ ଲାଗୁ ହୋଇଯାଇଛି। ସିଲିଣ୍ଡର ପିଛା ୨୯ ଟଙ୍କାର ସାମ୍ପ୍ରତିକ…

ବିଲରେ ଚରୁଥିବାବେଳେ ମଇଁଷିପଲଙ୍କ ଉପରେ ବଜ୍ରପାତ, ଚାଲିଗଲା ଜଗୁଆଳଙ୍କ ସହ…

ମହାକାଳପଡ଼ା,୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତ ଘୋଡ଼ାବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ମଇଁଷିପଲ ଚରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ…

ପୁଣି ମଧ୍ୟସ୍ଥତା କରିବାକୁ ତେହରାନ ପହଞ୍ଚିଲା ପାକିସ୍ତାନ! ଶେହବାଜ-ମୁନିର ପଠାଇଛନ୍ତି ବାର୍ତ୍ତା

ତେହରାନ,୭।୬: ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ପୁଣି ଥରେ ତେହରାନରେ ପହଞ୍ଚିଛନ୍ତି। ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବାର୍ତ୍ତା ଦେବା…

ବାଘଛାଲ କିଣାବିକା ନେଇ ଚାଲିଥିଲା ଡିଲ୍‌ ମାଡ଼ିବସିଲା ପୋଲିସ: ଛାଲ ଜବତ, ୮ ଗିରଫ

କଲ୍ୟାଣସିଂହପୁର,୭।୬ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନ ରିଭଲକଣାରେ ବାଘଛାଲ କିଣାବିକା ନେଇ ଡିଲ୍‌ ଚାଲିଥିବାବେଳେ ବନ ବିଭାଗ ସେଠାରେ ପହଞ୍ଚତ୍ ତାହାକୁ…

LPG ପରେ ବଢିଲା କି ପେଟ୍ରୋଲ ଦର? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୭।୬: ଦେଶରେ ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଘରୋଇ ଏଲପିଜି (LPG) ସିଲିଣ୍ଡର ମୂଲ୍ୟରେ ବୃଦ୍ଧି କରାଯାଇଛି। ଅନ୍ୟପଟେ, ପେଟ୍ରୋଲ ଏବଂ ଡିଜେଲ ଦରକୁ…

ଲିଖିତ ପ୍ରତିଶ୍ରୁତି ଦେଇ ହଟହଟା ହେଲେ ଯନ୍ତ୍ରୀ: ଥାନାରେ ନ ଥିବା ଦେଖି ତାତିଲେ ଅଞ୍ଚଳବାସୀ

ତୁମୁଡିବନ୍ଧ,୭।୬(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଅଞ୍ଚଳରେ ମେ ୨୯ ତାରିଖ ଶନିବାର ହୋଇଥିବା କାଳବୈଶାଖୀର ତାଣ୍ଡବରେ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ବଡ଼…

କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ: ୫ ଜଣଙ୍କୁୁ କାବୁ କରିନେଲା ପୋଲିସ

ବଲାଙ୍ଗୀର, ୭।୬ (ସୁନିଲ କୁମାର ମହାନ୍ତି): ଏକ କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ ହୋଇଛି। ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri