Posted inଜାତୀୟ

ବିମାନ ଦୁର୍ଘଟଣାର ସାକ୍ଷୀ ‘ବ୍ଲାକ ‌ବକ୍ସ’

ନୂଆଦିଲ୍ଲୀ, ୯।୮: ବର୍ଷା ବିତ୍ପାତ ମଧ୍ୟରେ ଗତ ଶୁକ୍ରବାର କେରଳ ଦେଖିଛି ବିମାନ ଦୁର୍ଘଟଣାର ଭୟାବହ ଦୃଶ୍ୟ। କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏକ ବିମାନ ଅବତରଣ କଲାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୮ଜଣ ଯାତ୍ରୀଙ୍କ ଜୀବନ ଯାଇଥିବାବେଳେ ଶତାଧିକ ଗୁରୁତର ହୋଇଛନ୍ତି। ଏହି ଘଟଣାର ଯାଞ୍ଚ ଚାଲିଥିବାବେଳେ ଦୁର୍ଘଟଣାଗ୍ରସ୍ତ ବିମାନରୁ ଉଦ୍ଧାର କରାଯାଇଥିବା ‘ବ୍ଲାକ୍‌ ବକ୍ସ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି କୁହାଯାଉଛି।
କୌଣସି ସ୍ଥାନରେ ବିମାନ ଦୁର୍ଘଟଣା ହେଲେ ସମସ୍ତଙ୍କ ନଜର ଅଟକିଥାଏ ‘ବ୍ଲାକ୍‌ ବକ୍ସ’ ଉପରେ। ଫ୍ଲାଇଟ୍‌ରେ ଖଞ୍ଜାଯାଇଥିବା ଏହି ଯନ୍ତ୍ରରେ ରେକର୍ଡ ହୋଇ ରହିଥାଏ ବିମାନ ଉଡ଼ାଣର ପ୍ରତି ସେକେଣ୍ଡର ଗତିବିଧି। ତେଣୁ ଏହାକୁ ‘ଫ୍ଲାଇଟ୍‌ ଡାଟା ରେକର୍ଡର’ (ଏଫ୍‌ଡିଆର୍‌) ବୋଲି ମଧ୍ୟ କୁହାଯାଏ। ସମସ୍ତ ପ୍ରକାର ଜଟିଳ ପରିସ୍ଥିତିରେ ଅକ୍ଷତ ରହିବା ଲାଗି ଏଥିରେ ବ୍ୟବହାର କରାଯାଇଥାଏ ଶକ୍ତିଶାଳୀ ଧାତୁ ଟିଟାନିୟମ। ଏହାର ଭିତର ପାର୍ଶ୍ୱ ଏଭଳି ସୁରକ୍ଷିତ ଭାବେ ନିର୍ମାଣ କରାଯାଇଥାଏ ଯେ, ନିଅଁା କିମ୍ବା ପାଣି ସଂସ୍ପର୍ଶରେ ଆସିଲେ ବି କ୍ଷତିଗ୍ରସ୍ତ ହୁଏନାହିଁ। ଫଳରେ ରେକର୍ଡ ହୋଇଥିବା ସମସ୍ତ ତଥ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରେ, ଯେଉଁଥିରୁ ବିମାନ ଦୁର୍ଘଟଣାର କାରଣ ଖୋଜିବା ସହଜ ହୋଇଥାଏ।
ବିମାନ ଦୁର୍ଘଟଣାର ଶେଷ ସାକ୍ଷୀ ଭାବେ ପରିଚିତ ଏହି ‘ବ୍ଲାକ୍‌ ବକ୍ସ’ ନିର୍ମାଣ ଆରମ୍ଭ ହୋଇଥିଲା ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ। ଏହି ସମୟରେ ବିମାନ ଚଳାଚଳ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା। କାରଣ ୧୯୫୦ ବେଳକୁ ଫ୍ଲାଇଟ୍‌ର ଫ୍ରିକ୍ୱେନ୍ସି ବୃଦ୍ଧି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହା ବିମାନ ଦୁର୍ଘଟଣା ହାର ବଢ଼ାଇଥିଲା। ସେହି ସମୟରେ ବିମାନଟିଏ ଦୁର୍ଘଟଣାଗ୍ରସ୍ତ ହେଲେ ଏହା ପଛର କାରଣ ଖୋଜିବାରେ ଦୀର୍ଘଦିନ ବିତିଯାଉଥିଲା। ଦୁର୍ଘଟଣା ପାଇଁ କିଏ ଦାୟୀ, ଏହା ମନୁଷ୍ୟକୃତ ନା ଯାନ୍ତ୍ରିକ ଏସବୁର ଠିକ୍‌ ତଥ୍ୟ ମିଳୁ ନ ଥିଲା। ତେଣୁ ବିମାନ ଦୁର୍ଘଟଣା ପରବର୍ତ୍ତୀ ତଥ୍ୟ ସଂଗ୍ରହ କରିବାକୁ ହୋଇଥିଲା ‘ବ୍ଲାକ୍‌ ବକ୍ସ’ର ପରିକଳ୍ପନା। ଅନେକ ଦିନ ଧରି ଗବେଷଣା ପରେ ୧୯୫୪ରେ ଅଷ୍ଟ୍ରେଲିଆ ଜନ୍ମିତ ଏରୋନଟିକ୍ସ ରିସର୍ଚ୍ଚର ଡେଭିଡ୍‌ ଓ୍ବାରେନ୍‌ଙ୍କ ଦ୍ୱାରା ଉଦ୍ଭାବନ ହୋଇଥିଲା ‘ବ୍ଲାକ୍‌ ବକ୍ସ’। ସେତେବେଳେ ଏହାର ରଙ୍ଗ ଲାଲ୍‌ ଥିଲା। ତେଣୁ ଏହାକୁ ‘ରେଡ୍‌ ଏଗ୍‌’ କୁହାଯାଉଥିଲା। ତେବେ ଭିତର ଭାଗ କଳା ରଙ୍ଗର ହୋଇଥିବାରୁ ଏହାକୁ ପରେ ‘ବ୍ଲାକ୍‌ ବକ୍ସ’ ନାମ ଦିଆଯାଇଥିବା କୁହାଯାଏ। ଅଦ୍ୟାବଧି ଏହାର ନାମକରଣ ପଛର କାରଣ ସ୍ପଷ୍ଟ ହୋଇନାହିଁ। ସାଧାରଣତଃ ‘ବ୍ଲାକ୍‌ ବକ୍ସ’ର ଉପରି ପାର୍ଶ୍ୱର ରଙ୍ଗ ଲାଲ୍‌ କିମ୍ବା ଗୋଲାପୀ ହୋଇଥାଏ। ବିମାନ ଦୁର୍ଘଟଣା ପରେ ଝଟକୁଥିବା ରଙ୍ଗ ଯୋଗୁ ଏହାକୁ ଦୂରରୁ ମଧ୍ୟ ସହଜରେ ଚିହ୍ନି ହୋଇଥାଏ।
‘ବ୍ଲାକ୍‌ ବକ୍ସ’ରେ ସମାନ୍ତରାଳ ଭାବେ ଟିଟାନିୟମର ଏକାଧିକ ପରସ୍ତ ଲାଗିଥାଏ। ଏହାର ତାପ ସହନଶୀଳ ଶକ୍ତି ଖୁବ୍‌ ବେଶି। ପାଖାପାଖି ୧ ଘଣ୍ଟା ଯାଏ ୧୦,୦୦୦ ଡିଗ୍ରୀ ତାପମାତ୍ରାରେ ଜଳିଲେ ମଧ୍ୟ ଏହା ନଷ୍ଟ ହେବା ଆଶଙ୍କା ନ ଥାଏ। ଏଥିସହ ହାରାହାରି ୨ଘଣ୍ଟା ଯାଏ ୨୬୦ ଡିଗ୍ରୀ ତାପମାତ୍ରକୁ ସହଜରେ ସହନ କରିପାରେ। ‘ବ୍ଲାକ୍‌ ବକ୍ସ’ର ଅନ୍ୟତମ ବିଶେଷତ୍ୱ ହେଉଛି ମାସାଧିକ କାଳ ଏହା