Posted inଫୁରସତ

ନଜର ନ ଲାଗିବା ପାଇଁ ଘରେ କଳାରଙ୍ଗ

ରାୟପୁର: ସାଧାରଣତଃ ଘରକୁ ସଜାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି ଘର ରଙ୍ଗ କରିବା ପାଇଁ କେବଳ କଳାରଙ୍ଗର ବ୍ୟବହାର କରାଯାଏ। ଛତିଶଗଡ଼ର ଜୟପୁର ଜିଲାସ୍ଥିତ ଏକ ଆଦିବାସୀ ବହୁଳ ଗାଁରେ କେବଳ କଳା ରଙ୍ଗ ଦିଆଯାଇଥିବା ଘର ଦେଖିବାକୁ ମିଳିଥାଏ। ଏହା ପଛରେ କିଛି କାରଣ ମଧ୍ୟ ରହିଛି। ଦୀପାବଳି ପୂର୍ବରୁ ସବୁ ଲୋକ ଘର ରଙ୍ଗ କରିଥାନ୍ତି। ଚଳିତବର୍ଷ ଯଶପୁର ଜିଲାର ଏକ ଆଦିବାସୀ ସମାଜ ପରମ୍ପରା ଅନୁଯାୟୀ କଳା ରଙ୍ଗ ଦେଇଥାନ୍ତି। ଗ୍ରାମୀଣ ଘରର କାନ୍ଥକୁ କଳା ମାଟିରେ ରଙ୍ଗା ଯାଇଥାଏ। ଏଥିପାଇଁ ଗ୍ରାମବାସୀ କୁଟାଜାଳି କଳା ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଘରକୁ ଏମିତି କଳାରଙ୍ଗ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜରେ ସମାନତା ଆଣିବା ପାଇଁ ଘରକୁ ସମାନ ରଙ୍ଗ ଦେବା। ଆଉ ଏକ କାରଣ ହେଲା କଳାରଙ୍ଗ ଉପରେ ନଜର କମ୍‌ ଲାଗେ। ଚୋରିରୁ ରକ୍ଷା ପାଇବା ପାଇଁ ଘରକୁ କଳାରଙ୍ଗ କରିଥାନ୍ତି। ଏଥିସହିତ ଆଦିବାସୀମାନେ ନିଜର କଳାକୃତି ଆଙ୍କିବା ପାଇଁ କାନ୍ଥକୁ କଳାରଙ୍ଗ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଆକାଶରେ ଉଡ଼ିବ ବୋଟ୍‌, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ବର୍ତ୍ତମାନ ପର୍ଯ୍ୟନ୍ତ ପାଣିରେ ଡଙ୍ଗା ଚାଲୁଥିବାର ଦେଖିଥିଲେ। କିନ୍ତୁ ଏବେ ଆକାଶରେ ଉଡ଼ି ପାରୁଥିବା ବୋଟ୍‌ ବା ଡଙ୍ଗା ଆସିବ। ଇଟାଲୀ କମ୍ପାନୀ ଏକ ସ୍ବତନ୍ତ୍ର...

ପୁଅର ନାମ ଲକ୍‌ଡାଉନ୍‌

ଲକ୍ଷ୍ନୌ: ସମଗ୍ର ବିଶ୍ୱରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ସାରା ଦେଶରୁ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ସବୁଆଡେ ଲକ୍‌ଡାଉନ୍‌ ଘୋଷଣା...

ମା’ ପାଇଁ ଦୁବାଇରୁ ଟମାଟୋ ପଠାଇଲେ ଝିଅ

ଦୁବାଇ: ଟମାଟୋ ଦର ବର୍ତ୍ତମାନ ଆକାଶ ଛୁଇଁଲାଣି। ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋର ବ୍ୟବହାର କରୁଥିଲେ ମଧ୍ୟ ଏବେର ଦର ପାଇଁ ସେମାନେ କଷ୍ଟରେ...

ଏଠାରେ ଏମିତି ପୋଷାକ ପିନ୍ଧିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ପର୍ଯ୍ୟଟନ ସ୍ଥଳକୁ ଲୋକେ ଯେକୌଣସି ପୋଷାକ ପିନ୍ଧି ଆସିପାରନ୍ତି। କିନ୍ତୁ ଇଟାଲୀରେ ମହିଳାମାନଙ୍କୁ ପର୍ଯ୍ୟଟନ ସ୍ଥାନରେ ବିକ୍‌ନୀ ପିନ୍ଧିବାକୁ ବାରଣ କରାଯାଇଛି। ଯଦି କେହି ଏହା...

କଖାରୁ ଡଙ୍ଗା

କଖାରୁକୁ ରନ୍ଧାଯିବା ସହ ସେଥିରେ ବିଭିନ୍ନ କଳାକୃତୀ କରାଯାଉଥିବା କଥା ଜାଣିଥିବେ। ହେଲେ ଏଇ କଖାରୁରେ ଯେ ଡଙ୍ଗା କରିହେବ, ତାହା ଅନେକେ ଜାଣି ନ...

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା...

କଥା କହେ ଫଟୋ

ଫଟୋ ହିଁ ଅନେକ କଥା କହିଦିଏ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍‌ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ...

୪ ବର୍ଷ ବୟସରେ ବହି ଲେଖି ରେକର୍ଡ

ଆବୁଧାବି: ଛୋଟ ପିଲାଙ୍କ ସ୍ମୃତିଶକ୍ତି ପ୍ରଖର ହୋଇଥାଏ। ପରିବାରରେ ନିଜ ନିଜ ଭିତରେ କଥା ହେବାବେଳେ ଛୋଟ ପିଲା ସେ ସବୁକୁ ଖୁବ୍‌ଶୀଘ୍ର ମନେରଖିଥା’ନ୍ତି। ତେବେ...

Advertisement
Archives

Model This Week