Posted inଜାତୀୟ

ବିମାନ ଦୁର୍ଘଟଣାର ସାକ୍ଷୀ ‘ବ୍ଲାକ ‌ବକ୍ସ’

ନୂଆଦିଲ୍ଲୀ, ୯।୮: ବର୍ଷା ବିତ୍ପାତ ମଧ୍ୟରେ ଗତ ଶୁକ୍ରବାର କେରଳ ଦେଖିଛି ବିମାନ ଦୁର୍ଘଟଣାର ଭୟାବହ ଦୃଶ୍ୟ। କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ ଅବତରଣ କଲାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୮ଜଣ ଯାତ୍ରୀଙ୍କ ଜୀବନ ଯାଇଥିବାବେଳେ ଶତାଧିକ ଗୁରୁତର ହୋଇଛନ୍ତି। ଏହି ଘଟଣାର ଯାଞ୍ଚ ଚାଲିଥିବାବେଳେ ଦୁର୍ଘଟଣାଗ୍ରସ୍ତ ବିମାନରୁ ଉଦ୍ଧାର କରାଯାଇଥିବା ‘ବ୍ଲାକ୍‌ ବକ୍ସ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କୁହାଯାଉଛି।
କୌଣସି ସ୍ଥାନରେ ବିମାନ ଦୁର୍ଘଟଣା ହେଲେ ସମସ୍ତଙ୍କ ନଜର ଅଟକିଥାଏ ‘ବ୍ଲାକ୍‌ ବକ୍ସ’ ଉପରେ। ଫ୍ଲାଇଟ୍‌ରେ ଖଞ୍ଜାଯାଇଥିବା ଏହି ଯନ୍ତ୍ରରେ ରେକର୍ଡ ହୋଇ ରହିଥାଏ ବିମାନ ଉଡ଼ାଣର ପ୍ରତି ସେକେଣ୍ଡର ଗତିବିଧି। ତେଣୁ ଏହାକୁ ‘ଫ୍ଲାଇଟ୍‌ ଡାଟା ରେକର୍ଡର’ (ଏଫ୍‌ଡିଆର୍‌) ବୋଲି ମଧ୍ୟ କୁହାଯାଏ। ସମସ୍ତ ପ୍ରକାର ଜଟିଳ ପରିସ୍ଥିତିରେ ଅକ୍ଷତ ରହିବା ଲାଗି ଏଥିରେ ବ୍ୟବହାର କରାଯାଇଥାଏ ଶକ୍ତିଶାଳୀ ଧାତୁ ଟିଟାନିୟମ। ଏହାର ଭିତର ପାର୍ଶ୍ୱ ଏଭଳି ସୁରକ୍ଷିତ ଭାବେ ନିର୍ମାଣ କରାଯାଇଥାଏ ଯେ, ନିଅଁା କିମ୍ବା ପାଣି ସଂସ୍ପର୍ଶରେ ଆସିଲେ ବି କ୍ଷତିଗ୍ରସ୍ତ ହୁଏନାହିଁ। ଫଳରେ ରେକର୍ଡ ହୋଇଥିବା ସମସ୍ତ ତଥ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରେ, ଯେଉଁଥିରୁ ବିମାନ ଦୁର୍ଘଟଣାର କାରଣ ଖୋଜିବା ସହଜ ହୋଇଥାଏ।
ବିମାନ ଦୁର୍ଘଟଣାର ଶେଷ ସାକ୍ଷୀ ଭାବେ ପରିଚିତ ଏହି ‘ବ୍ଲାକ୍‌ ବକ୍ସ’ ନିର୍ମାଣ ଆରମ୍ଭ ହୋଇଥିଲା ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ। ଏହି ସମୟରେ ବିମାନ ଚଳାଚଳ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା। କାରଣ ୧୯୫୦ ବେଳକୁ ଫ୍ଲାଇଟ୍‌ର ଫ୍ରିକ୍ୱେନ୍ସି ବୃଦ୍ଧି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହା ବିମାନ ଦୁର୍ଘଟଣା ହାର ବଢ଼ାଇଥିଲା। ସେହି ସମୟରେ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହେଲେ ଏହା ପଛର କାରଣ ଖୋଜିବାରେ ଦୀର୍ଘଦିନ ବିତିଯାଉଥିଲା। ଦୁର୍ଘଟଣା ପାଇଁ କିଏ ଦାୟୀ, ଏହା ମନୁଷ୍ୟକୃତ ନା ଯାନ୍ତ୍ରିକ ଏସବୁର ଠିକ୍‌ ତଥ୍ୟ ମିଳୁ ନ ଥିଲା। ତେଣୁ ବିମାନ ଦୁର୍ଘଟଣା ପରବର୍ତ୍ତୀ ତଥ୍ୟ ସଂଗ୍ରହ କରିବାକୁ ହୋଇଥିଲା ‘ବ୍ଲାକ୍‌ ବକ୍ସ’ର ପରିକଳ୍ପନା। ଅନେକ ଦିନ ଧରି ଗବେଷଣା ପରେ ୧୯୫୪ରେ ଅଷ୍ଟ୍ରେଲିଆ ଜନ୍ମିତ ଏରୋନଟିକ୍ସ ରିସର୍ଚ୍ଚର ଡେଭିଡ୍‌ ଓ୍ବାରେନ୍‌ଙ୍କ ଦ୍ୱାରା ଉଦ୍ଭାବନ ହୋଇଥିଲା ‘ବ୍ଲାକ୍‌ ବକ୍ସ’। ସେତେବେଳେ ଏହାର ରଙ୍ଗ ଲାଲ୍‌ ଥିଲା। ତେଣୁ ଏହାକୁ ‘ରେଡ୍‌ ଏଗ୍‌’ କୁହାଯାଉଥିଲା। ତେବେ ଭିତର ଭାଗ କଳା ରଙ୍ଗର ହୋଇଥିବାରୁ ଏହାକୁ ପରେ ‘ବ୍ଲାକ୍‌ ବକ୍ସ’ ନାମ ଦିଆଯାଇଥିବା କୁହାଯାଏ। ଅଦ୍ୟାବଧି ଏହାର ନାମକରଣ ପଛର କାରଣ ସ୍ପଷ୍ଟ ହୋଇନାହିଁ। ସାଧାରଣତଃ ‘ବ୍ଲାକ୍‌ ବକ୍ସ’ର ଉପରି ପାର୍ଶ୍ୱର ରଙ୍ଗ ଲାଲ୍‌ କିମ୍ବା ଗୋଲାପୀ ହୋଇଥାଏ। ବିମାନ ଦୁର୍ଘଟଣା ପରେ ଝଟକୁଥିବା ରଙ୍ଗ ଯୋଗୁ ଏହାକୁ ଦୂରରୁ ମଧ୍ୟ ସହଜରେ ଚିହ୍ନି ହୋଇଥାଏ।
‘ବ୍ଲାକ୍‌ ବକ୍ସ’ରେ ସମାନ୍ତରାଳ ଭାବେ ଟିଟାନିୟମର ଏକାଧିକ ପରସ୍ତ ଲାଗିଥାଏ। ଏହାର ତାପ ସହନଶୀଳ ଶକ୍ତି ଖୁବ୍‌ ବେଶି। ପାଖାପାଖି ୧ ଘଣ୍ଟା ଯାଏ ୧୦,୦୦୦ ଡିଗ୍ରୀ ତାପମାତ୍ରାରେ ଜଳିଲେ ମଧ୍ୟ ଏହା ନଷ୍ଟ ହେବା ଆଶଙ୍କା ନ ଥାଏ। ଏଥିସହ ହାରାହାରି ୨ଘଣ୍ଟା ଯାଏ ୨୬୦ ଡିଗ୍ରୀ ତାପମାତ୍ରକୁ ସହଜରେ ସହନ କରିପାରେ। ‘ବ୍ଲାକ୍‌ ବକ୍ସ’ର ଅନ୍ୟତମ ବିଶେଷତ୍ୱ ହେଉଛି ମାସାଧିକ କାଳ ଏହା ବିନା ବିଜୁଳିଶକ୍ତିରେ କାମ କରିପାରେ। ତେଣୁ ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଜିବାରେ ବିଳମ୍ବ ହେଲେ ମଧ୍ୟ ଏଥିରେ ଫ୍ଲାଇଂ ଡାଟା ବା ଉଡ଼ାଣ ତଥ୍ୟ ସୁରକ୍ଷିତ ରହିଥାଏ। ବିମାନ ଦୁର୍ଘଟଣା ଘଟିଲେ ‘ବ୍ଲାକ୍‌ ବକ୍ସ’ରୁ ଅନବରତ ଶବ୍ଦ ତରଙ୍ଗ ବାହାରେ। ଦୁର୍ଘଟଣାଗ୍ରସ୍ତ ବିମାନ ସମୁଦ୍ର ଗର୍ଭରେ ୨୦,୦୦୦ ଫୁଟ ତଳେ ଥିଲେ ବି ଏହା ପାଖାପାଖି ୩୦ଦିନ ଯାଏ ସଙ୍କେତ ପ୍ରଦାନ କରିବାରେ ସକ୍ଷମ। ଏହାକୁ ନିରୀକ୍ଷଣ କରି ଉଦ୍ଧାରକାରୀ ଦଳ ବିମାନ ପାଖରେ ସହଜରେ ପହଞ୍ଚତ୍ ପାରିଥାନ୍ତି। ସାଧାରଣତଃ ବିମାନର ପଛ ଭାଗରେ ‘ବ୍ଲାକ୍‌ ବକ୍ସ’ ରଖାଯାଇଥାଏ। କାରଣ ଦୁର୍ଘଟଣାରେ ଅଧିକାଂଶ ସମୟରେ ବିମାନର ପଛପାର୍ଶ୍ୱ କମ୍‌ କ୍ଷତିଗ୍ରସ୍ତ ହୋଇଥାଏ। ତେଣୁ ‘ବ୍ଲାକ୍‌ ବକ୍ସ’ ପାଇଁ ଏହି ସ୍ଥାନ ସୁରକ୍ଷିତ ବୋଲି ବିବେଚନା କରାଯାଏ। ବିମାନର ଡାଟା ସଂଗ୍ରହ କରିବାକୁ ‘କକ୍‌ପିଟ୍‌ ଭଏସ୍‌ ରେକର୍ଡର’ (ସିଭିଆର୍‌) ମଧ୍ୟ ସହାୟକ ହୋଇଥାଏ। ଏହା ମଧ୍ୟ ‘ବ୍ଲାକ୍‌ ବକ୍ସ’ର ଏକ ଅଂଶ। ବିମାନ ଉଡ଼ାଣର ଶେଷ ୨ ଘଣ୍ଟାର ସମସ୍ତ ତଥ୍ୟ ‘ସିଭିଆର୍‌’ ରେକର୍ଡିଂ କରିଥାଏ। ଏଥିରେ ଇଞ୍ଜିନର ଶବ୍ଦ, ଏମର୍ଜେନ୍ସି ଆଲାର୍ମ, କକ୍‌ପିଟ୍‌ରେ ପାଇଲଟ ଏବଂ କୋ-ପାଇଲଟ୍‌ ମଧ୍ୟରେ ଚାଲିଥିବା କଥୋପକଥନ ଅନ୍ତର୍ଭୁକ୍ତ।

ଆଇଏକ୍ସ-୧୩୪୪ର ବ୍ଲାକ୍‌ ବକ୍ସ ମିଳିଲା
କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାରଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଆଇଏକ୍ସ-୧୩୪୪ର ବ୍ଲାକ୍‌ ବକ୍ସ (ଡିଜିଟାଲ ଫ୍ଲାଇଟ୍‌ ଡାଟା ରେକର୍ଡର ଏବଂ କକ୍‌ପିଟ୍‌ ଭଏସ୍‌ ରେକର୍ଡର) ଦୁର୍ଘଟଣାସ୍ଥଳରୁ ଶନିବାର ସକାଳେ ମିଳିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରନ୍‌ଓ୍ବେରୁ ବିମାନଟି ଖସିଯିବା ପୂର୍ବ ମୁହୂର୍ତ୍ତର ତଥ୍ୟ ଉକ୍ତ ବ୍ଲାକ୍‌ବକ୍ସରୁ ମିଳିପାରିବ। ବ୍ଲାକ୍‌ ବକ୍ସରେ ବିମାନର ପ୍ରଦର୍ଶନ, ବେଗ, ବ୍ରେକିଂ ଏବଂ ସିଷ୍ଟମ ଷ୍ଟାଟସ୍‌ ଆଦି ଶହ ଶହ ତଥ୍ୟ ରହିଥାଏ। ଏଥିସହିତ ପାଇଲଟଙ୍କ ମଧ୍ୟରେ କଥୋପକଥନ ମଧ୍ୟ ଏଥିରେ ରେକର୍ଡ ହୋଇଥାଏ। ଦୁର୍ଘଟଣା ତଦନ୍ତରେ ଏହା ସହାୟକ ହୋଇଥାଏ। ଏହାର ଅନୁଧ୍ୟାନ ପାଇଁ ଦିଲ୍ଲୀ ପଠାଯିବ। ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ କହିବା ଅନୁଯାୟୀ ଦୁବାଇରୁ ଫେରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ୨ ପାଇଲଟଙ୍କ ସମେତ ୧୯୦ ଜଣ ଥିଲେ। ପ୍ରବଳ ବର୍ଷା

ଯୋଗୁ ପାଇଲଟ ରନ୍‌ଓ୍ବେକୁ ଠିକ୍‌ ଭାବେ ଦେଖିପାରି ନ ଥିଲେ। ଫଳରେ ରନ୍‌ଓ୍ବେ ଆରମ୍ଭର ୧୦୦୦ ମିଟର ଦୂର ଟ୍ୟାକ୍ସିଓ୍ବେ ନିକଟରେ ସେ ବିମାନକୁ ଅବତରଣ କରାଇଥିଲେ। ବିମାନଟି ରନ୍‌ଓ୍ବେ ବାହାରକୁ ଚାଲିଯାଇ ୩୫ ମିଟର ଗର୍ତ୍ତକୁ ଖସିପଡ଼ିବାରୁ ଦୁଇଖଣ୍ଡ ହୋଇଯାଇଥିଲା ଓ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଲା।
ସ୍ବିଡେନ୍‌ର ଫ୍ଲାଇଟ୍‌ ଟ୍ରାକର ଓ୍ବେବ୍‌ସାଇଟ ଫ୍ଲାଇଟରାଡାର୨୪ର ସୂଚନା ଅନୁଯାୟୀ ଆଇଏକ୍ସ-୧୩୪୪ ବିମାନ କୋଝିକୋଡ ବିମାନବନ୍ଦରରେ ଚକ୍କର କାଟିବା ସହ ଅବତରଣ ପାଇଁ ଦୁଇଥର ଉଦ୍ୟମ କରିଥିଲା। ନିର୍ଦ୍ଦିଷ୍ଟ ରନ୍‌ଓ୍ବେରେ ଅବତରଣ ଲାଗି ପାଇଲଟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ଡିଜିସିଏ ତଦନ୍ତକାରୀ ଅଧିକାରୀ କହିଛନ୍ତି। ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି, ଅନ୍ୟତ୍ର ଅବତରଣ ଉଦ୍ୟମ ପାଇଁ ବିମାନରେ ଯଥେଷ୍ଟ ତେଲ ଥିଲା। ଡିଜିସିଏ ଦୁର୍ଘଟଣାର ତଦନ୍ତ କରୁଥିବାରୁ ଶାନ୍ତ ରହିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?