ଭାଜପାର ଜନସମ୍ପର୍କ ଅଭିଯାନ ସ୍ଥଗିତ

ବ୍ରହ୍ମପୁର ଅଫିସ,୩୧।୫: ଦଳରେ ଗୋଷ୍ଠୀ ବିବାଦ ଯୋଗୁ ଭାଜପାର ଜନ ସମ୍ପର୍କ ଅଭିଯାନ ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ର ସରକାର ମଙ୍ଗଳବାର ୯ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ମେ ୩୦ରୁ ମାସେ ବ୍ୟାପୀ ଗଞ୍ଜାମ ଜିଲା ଭାଜପା ପକ୍ଷରୁ ସବୁ ମଣ୍ଡଳସ୍ତରରେ ଜନସମ୍ପର୍କ ପଦଯାତ୍ରା ଜରିଆରେ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଘରକୁ ଘର ଯାଇ ଲୋକଙ୍କୁ ଅବଗତ କରାଇବା ଏବଂ ବିଜେଡି ଶାସନର ବିଫଳତା ନେଇ ସଚେତନ କରାଯିବା ନେଇ ଗତ ୨୩ ତାରିଖରେ ବ୍ରହ୍ମପୁରରେ ଅନୁଷ୍ଠିତ ଜିଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଗତ ରବିବାର ରାଜ୍ୟ ସଭାପତିଙ୍କ ଗସ୍ତ ଅବସରରେ ଗୋଷାଣୀ ନୂଆଗାଁରେ ଘଟିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଉଗ୍ରରୂପ ନେଇଥିବାରୁ ଆରମ୍ଭ ହେବାକୁ ଥିବା ଅଭିଯାନ ବନ୍ଦ ରଖାଯାଇଥିବା ମିଡିଆ ପ୍ରଭାରୀଙ୍କ ପକ୍ଷରୁ କୁହାଯାଇଛି। ଜିଲା ସଭାପତି ବିଭୂତି ଜେନା ଏଯାବତ୍‌ ୨୭ନଂ ୱାର୍ଡ କର୍ପୋରେଟର ନୀଳକଣ୍ଠ ସାହୁଙ୍କ ବିରୋଧରେ ଅଭିଯୋଗ କରିନାହାନ୍ତି। ଅପରପକ୍ଷରେ କର୍ପୋରେଟର ସାହୁ ସୋମବାର ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଜିଲା ଭାଜପା ସଭାପତି ସମେତ ଅନ୍ୟାନ୍ୟ ନେତାଙ୍କ ନାମରେ ମାମଲା ରୁଜୁ କରିଛି। ନିଜ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପାଇଁ ମଙ୍ଗଳବାର ଏସପି ଡା. ଶ୍ରବଣା ବିବେକ ଏମ୍‌.ଙ୍କୁ ସାକ୍ଷାତ କରି ଗୁହାରି ଜଣାଇଛନ୍ତି। ଏନେଇ ଏସ୍‌ପି କହିଛନ୍ତି, ଏହି ଘଟଣାକୁ ନେଇ ଦୁଇଟି ମାମଲା ରୁଜୁ ହୋଇଛି। ଏହାର ତଦନ୍ତ ଭାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା କରାଯିବ। ତେବେ ବିଇଏମସି ନିର୍ବାଚିତ ଅନ୍ୟ ୬ କର୍ପୋରେଟର ଯାଇନଥିବା ବେଳେ ବିଜେଡି ୧୫ରୁ ଊର୍ଦ୍ଧ୍ୱ କର୍ପୋରେଟର ନୀଳକଣ୍ଠଙ୍କୁ ସମର୍ଥନ ଜଣାଇ ଏସପିଙ୍କ ଦପ୍ତରକୁ ଯାଇଥିବା ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ଆଭ୍ୟନ୍ତରୀଣ କନ୍ଦଳରେ ବିଜେଡି କର୍ପୋରେଟରମାନେ ପଶିବା ଘଟଣାକୁ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପସନ୍ଦ କରିନାହାନ୍ତି। ଏସପିଙ୍କୁ ଭେଟିସାରି ନୀଳକଣ୍ଠ ଏବଂ ବିଜେଡି କର୍ପୋରେଟରମାନେ ବିଧାୟକ ବିକ୍ରମ ପଣ୍ଡାଙ୍କ ବାସଭବନକୁ ଯିବା ଆଉ ଏକ ରୋଚକ ରାଜନୀତି ହୋଇଛି। ମଙ୍ଗଳବାର କର୍ମୀଙ୍କ ବୈଠକ ଅନୁଷ୍ଠିତ ହୋଇ ନୀଳକଣ୍ଠଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ ଗ୍ରହଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ପରେ ବିଭୂତି ଓ କାହ୍ନୁ ଚରଣ ପତି ରାଜ୍ୟ ସଭାପତିଙ୍କୁ ଭେଟିବା ପାଇଁ ଭୁବନେଶ୍ୱର ଯାଇଛନ୍ତି। କର୍ପୋରେଟରଙ୍କୁ ଦଳରୁ ବିତାଡ଼ିତ କରିବାକୁ ଜିଲା ସଂଗଠନ ଦାବି କରିଛି। ରାଜ୍ୟ ସଂଗଠନ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଜନ ସମ୍ପର୍କ ଅଭିଯାନ ବନ୍ଦ ରହିଥିବା ଜିଲା ସଂଗଠନର ମୁଖପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?