ଯୁବତୀଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକମେଲ୍‌

ଭୁବନେଶ୍ୱର,୯।୩(ସତ୍ୟଜିତ୍‌ ରାଉତ): ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କଲେ। ପରେ ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ୩ ଲକ୍ଷ ଟଙ୍କା ନେଇଗଲେ। ପୀଡିତାଙ୍କ ଏସବୁ ଅଭିଯୋଗକୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗନଗରରେ ରହୁଥିବା କନ୍ଧମାଳ ଜିଲା ଟିକାବାଲି ଥାନା ବେହେରା ଗାଁର ହିମାଂଶୁ ବେହେରା ଓରଫ ଚିକୁ (୨୭)। ଶୁକ୍ରବାର ହିମାଂଶୁଙ୍କୁ କୋର୍ଟଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅନୁଯାୟୀ, ପୀଡିତା ଯୁବତୀ ଓ ଅଭିଯୁକ୍ତ ହିମାଂଶୁ ପରସ୍ପର ପିଲାଦିନର ବନ୍ଧୁ। ୨୦୧୯ରେ ପୀଡିତାଙ୍କ ବାପାଙ୍କର ମୃତ୍ୟୁ ହେବା ପରେ ହିମାଂଶୁ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ଏହି ପ୍ରସ୍ତାବକୁ ପୀଡିତା ପ୍ରତ୍ୟାଖାନ କରିଥିଲେ। ପରବର୍ତ୍ତୀ ସମୟରେ ପୀଡିତାଙ୍କ ସହ ଫୋନ୍‌ରେ କଥା ହୋଇ ସମ୍ପର୍କ ବଢ଼ାଇଥିଲେ। ପୀଡିତା ଜଣକ ଭୁବନେଶ୍ୱର ଲୁମ୍ବିନିବିହାରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଷ୍ଟାଫନର୍ସ ଭାବେ ଚାକିରି କରି ହଷ୍ଟେଲରେ ରହୁଥିଲେ। ହିମାଂଶୁ ଭୁବନେଶ୍ୱର ଆସି ପୀଡିତା ଯୁବତୀଙ୍କୁ ବରମୁଣ୍ଡାକୁ ଡାକି ଦେଖା କରିଥିଲେ। କିଛିଦିନ ପରେ ହିମାଂଶୁ ତାଙ୍କୁ କଳିଙ୍ଗବିହାରସ୍ଥିତ ନିଜ ଘରକୁ ଡାକିଥିଲେ। ଯୁବତୀ ଜଣକ ୨୦୨୩ ଏପ୍ରିଲ ୨୨ରେ ହିମାଂଶୁଙ୍କ ଘରକୁ ଯାଇଥିଲେ। ଏହି ସମୟରେ ହିମାଂଶୁ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବଳାତ୍କାର କରିବା ସହ ଫଟୋ ଓ ଭିଡିଓ ଉତ୍ତୋଳନ କରିନେଇଥିଲେ। ପରେ ଉକ୍ତ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇ ତାଙ୍କଠାରୁ ୩ ଲକ୍ଷ ଟଙ୍କା ନେଇଯାଇଥିଲେ। ଏପରିକି ପରବର୍ତ୍ତୀ ସମୟରେ ଅର୍ଥାତ୍‌ ମାର୍ଚ୍ଚ ୨୨ରେ ଉକ୍ତ ଘରୋଇ ହସ୍ପିଟାଲକୁ ଯାଇ ହିମାଂଶୁ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ପୀଡିତାଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ ଗତ ଫେବୃଆରୀ ୨୪ରେ ଏକ ମାମଲା (ନଂ.୪୨/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଟିମ୍‌ ଟିକାବାଲି ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ହିମାଂଶୁଙ୍କୁ ଗିରଫ କରି ଭୁବନେଶ୍ୱର ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri