Posted inଫୁରସତ

ଗୋଟିଏ କଳା ସେଓର ଦାମ୍‌ରେ କିଣିପାରିବେ ୫ ପ୍ରକାର ଫଳ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ସାଧାରଣତଃ ସେଓ ପ୍ରାୟ ସମସ୍ତେ ଦେଖିଥିବେ। ମାତ୍ର ବ୍ଲାକ୍‌ ଡାଏମଣ୍ଡ ଆପଲ ବା କଳା ହୀରା ସେଓ ହୁଏତ କମ୍‌ ଲୋକ ଦେଖିଥିବେ। ଆପଣ ଭାବୁଥିବେ ଏହି ସେଓରେ କେହି ବୋଧେ ରଙ୍ଗ ବୋଳି ଦେଇଛି। କିନ୍ତୁ ନା ପ୍ରାକୃତିକ ରୂପରେ ହିଁ ଏହା କଳା। ଏପରି ସେଓ ତିବ୍ବତ ଏବଂ ଭୂଟାନରେ ଦେଖିବାକୁ ମିଳିଥାଏ। ଏହାକୁ ‘ହୁଆ ନିଉ’ ପ୍ରଜାତିର କୁହାଯାଏ। ଯାହାକି ଏକ ସ୍ବତନ୍ତ୍ର କାରଣ ପାଇଁ କଳା ହୋଇଥାଏ।

What is Black Diamond Apple and is it healthy? - Times of India

ଏହି ସେଓ ତିବ୍ବତର ନିଙ୍ଗାଚି ଅଞ୍ଚଳରେ ପ୍ରଚୁର ପରିମାଣରେ ଫଳିଥାଏ। ଦିନରେ ସୂର୍ଯ୍ୟକିରଣ ଏହା ଉପରେପଡ଼ିବାରୁ ଅଲଟ୍ରାଭାଓଲେଟ୍‌ କିରଣ ସେଓ ଉପରେ ଅଧିକ ପଡ଼ିଥାଏ ଏବଂ ରାତିରେ ତାପମାତ୍ରା କମିଥାଏ। ତାପମାତ୍ରା ବଦଳୁଥିବାରୁ ସେଓ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଏହା କଳାରଙ୍ଗ ହୋଇଥାଏ।

Guide to Black Diamond Apples and Arkansas Black Apples

ସବୁଠୁ ଆଶ୍ଚର୍ଯ୍ୟର କଥା ସେଓ କଳା ହେଲେ ମଧ୍ୟ ଏହାର ଭିତର ଅଂଶ ଅନ୍ୟ ସେଓ ପରି ହୋଇଥାଏ। ଏହି ସେଓ ୫ରୁ ୮ ବର୍ଷ ମଧ୍ୟରେ ଫଳ ଆସିଥାଏ। ଯାହା କେବଳ ୨ ମାସ ପର୍ଯ୍ୟନ୍ତ ରହିଥାଏ। ଏହି ସେଓର ଦାମ୍‌ ଅନ୍ୟ ସେଓ ତୁଳନାରେ ଢେର ଅଧିକ। ଏପରିକି ଗୋଟିଏ ସେଓର ଦାମ୍‌ ୫୦୦ରୁ ୧୬୦୦ ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଲାଲ୍‌ ସେଓଠାରୁ ଏହା ଅଧିକ ଉପକାରୀ। ଏଥିରେ ପୋଷକତତ୍ତ୍ୱ ଅଧିକ ପରିମାଣର ଥାଏ। ଯାହାକି ଶରୀର ପାଇଁ ବେଶ୍‌ ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri