Posted inଫୁରସତ

ପଥ ପ୍ରଦର୍ଶକ: କେବଳ ଶିଷ୍ୟର ସଫଳତା ହିଁ ଯାହାର ଗୁରୁ ଦକ୍ଷିଣା…

ଗୁରୁ ସିଏ, ଯିଏ ଅନ୍ଧକାରରୁ ଆଲୋକକୁ ବାଟ କଢ଼େଇ ନେବା ସହ ଛାତ୍ରକୁ ଠିକ୍‌ ମାର୍ଗରେ ନେବା ପାଇଁ ପଥପ୍ରଦର୍ଶନ କରିଥାନ୍ତି। ସେ ଶିକ୍ଷା ଗୁରୁ ହୁଅନ୍ତୁ କି ଆଧ୍ୟାତ୍ମିକ ଗୁରୁ ହୁଅନ୍ତୁ ଅବା ପ୍ରଶିକ୍ଷଣ ଦେଉଥିବା ଗୁରୁ। ଗୁରୁ କେବଳ ଗୁରୁ, ଯାହାଙ୍କ ଜୀବନଦର୍ଶନ କେବଳ ଛାତ୍ରଙ୍କୁ ଉତ୍ତମ ମାର୍ଗ ଦର୍ଶନ କରିବା। ଏଠାରେ ସେମିତି କେତେଜଣ ଗୁରୁଙ୍କ କଥା ଯେଉଁମାନେ ଛାତ୍ରଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଦିନରାତି ଏକ କରି ଦେଇଛନ୍ତି। ବଦଳରେ ଗୁରୁ ଦକ୍ଷିଣା ବି ଲୋଡ଼ି ନାହାନ୍ତି। ସେମାନଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ଛାତ୍ରମାନଙ୍କ ଭବିଷ୍ୟତ ଗଢ଼ିବା। ଶିଷ୍ୟର ସଫଳତାକୁ ହିଁ କେବଳ ଗୁରୁ ଦକ୍ଷିଣା ବୋଲି ମାନୁଥିବା ଗୁରୁମାନଙ୍କର କଥା ଏଥରର ପ୍ରଚ୍ଛଦରେ…

ସୀମାଞ୍ଚଳଙ୍କ ପ୍ରଶିକ୍ଷଣରେ ସେନାରୁ ସେଲିବ୍ରିଟି: ଦେଶ ସେବା କରିବାର ସ୍ବପ୍ନ ଦେଖିଥିଲେ ସେ ପିଲାବେଳୁ। ଆଉ ଏହି ସ୍ବପ୍ନ ବି ତାଙ୍କର ସାକାର ହୋଇଥିଲା। ଭାରତୀୟ ସେନା ବାହିନୀରେ ଜଣେ ଫିଜିକାଲ ଇନଷ୍ଟ୍ରକ୍ଟର ଭାବେ ୨୦ ବର୍ଷ ସେବା ଯୋଗାଇବା ପରେ ୨୦୨୦ ମସିହାରେ ସେ ଅବସର ନିଅନ୍ତି। କିନ୍ତୁ ଅବସର ପରେ ଚୁପ୍‌ ହୋଇ ବସିଯିବାର ମନ ନ ଥିଲା ତାଙ୍କର। ସେ ଚାହୁଁଥିଲେ ଶେଷ ଜୀବନଯାଏ ଯେମିତି ଦେଶ ପାଇଁ କାମ କରିବେ। ଏମିତି ଭାବିବା ଭିତରେ ତାଙ୍କ ମନକୁ ଆସିଲା, ଅନେକ ଯୁବତୀଯୁବକ ଅଛନ୍ତି; ଯେଉଁମାନେ ସେନାବାହିନୀରେ ଯୋଗଦେବାକୁ ଚାହୁଁଛନ୍ତି କିନ୍ତୁ କୃତକାର୍ଯ୍ୟ ହୋଇପାରୁ ନାହାନ୍ତି। କାରଣ ସଠିକ୍‌ ପ୍ରଶିକ୍ଷଣର ଅଭାବ ରହୁଛି। ଆଉ ସେଇ ପ୍ରଶିକ୍ଷଣର ଦାୟିତ୍ୱ ସେ ନିଜେ ନେଇଗଲେ। ସେନାରୁ ନିଜେ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ ତାକୁ ସେ ପିଲାଙ୍କୁ ଶିଖାଇଲେ। ଇଏ ହେଲେ ବ୍ରହ୍ମପୁର ସହରର ଅବସରପ୍ରାପ୍ତ ସେନା ହାବିଲଦାର ସୀମାଞ୍ଚଳ ବାରିକ। ତାଙ୍କ ମତରେ ଦେଶରେ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟ ଭାରତୀୟ ସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବା ନିହାତି ଆବଶ୍ୟକ। ଅନ୍ୟପଟେ ବର୍ତ୍ତମାନ ସମୟରେ ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦକ୍ଷତା ଓ ଯୋଗ୍ୟ ଯୁବତୀ ଯୁବକମାନେ ଉପଯୁକ୍ତ ମାର୍ଗ ଦର୍ଶନ ଅଭାବରୁ ମଧ୍ୟ ଦିଗହରା ହେଉଛନ୍ତି। ଏହିସବୁକୁ ଆଖିରେ ରଖି ସେ ଗଠନ କଲେ ବ୍ରହ୍ମପୁର ଫିଜିକାଲ ଏକାଡେମୀ; ଯାହା ଏବେ କେବଳ ଆମ ରାଜ୍ୟ କି ଦେଶରେ ନୁହେଁ ବିଦେଶରେ ମଧ୍ୟ ଜଣାଶୁଣା ହେଲାଣି। ଏହି ତାଲିମ ସେଣ୍ଟରରେ ସୀମାଞ୍ଚଳ ମାଗଣାରେ ଫିଜିକାଲ ଟ୍ରେନିଂ ପ୍ରଦାନ କରିଆସୁଛନ୍ତି। ଏହା ସହ ଏହି ତାଲିମ ପ୍ରଶିକ୍ଷଣର ଭିଡିଓ ପ୍ରସ୍ତୁତ କରି ସେ ଏହାକୁ ସାମାଜିକ ଗଣମାଧ୍ୟମ ଯଥା ୟୁଟ୍ୟୁବ, ଫେସବୁକ୍‌ ଓ ଇନଷ୍ଟାଗ୍ରାମ ମାଧ୍ୟମରେ ଶେୟାର କରି ଅନ୍ୟ ଆଶାୟୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସିଧାସଳଖ ନ ହେଲେ ବି ଶିକ୍ଷା ଦେଇପାରୁଛନ୍ତି। ପ୍ରଥମେ ଏହି ଏକାଡେମୀ ଆରମ୍ଭ ହୋଇଥିଲା ୨୦୨୦ ମସିହା ଜୁଲାଇ ମାସରେ। ପ୍ରଥମେ ସହରର ମାତ୍ର ୨୦ ଜଣ ଯୁବକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଏକାଡେମୀର ବର୍ତ୍ତମାନ ୟୁଟ୍ୟୁବରେ ୧.୩ ମିଲିୟନ ଫଲୋଅର୍ସ ଅଛନ୍ତି। ପ୍ରତିଦିନ ସେ ଏମ୍‌କେସିଜି ଖେଳପଡ଼ିଆରେ ସକାଳ ୫.୩୦ରୁ ୮.୩୦, ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ ଓ ଅପରାହ୍ନ ୪.୩୦ରୁ ୬.୩୦ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଫିଜିକାଲ ଟ୍ରେନିଂ ପ୍ରଦାନ କରିଥାନ୍ତି। ବର୍ତ୍ତମାନ ସମୟରେ ନିୟମିତ ଭାବେ ବ୍ରହ୍ମପୁର ଫିଜିକାଲ ଏକାଡେମୀରେ ଭାରତୀୟ ସେନା, ଅଗ୍ନିଯୋଦ୍ଧା, ପୋଲିସ ସମେତ ଅନ୍ୟ ଡିଫେନ୍ସ ସେକ୍ଟରରେ ନିଯୁକ୍ତି ଆଶାୟୀ ଥିବା ୫୦୦ରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ପୂର୍ବାହ୍ନ ଓ ୨୦୦ରୁ ଊଦ୍ଧ୍ୱର୍ର୍ ଅପରାହ୍ନ ବ୍ୟାଚରେ ତାଲିମ ନେଉଛନ୍ତି। ଏହି ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ଯାଜପୁର, ସମ୍ବଲପୁର, ବରଗଡ଼, ଖୋର୍ଦ୍ଧା ସମେତ ବାହାର ରାଜ୍ୟ ଯେମିତି କି ବିହାର, ବମ୍ବେ, ଦିଲ୍ଲୀରୁ ମଧ୍ୟ ପ୍ରଶିକ୍ଷାର୍ଥୀମାନେ ଆସୁଛନ୍ତି। ଏଠାରେ ସେନା ତାଲିମ ବାଦ୍‌ ମଧ୍ୟ ମାଗଣା ୱେଟଲସ୍‌ ଟ୍ରେନିଂ ପ୍ରଦାନ କରାଯାଉଛି। ଏହି ଏକାଡେମୀରୁ ଗୋଟିଏ ବର୍ଷ ମଧ୍ୟରେ ପୋଲିସ, ବିଏସ୍‌ଏଫ୍‌,ଭାରତୀୟ ବାୟୁସେନା, ସ୍ଥଳସେନା, ନୌବାହିନୀ, ଆସାମରାଇଫଲ୍ସ, ସିଆର୍‌ପିଏଫ୍‌ ଆଦିରେ ପ୍ରାୟ ୧୦୯ ଜଣ ଯୁବତୀ ଓ ଯୁବକ ନିଯୁକ୍ତି ପାଇସାରିଲେଣି। ୟୁଟ୍ୟୁବ ପକ୍ଷରୁ ତାଙ୍କୁ ଗୋଲ୍ଡେନ ବଟନ ମିଳିସାରିଛି। କେବଳ ଚାକିରି ଆଶାୟୀ ଯୁବପିଢ଼ି ନୁହନ୍ତି, ଏବେ ବଲିଉଡ, ଟଲିଉଡ ଜଗତର ବହୁ ଷ୍ଟାର ମଧ୍ୟ ତାଙ୍କ ନିକଟକୁ ଫିଜିକାଲ ଫିଟନେସ୍‌ ପାଇଁ ଆସୁଛନ୍ତି। ବତୀଗୁଲ ମଟର ଚାଲୁ, ରୁସ୍ତମ ଫିଲ୍ମର ସ୍କ୍ରିପ୍ଟ ଡାଇରେକ୍ଟର ବୁପୁଲ କେ. ରାୱଲ, ବାଂଲାଦେଶୀ ଅନ୍ତର୍ଜାତୀୟ ମହିଳା କ୍ରିକେଟର ଶେଖ ଅକ୍‌ତର ମେଘଲା, ତାଲିମ ସୁପର ଷ୍ଟାର ରାମ ବୁଗାତିଙ୍କ ସମେତ ଅନ୍ତର୍ଜାତୀୟ ମାଷ୍ଟର ସେଫ ରିିପୁଦମନ ମଧ୍ୟ ବ୍ରହ୍ମପୁରରେ ପହଞ୍ଚତ୍ ଫିଟନେସ ତାଲିମ ଗ୍ରହଣ କରିଛନ୍ତି। ଏବେ ଏହି ଫିଜିକାଲ ଏକାଡେମୀରେ ନ୍ୟୁଜିଲାଣ୍ଡର ଜଣେ ପ୍ରଶିକ୍ଷାର୍ଥୀ ଅଛନ୍ତି।