ବିନା ବିଜୁଳିଶକ୍ତିରେ କାମ କରିପାରେ। ତେଣୁ ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଜିବାରେ ବିଳମ୍ବ ହେଲେ ମଧ୍ୟ ଏଥିରେ ଫ୍ଲାଇଂ ଡାଟା ବା ଉଡ଼ାଣ ତଥ୍ୟ ସୁରକ୍ଷିତ ରହିଥାଏ। ବିମାନ ଦୁର୍ଘଟଣା ଘଟିଲେ ‘ବ୍ଲାକ୍‌ ବକ୍ସ’ରୁ ଅନବରତ ଶବ୍ଦ ତରଙ୍ଗ ବାହାରେ। ଦୁର୍ଘଟଣାଗ୍ରସ୍ତ ବିମାନ ସମୁଦ୍ର ଗର୍ଭରେ ୨୦,୦୦୦ ଫୁଟ ତଳେ ଥିଲେ ବି ଏହା ପାଖାପାଖି ୩୦ଦିନ ଯାଏ ସଙ୍କେତ ପ୍ରଦାନ କରିବାରେ ସକ୍ଷମ। ଏହାକୁ ନିରୀକ୍ଷଣ କରି ଉଦ୍ଧାରକାରୀ ଦଳ ବିମାନ ପାଖରେ ସହଜରେ ପହଞ୍ଚତ୍ ପାରିଥାନ୍ତି। ସାଧାରଣତଃ ବିମାନର ପଛ ଭାଗରେ ‘ବ୍ଲାକ୍‌ ବକ୍ସ’ ରଖାଯାଇଥାଏ। କାରଣ ଦୁର୍ଘଟଣାରେ ଅଧିକାଂଶ ସମୟରେ ବିମାନର ପଛପାର୍ଶ୍ୱ କମ୍‌ କ୍ଷତିଗ୍ରସ୍ତ ହୋଇଥାଏ। ତେଣୁ ‘ବ୍ଲାକ୍‌ ବକ୍ସ’ ପାଇଁ ଏହି ସ୍ଥାନ ସୁରକ୍ଷିତ ବୋଲି ବିବେଚନା କରାଯାଏ। ବିମାନର ଡାଟା ସଂଗ୍ରହ କରିବାକୁ ‘କକ୍‌ପିଟ୍‌ ଭଏସ୍‌ ରେକର୍ଡର’ (ସିଭିଆର୍‌) ମଧ୍ୟ ସହାୟକ ହୋଇଥାଏ। ଏହା ମଧ୍ୟ ‘ବ୍ଲାକ୍‌ ବକ୍ସ’ର ଏକ ଅଂଶ। ବିମାନ ଉଡ଼ାଣର ଶେଷ ୨ ଘଣ୍ଟାର ସମସ୍ତ ତଥ୍ୟ ‘ସିଭିଆର୍‌’ ରେକର୍ଡିଂ କରିଥାଏ। ଏଥିରେ ଇଞ୍ଜିନର ଶବ୍ଦ, ଏମର୍ଜେନ୍ସି ଆଲାର୍ମ, କକ୍‌ପିଟ୍‌ରେ ପାଇଲଟ ଏବଂ କୋ-ପାଇଲଟ୍‌ ମଧ୍ୟରେ ଚାଲିଥିବା କଥୋପକଥନ ଅନ୍ତର୍ଭୁକ୍ତ।

ଆଇଏକ୍ସ-୧୩୪୪ର ବ୍ଲାକ୍‌ ବକ୍ସ ମିଳିଲା
କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାରଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନ ଆଇଏକ୍ସ-୧୩୪୪ର ବ୍ଲାକ୍‌ ବକ୍ସ (ଡିଜିଟାଲ ଫ୍ଲାଇଟ୍‌ ଡାଟା ରେକର୍ଡର ଏବଂ କକ୍‌ପିଟ୍‌ ଭଏସ୍‌ ରେକର୍ଡର) ଦୁର୍ଘଟଣାସ୍ଥଳରୁ ଶନିବାର ସକାଳେ ମିଳିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରନ୍‌ଓ୍ବେରୁ ବିମାନଟି ଖସିଯିବା ପୂର୍ବ ମୁହୂର୍ତ୍ତର ତଥ୍ୟ ଉକ୍ତ ବ୍ଲାକ୍‌ବକ୍ସରୁ ମିଳିପାରିବ। ବ୍ଲାକ୍‌ ବକ୍ସରେ ବିମାନର ପ୍ରଦର୍ଶନ, ବେଗ, ବ୍ରେକିଂ ଏବଂ ସିଷ୍ଟମ ଷ୍ଟାଟସ୍‌ ଆଦି ଶହ ଶହ ତଥ୍ୟ ରହିଥାଏ। ଏଥିସହିତ ପାଇଲଟଙ୍କ ମଧ୍ୟରେ କଥୋପକଥନ ମଧ୍ୟ ଏଥିରେ ରେକର୍ଡ ହୋଇଥାଏ। ଦୁର୍ଘଟଣା ତଦନ୍ତରେ ଏହା ସହାୟକ ହୋଇଥାଏ। ଏହାର ଅନୁଧ୍ୟାନ ପାଇଁ ଦିଲ୍ଲୀ ପଠାଯିବ। ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ କହିବା ଅନୁଯାୟୀ ଦୁବାଇରୁ ଫେରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ୨ ପାଇଲଟଙ୍କ ସମେତ ୧୯୦ ଜଣ ଥିଲେ। ପ୍ରବଳ ବର୍ଷା

ଯୋଗୁ ପାଇଲଟ ରନ୍‌ଓ୍ବେକୁ ଠିକ୍‌ ଭାବେ ଦେଖିପାରି ନ ଥିଲେ। ଫଳରେ ରନ୍‌ଓ୍ବେ ଆରମ୍ଭର ୧୦୦୦ ମିଟର ଦୂର ଟ୍ୟାକ୍ସିଓ୍ବେ ନିକଟରେ ସେ ବିମାନକୁ ଅବତରଣ କରାଇଥିଲେ। ବିମାନଟି ରନ୍‌ଓ୍ବେ ବାହାରକୁ ଚାଲିଯାଇ ୩୫ ମିଟର ଗର୍ତ୍ତକୁ ଖସିପଡ଼ିବାରୁ ଦୁଇଖଣ୍ଡ ହୋଇଯାଇଥିଲା ଓ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଲା।
ସ୍ବିଡେନ୍‌ର ଫ୍ଲାଇଟ୍‌ ଟ୍ରାକର ଓ୍ବେବ୍‌ସାଇଟ ଫ୍ଲାଇଟରାଡାର୨୪ର ସୂଚନା ଅନୁଯାୟୀ ଆଇଏକ୍ସ-୧୩୪୪ ବିମାନ କୋଝିକୋଡ ବିମାନବନ୍ଦରରେ ଚକ୍କର କାଟିବା ସହ ଅବତରଣ ପାଇଁ ଦୁଇଥର ଉଦ୍ୟମ କରିଥିଲା। ନିର୍ଦ୍ଦିଷ୍ଟ ରନ୍‌ଓ୍ବେରେ ଅବତରଣ ଲାଗି ପାଇଲଟ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ଡିଜିସିଏ ତଦନ୍ତକାରୀ ଅଧିକାରୀ କହିଛନ୍ତି। ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି, ଅନ୍ୟତ୍ର ଅବତରଣ ଉଦ୍ୟମ ପାଇଁ ବିମାନରେ ଯଥେଷ୍ଟ ତେଲ ଥିଲା। ଡିଜିସିଏ ଦୁର୍ଘଟଣାର ତଦନ୍ତ କରୁଥିବାରୁ ଶାନ୍ତ ରହିବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri