କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରଘୁରାମ ରାଜନ: ଏଥର ପିଏଲଆଇ ଯୋଜନା ଉପରେ ପ୍ରଶ୍ନ…

ନୂଆଦିଲ୍ଲୀ,୩୧।୫ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣି ଥରେ ଭାରତ ସରକାରଙ୍କ ଆର୍ଥିକ ନୀତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଏବଂ କିଛି ପ୍ରଶ୍ନ ଉଠାଇଛନ୍ତି। ଏଥର ତାଙ୍କ ଲକ୍ଷ୍ୟ କେନ୍ଦ୍ର ସରକାରଙ୍କ ପ୍ରଡକ୍ସନ ଲିଙ୍କ ଇନସେଣ୍ଟିଭ ସ୍କିମ (ପିଏଲଆଇ) ଉପରେ ରହିଛି ଏବଂ ସରକାରଙ୍କ ଏହି ଯୋଜନା ବିଫଳ ହୋଇଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୋସିଆଲ ମିଡିଆ ନୋଟରେ ସେ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପିଏଲଆଇ ଯୋଜନାର ସଫଳତାର ପ୍ରମାଣ କ’ଣ ଯାହା ଦେଶରେ ଉତ୍ପାଦନ କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ଆରମ୍ଭ କରାଯାଇଥିଲା। ଭାରତ ପ୍ରକୃତରେ ଏକ ଉତ୍ପାଦନକାରୀ ଅଗ୍ରଣୀ ଦେଶରେ ପରିଣତ ହୋଇଛି କି ନାହିଁ, ଯାହାକୁ ନେଇ ଦାବି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି ଦେଶରେ ମୋବାଇଲ ଫୋନ ଉତ୍ପାଦନର ଆକଳନ ଦେଖିବା ପରେ ଏଭଳି ଚିନ୍ତା ସାମ୍ନାକୁ ଆସୁଛି, ଯାହାର ଉତ୍ତର ସରକାରଙ୍କୁ ଦେବାକୁ ପଡିବ। ଏହାର କାରଣ ହେଉଛି ଦେଶରେ ମୋବାଇଲ ଫୋନ ଉତ୍ପାଦନକୁ ଧ୍ୟାନରେ ରଖି ଏହି ଯୋଜନାର ଧ୍ୟାନ ମୁଖ୍ୟତଃ ପ୍ରବର୍ତ୍ତିତ ହୋଇଥିଲା।

ମୋବାଇଲ ଫୋନ ଉତ୍ପାଦନ କ୍ଷେତ୍ରରେ ଭାରତ ଏପର୍ଯ୍ୟନ୍ତ ଏକ ବୃହତ ଶକ୍ତି ହୋଇପାରି ନାହିଁ। ଯେହେତୁ ଏହି ପିଏଲଆଇ ଯୋଜନା ଆରମ୍ଭ ହେବା ସମୟରେ ଆଶା କରାଯାଉଥିଲା ଏବଂ ଏନେଇ ଉଚ୍ଚ ପ୍ରତିଶ୍ରୁତି ଦିଆଯାଇଥିଲା। ତାଙ୍କ ସହ ଆଉ ଦୁଇଜଣ ଲେଖକ ରାହୁଲ ଚୌହାନ ଏବଂ ରୋହିତ ଲାମ୍ବା ଉଲ୍ଲେଖ କରିଛନ୍ତି ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ଏହି ଯୋଜନା ବିଫଳ ହୋଇଛି।

କେନ୍ଦ୍ରର ମୋଦି ସରକାର ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟରେ ପ୍ରଡକ୍ସନ ଲିଙ୍କ ଇନସେଣ୍ଟିଭ ସ୍କିମ ଘୋଷଣା କରିଥିଲେ। ଏହା ମାଧ୍ୟମରେ ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍ପାଦନର ଚାମ୍ପିୟନ ସୃଷ୍ଟି କରିବା ଏବଂ ସାଧାରଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦାବି କରାଯାଇଥିଲା।

ରାଜନ କହିଛନ୍ତି କେନ୍ଦ୍ର ସରକାର ଏହି ଯୋଜନାର ଆକଳନକୁ ଭଲ ଭାବରେ ଦେଖିବା ଉଚିତ ଏବଂ ପିଏଲଆଇ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ସେ ସମ୍ପର୍କରେ ବିସ୍ତୃତ ଆକଳନ କରିବା ଉଚିତ। ଏପର୍ଯ୍ୟନ୍ତ କାହିଁକି ଏହି ଯୋଜନା ଦେଶର ବିଭିନ୍ନ କ୍ଷେତ୍ରକୁ ଲାଭ ଦେବାକୁ ସକ୍ଷମ ହୋଇ ନାହିଁ ଏବଂ ଏହା କାହିଁକି କାମ କରୁନାହିଁ। ସରକାର ଏହା ବିଷୟରେ ଚିନ୍ତା କରିବା ଏବଂ ଉତ୍ତର ଦେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?