ନୂଆଦିଲ୍ଲୀ, ୪।୯ : ରାହୁଲ ଗାନ୍ଧୀଙ୍କ ଦ୍ୱାରା କଂଗ୍ରେସର ହଲ୍ଲାବୋଲ ରାଲି ନେଇ ଭାଜପା କଟାକ୍ଷ କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ମୁଖପାତ୍ର ଶାହାଜାଦ ପୁନାୱାଲା ରବିବାର କହିଛନ୍ତି ଯେ ବିଫଳ ରକେଟର ବାରମ୍ବାର ଉତକ୍ଷେପଣ ଦ୍ୱାରା ନାସା ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦଳ ଏହାକୁ କିପରି ପରିଚାଳନା କରୁଛି ବୋଲି ସେମାନେ କଂଗ୍ରେସ ସହ ଯୋଗାଯୋଗ କରୁଛନ୍ତି।
ପୁନାୱାଲା କହିଛନ୍ତି ଯେ ହଲ୍ଲାବୋଲ ରାଲି ହେଉଛି ‘ରାହୁଲ ରିଲଞ୍ଚିଂ’ର ପଞ୍ଚମ ସିଜିନ। ପୂର୍ବରୁ ଚାରି ସିଜିନ୍ ଫ୍ଲପ ହୋଇଯାଇଛି । ଏହା ସହିତ ପୁନାୱାଲା ମମତା ବାନାର୍ଜୀ, କେସିଆର, ଅରବିନ୍ଦ କେଜରିୱାଲ ଏବଂ ନୀତୀଶ କୁମାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ସମସ୍ତ ନେତା ଫିଲ୍ମ ‘ମେଁ ହୁଁ ନା’ ରେ କାମ କରୁଛନ୍ତି। ଏହି ନେତାଙ୍କ ଅବସ୍ଥା ଏକ ଡାଳିମ୍ବ ପାଞ୍ଚ ଜଣ ଅସୁସ୍ଥ( ଏକ ଅନାର ପାଞ୍ଚ୍ ବିମାର) ପରି ହୋଇଛି। କାରଣ ଭାରତରେ ଗୋଟିଏ ପ୍ରଧାନମନ୍ତ୍ରୀ ପଦବୀ ଥିବାବେଳେ ଏସବୁ ନେତାମାନେ ଆଶାୟୀ ରହିଛନ୍ତି।