‘ଭରସା’ ପାଲଟିଛି ସଭିଙ୍କ ଭରସା: ପ୍ରତିଦିନ ସକାଳ ୫ଟା ଭିତରେ ସେ ପହଞ୍ଚତ୍ ଯାଆନ୍ତି ନିକୋ ପାର୍କରେ। ଠିକ୍‌ ସାଢେ ୫ରେ ଆରମ୍ଭ ହୁଏ ପ୍ରଶିକ୍ଷଣ। ନିକୋ ପାର୍କରୁ ଗଭର୍ନର ହାଉସ୍‌, ସେଠାରୁ ଏଜି, ପୁଣି ଏଜିରୁ ନିକୋ ପାର୍କକୁ ଦୌଡ଼। ପରେ ପରେ ଲଙ୍ଗଜମ୍ପ ଆଦି ଅନ୍ୟାନ୍ୟ ପ୍ରଶିକ୍ଷଣ ଯାହା ଚାଲେ ୮ଟା ପର୍ଯ୍ୟନ୍ତ। ୪୦ରୁ ୫୦ ଜଣ ପିଲା ପ୍ରଶିକ୍ଷଣ ନେଉଥାନ୍ତି। ଆଉ ଯିଏ ପ୍ରଶିକ୍ଷଣ ଦେଉଥାନ୍ତି ସେ ହେଲେ ୭୦ ବର୍ଷୀୟ ଗୋପୀନାଥ ସେଠୀ। ୨୦୦୨ ମସିହାରୁ ସେ ସୈନ୍ୟ ବିଭାଗ ଓ ପୋଲିସବାହିନୀରେ ଯୋଗ ଦେବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀମାନଙ୍କୁ ବିନା ପାରିଶ୍ରମିକରେ ପ୍ରଶିକ୍ଷଣ ଦେଇଆସୁଛନ୍ତି। ତାଙ୍କ ପ୍ରଶିକ୍ଷଣରେ ପ୍ରାୟ ୪୦୦୦ରୁ ଊର୍ଦ୍ଧ୍ୱ ପିଲା ଏବେ ଭାରତୀୟ ସେନାବିଭାଗ ସହ ପୋଲିସ ବିଭାଗରେ ନିଯୁକ୍ତି ପାଇସାରିଛନ୍ତି।
ଗୋପୀନାଥଙ୍କର ଦୌଡ଼ିବାରେ ଖୁବ୍‌ ଆଗ୍ରହ ଥିଲା। ସେ ଯେତେବେଳେ ଓଡ଼ିଶା ଫାଇନାନ୍ସ ବିଭାଗରେ କାମ କରୁଥିଲେ ଭାରତର ୮ଟି ଷ୍ଟାଡିୟମରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ଏହାସହ ରାଜ୍ୟରେ ଆୟୋଜିତ ପ୍ରତିଟି ମାରାଥନ୍‌ରେ ଭାଗ ନେଇ ପୁରସ୍କୃତ ହୁଅନ୍ତି। ପ୍ରତିଦିନ ସକାଳେ କଳିଙ୍ଗ ଷ୍ଟାଡ଼ିୟମ ଯାଇ ଦୌଡ଼ିବା ତାଙ୍କ ଅଭ୍ୟାସ। ସେଠାକୁ ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ବି ଦୌଡ଼ିବାକୁ ଆସନ୍ତି। ସେଇ ସମୟରେ ଗୋପୀନାଥ ସେମାନଙ୍କୁ ଶାରୀରିକ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରୁଥିଲେ। ଯେଉଁଥିରେ ୫୦୦୦ ମିଟର ଦୌଡ଼ ୧୬ ମିଟର ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଦଉଡ଼ି ଡିଆଁ, ବାଲିବସ୍ତା ବୋହିବା, ସାଇକେଲ ଚାଳନା ଆଦି ବିଭିନ୍ନ ପ୍ରକାରର ଶାରୀରିକ ପ୍ରଶିକ୍ଷଣ ରହିଥାଏ। ଏଇ ପିଲାମାନଙ୍କ ମଧ୍ୟରୁ ପ୍ରଥମ ଥର ୨୦୦୨ ମସିହାରେ ୮୬ ଜଣ ସେନା ଓ ପୋଲିସ ବିଭାଗରେ ନିଯୁକ୍ତି ପାଆନ୍ତି। ଏହାପରେ ଗୋପୀନାଥଙ୍କ ଭିତରେ ଆତ୍ମବିଶ୍ୱାସ ଦୃଢ଼ ହୁଏ ଯେ, ସେ ପ୍ରଶିକ୍ଷଣ ଦେଇପାରିବେ। ଏହାପରେ ୨୦୦୭ ମସିହାରେ ତାଙ୍କର ଏକମାତ୍ର ପୁତ୍ର ରେଲଓ୍ବେରେ ଲିଖିତରେ କୃତକାର୍ଯ୍ୟ ହେବାପରେ ଶାରୀରିକ ଦକ୍ଷତା ପାଇଁ ଦୌଡୁଥିବା ସମୟରେ ହୃଦ୍‌ଘାତରେ ମୃତ୍ୟୁବରଣ କରେ। ପୁଅର ମୃତ୍ୟୁ ପରେ ଖୁବ୍‌ ଭାଙ୍ଗିପଡ଼ନ୍ତି ଗୋପୀନାଥ। ହେଲେ ନିଷ୍ପତ୍ତି ନିଅନ୍ତି ଗୋଟିଏ ପୁଅ ସିନା ନିଯୁକ୍ତି ପାଇବା ପୂର୍ବରୁ ଚାଲିଗଲା, ଏବେ ହଜାର ହଜାର ପୁଅଙ୍କୁ ସେ ନିଯୁକ୍ତି କ୍ଷେତ୍ରରେ ସାହାଯ୍ୟ କରିବେ। ସେଇଠୁ ଆରମ୍ଭ ହେଲା ତାଙ୍କର ବିଧିବଦ୍ଧ ପ୍ରଶିକ୍ଷଣ; ଯାହାର ନାଁ ଦେଲେ ଭରସା। ତାଙ୍କରି ପ୍ରଶିକ୍ଷଣରୁ ପ୍ରତିବର୍ଷ ପାଖାପାଖି ୧୦୦ଜଣ ପିଲା ନିଯୁକ୍ତି ପାଉଛନ୍ତି। ଦେଖିଲେ ଲାଗେ ବୟସ ଯେମିତି ଗୋପୀନାଥଙ୍କ ପାଖରେ ହାର୍‌ ମାନିଛି। ଭୋର ୪ଟାରୁ ଉଠି ୫ଟା ସୁଦ୍ଧା ସେ ପ୍ରଶିକ୍ଷଣ ସ୍ଥାନରେ ପହଞ୍ଚତ୍ ଯାଆନ୍ତି। ଆଗରୁ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ଦେଉଥିଲେ। କିନ୍ତୁ ତାହା ବନ୍ଦ ହେବାପରେ ଏବେ ନିକୋ ପାର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ଏମିତି କୌଣସି ଦିନ ନାହିଁ ଯେଉଁଦିନ ସେ ପ୍ରଶିକ୍ଷଣ ଦେବା ପାଇଁ ଆସି ନାହାନ୍ତି। ଦେହ ଖରାପ ହେଲେ ବି ସେ ଆସନ୍ତି। ଗୋପୀନାଥ କୁହନ୍ତି, ଦେହ ଖରାପ ଗୋଟେ କ’ଣ, ପିଲାଙ୍କୁ ଶିଖାଇବା ଭିତରେ ଦେହ ଆପେ ଆପେ ଠିକ୍‌ ହୋଇଯାଏ। ତେଣୁ ପ୍ରଶିକ୍ଷଣ ବନ୍ଦର ପ୍ରଶ୍ନ ଉଠୁନି। ଗୋପୀନାଥଙ୍କ ପ୍ରଶିକ୍ଷଣ ଶିବିରକୁ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରର ପିଲା ମଧ୍ୟ ଆସୁଛନ୍ତି। ତାଙ୍କର ଗୋଟିଏ ଲକ୍ଷ୍ୟ ପିଲାଙ୍କ ଭବିଷ୍ୟତ ଗଢ଼ିବା, ଯେଉଁଥିପାଇଁ ସେ କାହାରିଠାରୁ କେବେ ଟଙ୍କାଟିଏ ବି ନିଅନ୍ତି ନାହିଁ। ତାଙ୍କର ଏହି ମହତ୍‌ କାର୍ଯ୍ୟ ପାଇଁ ସେ ଗୁରୁଦ୍ରୋଣାଚାର୍ଯ୍ୟ, ଏକଲବ୍ୟ, ଗୌରିଶଙ୍କର ପରି ଅନେକ ପୁରସ୍କାର ଓ ସମ୍ମାନ ପାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କଠାରୁ ବରପୁତ୍ର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତେବେ ତାଙ୍କର ଗୋଟିଏ ମାତ୍ର ଇଚ୍ଛା ଜୀବନର ଶେଷଯାଏ ପିଲାମାନଙ୍କୁ ଏମିତି ପ୍ରଶିକ୍ଷଣ ଦେଉଥିବେ।

ସଫଳତା ରାସ୍ତାରେ ଏକଲବ୍ୟ : ସେ ଭଲ ପାଆନ୍ତି ଗାଁକୁ ଆଉ ଗାଁର ପିଲାମାନଙ୍କୁ। ସେଇଥିପାଇଁ ନିଜ ଗାଁର ଶିକ୍ଷିତ ଯୁବକମାନେ ବେକାର ହୋଇ ବୁଲିବା, ତାସ ଖେଳିବା ଦେଖିଲେ ତାଙ୍କୁ ଜମା ଭଲ ଲାଗୁ ନ ଥିଲା। ଶାରୀରିକ ଦକ୍ଷତା ଥିବା ସତ୍ତ୍ୱେ ପିଲାମାନଙ୍କ ଚାକିରି ପାଇଁ ଆବେଦନ କରି ବାରମ୍ବାର ଅକୃତକାର୍ଯ୍ୟ ହେବା ତାଙ୍କୁ ଚିନ୍ତାରେ ପକାଇଥିଲା। ଭାବୁଥିଲେ କ’ଣ କରିପାରିବେ ପିଲାମାନଙ୍କ ପାଇଁ। ଶେଷରେ ତାଙ୍କର ଏହି ଭାବନା ରୂପ ନେଇଥିଲା ପ୍ରଶିକ୍ଷଣ ଶିବିର ‘ଏକଲବ୍ୟ’ ରୂପରେ। ଯେଉଁଠୁ ପ୍ରଶିକ୍ଷଣ ପାଇଁ ଏବେ ପିଲାମାନେ ଭାରତୀୟ ସେନା ଓ ପୋଲିସର ବିଭିନ୍ନ ବିଭାଗରେ କାର୍ଯ୍ୟରତ। ଆଉ ଯାହାଙ୍କ ପ୍ରଚେଷ୍ଟାରେ ଏହି ଏକଲବ୍ୟ ଅନୁଷ୍ଠାନ ଗଢ଼ିଉଠିଛି। ସେ ହେଲେ ବିଜୟ କୁମାର ପଣ୍ଡା। ଘର କଟକ ଜିଲା ନରସିଂହପୁର ବ୍ଲକର ନରସିଂହପୁର ଗାଁରେ। ସମାଜ ସେବାରେ ରୁଚି ରଖିଥିବା ବିଜୟଙ୍କ ପ୍ରଚେଷ୍ଟାରେ ଏହି ଏକଲବ୍ୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା ୨୦୧୭ ମସିହା ମାର୍ଚ୍ଚ ୨୨ତାରିଖରେ। ୫୦ଜଣ ଛାତ୍ରଙ୍କୁ ନେଇ ଗଢ଼ା ହୋଇଥିଲା ଏହି ଅନୁଷ୍ଠାନ। ବିଶେଷକରି ସୈନ୍ୟବାହିନୀ ବା ପୋଲିସବିଭାଗରେ ଚାକିରି କରିବାକୁ ଆଗ୍ରହୀ ଥିବା ଯୁବତୀଯୁବକମାନେ ହିଁ ଏଠାରେ ପ୍ରଶିକ୍ଷଣ ପାଇଁ ଯୋଗ ଦିଅନ୍ତି। ପିଲାମାନଙ୍କୁ ଟ୍ରେନିଂ ପୂର୍ବରୁ ଟ୍ରାକସୁଟ, ବୁଟ ଆଦି ଦିଆଯାଏ। ଶାରୀରିକ ପ୍ରଶିକ୍ଷଣ ସହିତ ଲିଖିତ ପରୀକ୍ଷା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଏ। ଶାରୀରିକ ଶିକ୍ଷା ପାଇଁ ଦୁଇଜଣ ଖେଳ ଶିକ୍ଷକ ଥିବାବେଳେ ଲିଖିତ ପରୀକ୍ଷା ପାଇଁ ଚାରିଜଣ ଶିକ୍ଷକ ଅଛନ୍ତି। ନରସିଂପୁରର ବଡପଡିଆ ଠାରେ ସକାଳ ୬ଟାରୁ ଆରମ୍ଭ ହୋଇଯାଏ ପ୍ରଶିକ୍ଷଣ। ସକାଳ ୬ଟାରୁ ୮ଟା ଯାଏ ଶାରୀରିକ ଶିକ୍ଷା ପାଇଁ ଆଉ ୯ରୁ ୧୧ଟା ଲିଖିତ ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦିଆଯାଏ। ନରସିଂହପୁରର ଚୁଡା ନୟାଗଡ, ଅନୁଗୋଳ, ଢେଙ୍କାନାଳ ଓ କଟକ ଆଦିରୁ ପିଲାମାନେ ଏଠାକୁ ପ୍ରଶିକ୍ଷଣ ନେବା ପାଇଁ ଆସୁଛନ୍ତି। ଏହି ଏକଲବ୍ୟ ପ୍ରଶିକ୍ଷଣ କେନ୍ଦ୍ରରୁ ୨୦୧୮ରୁ ୧୯ ମଧ୍ୟରେ ୨୩ ଜଣ ଛାତ୍ର ଭାରତୀୟ ସୈନ୍ୟ ବିଭାଗ ଓ ଓଡ଼ିଶା ପୋଲିସ ବିଭାଗରେ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଲେ ଅନିଲ ଅତିବୁଦ୍ଧି। ଅନିଲଙ୍କର ଖୁବ୍‌ ଛୋଟବେଳୁ ସୈନ୍ୟ ବିଭାଗରେ କାମ କରିବାର ଇଚ୍ଛା ଥିଲା। ଛୋଟ ଥିବାବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଥାଏ। ଘରେ ମା’ ଓ ସାନଭଉଣୀ। ଯୁକ୍ତ୩ ପ୍ରଥମ ବର୍ଷରେ ପଢ଼ିବାବେଳେ ସେ ଏକଲବ୍ୟକୁ ଆସିଥିଲେ। ଏବେ ସେ ପାକିସ୍ତାନ ବର୍ଡରରେ କାର୍ଯ୍ୟରତ। ସେ କୁହନ୍ତି, ‘ଆଜି ମୁଁ ସେନାବାହିନୀରେ ଯୋଗ ଦେଇପାରିଛି ବିଜୟ ସାର୍‌ଙ୍କ ଯୋଗୁ। ଫଣ୍ଟୁ ଭାଇଙ୍କ ଅବଦାନ ବି ଭୁଲିପାରିବି ନାହିଁ। ଅନିଲଙ୍କ ପରି ଅନ୍ୟ ଛାତ୍ରମାନେ ମଧ୍ୟ ଏକଲବ୍ୟ ଅନୁଷ୍ଠାନ ଓ ବିଜୟ ସାର୍‌ଙ୍କ ପାଖେ ଋଣୀ ବୋଲି ସ୍ବୀକାର କରନ୍ତି। ଏ ସମ୍ପର୍କରେ ବିଜୟ ପଣ୍ଡା କୁହନ୍ତି, ‘ମୋର ଏକମାତ୍ର ଇଚ୍ଛା କେମିତି ଅଧିକରୁ ଅଧିକ ସଫଳତା ପାଆନ୍ତୁ ଏକଲବ୍ୟର ପିଲାମାନେ। ଏଇ ନିକଟରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ। ମୋର ଇଚ୍ଛା ୫୦ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ କରିଥିବା ଏକଲବ୍ୟ ପ୍ରଶିକ୍ଷଣ କେନ୍ଦ୍ର ପାଞ୍ଚଶହ ଛାତ୍ରଙ୍କ ପ୍ରଶିକ୍ଷଣ ଦାୟିତ୍ୱ ନେଉ।

ଏଠି ଗୁରୁ ସାଜିଛନ୍ତି ଯବାନ: ବାଲେଶ୍ୱର ଜିଲା ଖଇରା ସମେତ ବିଭିନ୍ନ ବ୍ଲକର ଆଶାୟୀ ଯୁବତୀ ଯୁବକମାନେ କିଭଳି ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇବେ ସେହି ଲକ୍ଷ୍ୟରେ ଖଇରା ଅଞ୍ଚଳରେ ୨୦୨୧ ଜାନୁୟାରୀ ୨୬ତାରିଖରେ ଗଢି ଉଠିଥିଲା କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ ା ସେନାରେ କାର୍ଯ୍ୟରତ କେତେକ ଯବାନ ଖଇରା ବ୍ଲକର ନୟାଖଣ୍ଡି ସ୍କୁଲ ପଡିଆରେ ତାଲିମ ଦେବା ଆରମ୍ଭ କରିଥିଲେ। ଅଦଳବଦଳ କରି ଛୁଟିରେ ଘରକୁ ଆସି ସେମାନେ ଏହି ତାଲିମ ପ୍ରଦାନ କରିଥାନ୍ତି ା ଏଠାରେ ସେମାନେ ଲିଖିତ, ଶାରୀରିକ ଓ ମୌଖିକ ପରିକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିଥାନ୍ତି। ବର୍ତ୍ତମାନ ଏଠାରେ ୬୦ରୁ ଅଧିକ ଯୁବତୀ ଯୁବକ ପ୍ରଶିକ୍ଷଣ ନେଉଛନ୍ତି ା କରୋନା ମହାମାରୀ ଯୋଗୁଁ ନିଯୁକ୍ତି ପ୍ରକ୍ରିୟା କଟକଣା ସତ୍ତ୍ୱେ ଷ୍ଟାଫ ସିଲେକ୍ସନରେ ୨ଜଣ ଯୁବକ ନିଯୁକ୍ତି ପାଇଁ ଶେଷ ସୋପାନରେ ପହଞ୍ଚିଥିବା ବେଳେ ଜଣେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ପରେ ଶାରୀରିକ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଛନ୍ତି ା ଏହି ଅନୁଷ୍ଠାନକୁ ପ୍ରଥମେ ୪ଜଣ ଯବାନ ଓ ୨ଜଣ ସ୍ଥାନୀୟ ଶିକ୍ଷିତ ଯୁବକ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ୧୧ ଯବାନ ଏହି କାର୍ଯ୍ୟକୁ ବିନା ପାରିଶ୍ରମିକରେ କରୁଛନ୍ତି ା କେବଳ ଯବାନ ନୁହନ୍ତି ତାଙ୍କ ପତ୍ନୀମାନେ ମଧ୍ୟ ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଦୀର୍ଘଜୀବୀ କରିବାକୁ ସୋମନେ ଏହି ସଂଗଠନକୁ ଟ୍ରଷ୍ଟ ଅଧୀନକୁ ଆଣିଛନ୍ତି; ଯେଉଁଥିରେ ପ୍ରୀତିମଞ୍ଜରୀ ମହାନ୍ତି, ମଧୁସ୍ମିତା ବିନ୍ଧାଣୀ, ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରୁଛନ୍ତି ା ବର୍ତ୍ତମାନ ସୋର, ବାଲେଶ୍ୱର ଏବଂ ବାରିପଦା ଭଳି ସୁଦୂର ଅଞ୍ଚଳରୁ ଶିକ୍ଷିତ ଯୁବତୀ ଯୁବକମାନେ ଆଗ୍ରହୀ ହୋଇ ଖଇରାରେ ଆସି ତାଲିମ ନେଉଛନ୍ତି ା ଅଗ୍ନିବୀର ଯୋଜନାରେ ଆଗାମୀ ପରୀକ୍ଷାରେ ଅତିକମ୍‌ରେ ୪୦ଜଣ କୃତକାର୍ଯ୍ୟ ହେବେ ବୋଲି ତାଲିମ ଦେଉଥିବା ଏହି ଯବାନମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ା

ସୀମାଞ୍ଚଳଙ୍କ ପ୍ରଶିକ୍ଷଣରେ ସେନାରୁ ସେଲିବ୍ରିଟି: ଦେଶ ସେବା କରିବାର ସ୍ବପ୍ନ ଦେଖିଥିଲେ ସେ ପିଲାବେଳୁ। ଆଉ ଏହି ସ୍ବପ୍ନ ବି ତାଙ୍କର ସାକାର ହୋଇଥିଲା। ଭାରତୀୟ ସେନା ବାହିନୀରେ ଜଣେ ଫିଜିକାଲ ଇନଷ୍ଟ୍ରକ୍ଟର ଭାବେ ୨୦ ବର୍ଷ ସେବା ଯୋଗାଇବା ପରେ ୨୦୨୦ ମସିହାରେ ସେ ଅବସର ନିଅନ୍ତି। କିନ୍ତୁ ଅବସର ପରେ ଚୁପ୍‌ ହୋଇ ବସିଯିବାର ମନ ନ ଥିଲା ତାଙ୍କର। ସେ ଚାହୁଁଥିଲେ ଶେଷ ଜୀବନଯାଏ ସେ ଯେମିତି ଦେଶ ପାଇଁ କାମ କରିବେ। ଏମିତି ଭାବିବା ଭିତରେ ତାଙ୍କ ମନକୁ ଆସିଲା, ଅନେକ ଯୁବତୀଯୁବକ ଅଛନ୍ତି; ଯେଉଁମାନେ ସେନାବାହିନୀରେ ଯୋଗଦେବାକୁ ଚାହୁଁଛନ୍ତି କିନ୍ତୁ କୃତକାର୍ଯ୍ୟ ହୋଇପାରୁ ନାହାନ୍ତି। କାରଣ ଠିକ୍‌ ପ୍ରଶିକ୍ଷଣର ଅଭାବ ରହୁଛି। ଆଉ ସେଇ ପ୍ରଶିକ୍ଷଣର ଦାୟିତ୍ୱ ସେ ନିଜେ ନେଇଗଲେ। ସେନାରୁ ନିଜେ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ ତାକୁ ସେ ପିଲାଙ୍କୁ ଶିଖାଇଲେ। ଇଏ ହେଲେ ବ୍ରହ୍ମପୁର ସହରର ଅବସରପ୍ରାପ୍ତ ସେନା ହାବିଲଦାର ସୀମାଞ୍ଚଳ ବାରିକ। ତାଙ୍କ ମତରେ ଦେଶରେ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟ ଭାରତୀୟ ସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବା ନିହାତି ଆବଶ୍ୟକ। ଅନ୍ୟପଟେ ବର୍ତ୍ତମାନ ସମୟରେ ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଉଥିବା ବେଳେ ଦକ୍ଷତା ଓ ଯୋଗ୍ୟ ଯୁବତୀ ଯୁବକମାନେ ଉପଯୁକ୍ତ ମାର୍ଗ ଦର୍ଶନ ଅଭାବରୁ ମଧ୍ୟ ଦିଗହରା ହେଉଛନ୍ତି। ଏହିସବୁକୁ ଆଖିରେ ରଖି ସେ ଗଠନ କଲେ ବ୍ରହ୍ମପୁର ଫିଜିକାଲ ଏକାଡେମୀ; ଯାହା ଏବେ କେବଳ ଆମ ରାଜ୍ୟ କି ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍‌ ଜଣାଶୁଣା ହେଲାଣି। ଏହି ତାଲିମ ସେଣ୍ଟରରେ ସୀମାଞ୍ଚଳ ମାଗଣାରେ ଫିଜିକାଲ ଟ୍ରେନିଂ ପ୍ରଦାନ କରିଆସୁଛନ୍ତି। ଏହା ସହ ଏହି ତାଲିମ ପ୍ରଶିକ୍ଷଣର ଭିଡିଓ ପ୍ରସ୍ତୁତ କରି ସେ ଏହାକୁ ସାମାଜିକ ଗଣମାଧ୍ୟମ ଯଥା ୟୁଟ୍ୟୁବ, ଫେସବୁକ୍‌ ଓ ଇନଷ୍ଟାଗ୍ରାମ ମାଧ୍ୟମରେ ଶେୟାର କରି ଅନ୍ୟ ଆଶାୟୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସିଧାସଳଖ ନ ହେଲେ ବି ଶିକ୍ଷା ଦେଇପାରୁଛନ୍ତି। ପ୍ରଥମେ ଏହି ଏକାଡେମୀ ଆରମ୍ଭ ହୋଇଥିଲା ୨୦୨୦ ମସିହା ଜୁଲାଇ ମାସରେ। ପ୍ରଥମେ ସହରର ମାତ୍ର ୨୦ ଜଣ ଯୁବକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଏକାଡେମୀ ବର୍ତ୍ତମାନ ୟୁଟ୍ୟୁବରେ ୧.