ଭାରତ ଗସ୍ତ ପୂର୍ବରୁ ହସିନାଙ୍କ ମନ୍ତବ୍ୟ, ରୋହିଙ୍ଗ୍ୟା ଦେଶ ପାଇଁ ପାଲଟିଛନ୍ତି ବୋଝ…

ଢାକା, ୪।୯ : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସୋମବାର, ସେପ୍ଟେମ୍ବର ୫ ରେ ଭାରତ ଗସ୍ତରେ ଆସିବେ। ଏହାପୂର୍ବରୁ ସେ ବାଂଲାଦେଶରେ ରୋହିଙ୍ଗ୍ୟା ମୁସଲମାନମାନଙ୍କ ସମସ୍ୟା ଏବଂ ହିନ୍ଦୁ ମନ୍ଦିର ଭାଙ୍ଗିବା ବିଷୟରେ କହିଛନ୍ତି। ରୋହିଙ୍ଗ୍ୟା ମୁସଲମାନମାନଙ୍କ ବିଷୟରେ ସେ କହିଛନ୍ତି ଯେ ସେମାନେ ଦେଶ ପାଇଁ ଏକ ବଡ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ ଖୋଜିବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ବାଂଲାଦେଶରେ ଏକ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ମୁସଲମାନ ଅଛନ୍ତି। ତେଣୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବଂ ପଡୋଶୀ ଦେଶ ଏନେଇ କିଛି ପଦକ୍ଷେପ ନେବା ଉଚିତ ଯାହା ଦ୍ୱାରା ସେମାନେ ନିଜ ଦେଶକୁ ଫେରିପାରିବେ।

ମାନବିକତା ଭିତ୍ତିରେ ଆମେ ସେମାନଙ୍କୁ ଆଶ୍ରୟ ଦେଇଥିଲୁ ଏବଂ ସବୁକିଛି ଯୋଗାଇଥିଲୁ। କୋଭିଡ ମହାମାରୀ ସମୟରେ, ଆମେ ସମସ୍ତ ରୋହିଙ୍ଗ୍ୟାଙ୍କୁ ଟିକାକରଣ ମଧ୍ୟ କରିଥିଲୁ, କିନ୍ତୁ ସେମାନେ କେତେ ଦିନ ଏଠାରେ ରହିବେ। ସେମାନେ କ୍ୟାମ୍ପ ତିଆରି କରି ବାସ କରୁଛନ୍ତି। ଡ୍ରଗ୍ସ ଚୋରା ଚାଲାଣ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ମହିଳା ଚୋରା ଚାଲାଣ ବ୍ୟବସାୟରେ କିଛି ଲୋକ ଧରାପଡିଛନ୍ତି। ଦିନକୁ ଦିନ ଏହା ବୃଦ୍ଧି ପାଉଛି। ତେଣୁ ଏଭଳି ପରିସ୍ଥିତିରେ ଯେତେ ଶୀଘ୍ର ସେମାନେ ନିଜ ଦେଶରେ ପହଞ୍ଚିବେ ସେତେ ଭଲ।

ପଡୋଶୀ ଦେଶ ହୋଇଥିବାରୁ ଭାରତ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ଗତିରେ ଆସି ଘରେ ପଶିଗଲା କାର୍‌, ଆଉ ତା’ ପରେ…

ଲଣ୍ଡନ,୨୫ା୧୧: ବ୍ରିଟେନର ଜଣେ ଯୁବକ ଦ୍ରୁତଗତିରେ ଏକ କାର୍‌ ଚଳାଇ ଏକ ଘର ଭିିତରେ ପଶିଗଲେ। ଯେତେବେଳେ ବାହାରକୁ ଆସିଲେ, ସେତେବେଳେ ଘରର ମୁଖ୍ୟ ଦ୍ୱାର...

ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା

ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ...

ଆଫଗାନିସ୍ତାନରୁ ୟୁକ୍ରେନ ବିମାନ ଅପହରଣ, ମନ୍ତ୍ରୀ କହିଲେ ହଁ-ସରକାରଙ୍କ ମନା…

କାବୁଲ,୨୪।୮: ୟୁକ୍ରେନର ଏକ ବିମାନକୁ ଆଫଗାନିସ୍ତାନରୁ ଅପହରଣ କରି ନିଆଯାଇଛି। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ୟେଭ୍‌ଜେନି ୟେନିନ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ରବିବାର ବିମାନକୁ...

ସଂସଦରେ ପଶିଗଲା ମୂଷା, ସିଟ୍‌ ଛାଡ଼ି ଦୌଡ଼ିଲେ ଏମ୍‌ପି; ଭାଇରାଲ ହେଉଛି ଭିଡିଓ

ମାଦ୍ରିଦ୍‌,୨୩ା୭: ସ୍ପେନ୍‌ର ସଂସଦରେ ଏକ ମୂଷା ଆତଙ୍କ ସୃଷ୍ଟି କରିଛି। ଫଳରେ ଏମ୍‌ପିମାନେ ସଂସଦ ଛାଡ଼ି ଦୌଡ଼ିବାରେ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ...

ରୁଷିଆକୁ ଚେତାବନୀ ଦେଲା ୟୁକ୍ରେନ୍‌!

କ୍ୱିଭ,୧୮ ।୪: ୟୁକ୍ରେନର ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟୁପୋଲରେ ହୋଇଥିବା ଘଟଣାକୁ ହୃଦୟ ବିଦାରକ ଓ ଜଘନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ସେଠାରେ...

୬୦ ହଜାରରୁ ଅଧିକ କରୋନା ଭୁତାଣୁ ସଂକ୍ରମିତ: ଗୋଟିଏ ଦିନରେ ୨୪୨ ମୃତ

ବେଜିଂ, ୧୩।୨: ଚାଇନାରେ କରୋନା ମହାମାରୀ ରୂପ ନେଇଛି। ଦେଶର ୩୧ଟିରୁ ଅଧିକ ସହରରେ ସନ୍ଦିଗ୍ଧଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ...

ଏବେ ଶାନ୍ତିର ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ,୩।୨: ଅହିଂସା ଛାଡି ଏବେ ହିଂସା ପଥ ଆପଣାଇବାକୁ ଚାହୁଁଛି ପାକିସ୍ତାନ। ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ନିକଟୋର ଦେଇଥିବା ଏକ ବୟାନରୁ...

ଦିନେ କାମ କରୁଥିଲେ ମାକ୍‌ଡୋନାଲ୍ଡରେ ଏବେ ମୁକେଶ ଅମ୍ବାନୀଙ୍କଠୁ ଧନୀ

ଓ୍ବାଶିଂଟନ୍‌, ୧୦ା୧: ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟ କମ୍ପାନୀ ମାକ୍‌ଡୋନାଲ୍ଡର ପୂର୍ବତନ କର୍ମଚାରୀ ତଥା ସଫ୍ଟଓ୍ବେର ଡେଭେଲପର ଚାଙ୍ଗପେଙ୍ଗ୍‌ ଝାଓ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ...

Advertisement
Archives

Model This Week