୩ ମିଲିୟନ ଫଲୋଅର୍ସ ଅଛନ୍ତି। ପ୍ରତିଦିନ ସେ ଏମ୍‌କେସିଜି ଖେଳପଡ଼ିଆରେ ସକାଳ ୫.୩୦ରୁ ୮.୩୦, ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ ଓ ଅପରାହ୍ନ ୪.୩୦ରୁ ୬.୩୦ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଫିଜିକାଲ ଟ୍ରେନିଂ ପ୍ରଦାନ କରିଥାନ୍ତି। ବର୍ତ୍ତମାନ ସମୟରେ ନିୟମିତ ଭାବେ ବ୍ରହ୍ମପୁର ଫିଜିକାଲ ଏକାଡେମୀରେ ଭାରତୀୟ ସେନା, ଅଗ୍ନିଯୋଦ୍ଧା, ପୋଲିସ ସମେତ ଅନ୍ୟ ଡିଫେନ୍ସ ସେକ୍ଟରରେ ନିଯୁକ୍ତି ଆଶାୟୀ ଥିବା ୫୦୦ରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ପୂର୍ବାହ୍ନ ଓ ୨୦୦ରୁ ଊଦ୍ଧ୍ୱର୍ର୍ ଅପରାହ୍ନ ବ୍ୟାଚରେ ତାଲିମ ନେଉଛନ୍ତି। ଏହି ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ଯାଜପୁର, ସମ୍ବଲପୁର, ବରଗଡ଼, ଖୋର୍ଦ୍ଧା ସମେତ ବାହାର ରାଜ୍ୟ ଯେମିତି କି ବିହାର, ବମ୍ବେ, ଦିଲ୍ଲୀରୁ ମଧ୍ୟ ପ୍ରଶିକ୍ଷାର୍ଥୀମାନେ ଆସୁଛନ୍ତି। ଏଠାରେ ସେନା ତାଲିମ ବାଦ୍‌ ମଧ୍ୟ ମାଗଣା ୱେଟଲସ୍‌ ଟ୍ରେନିଂ ପ୍ରଦାନ କରାଯାଉଛି। ଏହି ଏକାଡେମୀରୁ ଗୋଟିଏ ବର୍ଷ ମଧ୍ୟରେ ପୋଲିସ, ବିଏସ୍‌ଏଫ୍‌,ଭାରତୀୟ ବାୟୁସେନା, ସ୍ଥଳସେନା, ନୌବାହିନୀ, ଆସାମରାଇଫଲ୍ସ, ସିଆର୍‌ପିଏଫ୍‌ ଆଦିରେ ପ୍ରାୟ ୧୦୯ ଜଣ ଯୁବତୀ ଓ ଯୁବକ ନିଯୁକ୍ତି ପାଇସାରିଲେଣି। ୟୁଟ୍ୟୁବ ପକ୍ଷରୁ ତାଙ୍କୁ ଗୋଲ୍ଡେନ ବଟନ ମିଳିସାରିଛି। କେବଳ ଚାକିରି ଆଶାୟୀ ଯୁବପିଢ଼ି ନୁହନ୍ତି, ଏବେ ବଲିଉଡ, ଟଲିଉଡ ଜଗତର ବହୁ ଷ୍ଟାର ମଧ୍ୟ ତାଙ୍କ ନିକଟକୁ ଫିଜିକାଲ ଫିଟନେସ୍‌ ପାଇଁ ଆସୁଛନ୍ତି। ବତୀଗୁଲ ମଟର ଚାଲୁ, ରୁସ୍ତମ ଫିଲ୍ମର ସ୍କ୍ରିପ୍ଟ ଡାଇରେକ୍ଟର ବୁପୁଲ କେ. ରାୱଲ, ବାଂଲାଦେଶୀ ଅନ୍ତର୍ଜାତୀୟ ମହିଳା କ୍ରିକେଟର ଶେଖ ଅକ୍‌ତର ମେଘଲା, ତାଲିମ ସୁପର ଷ୍ଟାର ରାମ ବୁଗାତିଙ୍କ ସମେତ ଅନ୍ତର୍ଜାତୀୟ ମାଷ୍ଟର ସେଫ ରିିପୁଦମନ ମଧ୍ୟ ବ୍ରହ୍ମପୁରରେ ପହଞ୍ଚତ୍ ଫିଟନେସ ତାଲିମ ଗ୍ରହଣ କରିଛନ୍ତି। ଏବେ ଏହି ଫିଜିକାଲ ଏକାଡେମୀରେ ନ୍ୟୁଜିଲାଣ୍ଡର ଜଣେ ପ୍ରଶିକ୍ଷାର୍ଥୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ବର୍ଷୀୟା ମହିଳା ଜନ୍ମ ଦେଲେ ୬ କେଜି ଓଜନର କନ୍ୟା ସନ୍ତାନ

ଲଣ୍ଡନ,୧।୫: ବ୍ରିଟେନରେ ଜଣେ ୨୧ ବର୍ଷୀୟା ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଶିଶୁର ଓଜନ ୬ କେଜି। ଯାହାକୁ ନେଇ ଡାକ୍ତରମାନେ...

ଦେଶରେ ଛପା ଯାଇଥିଲା ଶୂନ ଟଙ୍କିଆ ନୋଟ୍‌, ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ଆପଣ ନିଶ୍ଚିତ ୧ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ଦେଖିଥିବେ । ଆମର ଆବଶ୍ୟକତା ପୂରଣ କରିବା ପାଇଁ ଆମେ ସମସ୍ତେ ଭାରତର...

ଦ୍ୱିତୀୟ ଡୋଜ ନେବା ପରେ ଶରୀରରେ ସୃଷ୍ଟି ହେଲା ଚୁମ୍ବକୀୟ ଶକ୍ତି

ନାଶିକ,୧୧।୬ : କୋଭିଡ୍‌ ଟିକା ନେବା ପରେ ଲୋକଙ୍କ ଠାରେ ବିଭିନ୍ନ ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି, ଯାହା ସାଧାରଣ। କିନ୍ତୁ ନାଶିକର ଅରବିନ୍ଦ ସୋନାର...

ସାତ ଫେରା ନେବାବେଳେ ବର-ବଧୂ ଟିଭିରେ ଦେଖିୁଥିଲେ ଏହି ମ୍ୟାଚ୍‌

ଭାରତରେ କ୍ରିକେଟ କ୍ରେଜ ବହୁତ ଅଧିକ। ଯଦି ଟିଭିରେ ମ୍ୟାଚ ଚାଲିଥାଏ, ତେବେ ଲୋକମାନେ ସବୁକିଛି ଛାଡି ଦେଖିବା ପାଇଁ ଛିଡା ହୁଅନ୍ତି । ଯଦି...

ସବୁ ଏବେ କ୍ୟାଶ୍‌ଲେସ୍‌

ପର୍ସରେ ଟଙ୍କା ରଖି ବାହାରକୁ ଗଲେ କେବେ ଚୋରି ତ କେବେ ଡକାୟତିର ଆଶଙ୍କା, ପୁଣି କେବେ କେଉଁଠି ଦରକାର ବେଳେ ଟଙ୍କା ସରିଗଲେ ଏଟିଏମ୍‌...

ମୁମ୍ବାଇ ବସ୍ତିର ଝିଅ ମଲିଶା ରାତାରାତି ହେଲେ ପ୍ରସିଦ୍ଧ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ ବସ୍ତିରେ ରହୁଥିବା ଝିଅ ମଲିଶା ଖାରଓ୍ବା ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋଅର୍ସଙ୍କ ତାଲିକା ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି। ଏହାର କାରଣ...

‘ନିଜ ସ୍ବାମୀଙ୍କୁ କେମିତି ହତ୍ୟା କରିବେ’ପୁସ୍ତକ ଲେଖିଥିବା ମହିଳା ଶେଷରେ ସ୍ବାମୀଙ୍କୁ କଲେ ହତ୍ୟା

ନ୍ୟୁୟର୍କ,୨୬।୫: ଦାମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀ ଝଗଡା ଏକ ସାଧାରଣ ଘଟଣା। ବେଳେବେଳେ ଏହି ଝଗଡା ଉଗ୍ର ରୂପ ଧାରଣ କରେ। ଝଗଡାର ପରିଣାମ ହତ୍ୟାକାଣ୍ଡର ରୂପ...

କୁକୁର- କୁକଡା ମଧ୍ୟରେ ଲାଗିଲା ଝଗଡା, ଜାଣନ୍ତୁ କିଏ ଜିତିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡା ମଧ୍ୟରେ ବିପଦପୂର୍ଣ୍ଣ ଝଗଡା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟତଃ ଦେଖାଯାଏ କୁକୁରମାନେ...

Advertisement
Archives

Model This Week