ଭାଜପାର ପ୍ରତିବାଦ, କଂଗ୍ରେସର ଜବାବ

ଭୁବନେଶ୍ୱର,୩ା୭(ସୁନିତ୍‌ ମିଶ୍ର): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟା ସମୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ପାର୍ଲାମେଣ୍ଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଉଭୟ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏଭଳି ହୋଇଥିଲା ଯେ, ଭାଜପା ଏବଂ କଂଗ୍ରେସ କର୍ମୀ ପରସ୍ପର ଉପରକୁ ଟେକା, ପଥର ଏବଂ ଗୋବର ମାଡ଼ କରିଥିଲେ। ଭାଜପା ଯୁବମୋର୍ଚ୍ଚା କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ପ୍ରଥମେ ପହଞ୍ଚି ସୋମବାର ରାହୁଲ ଗାନ୍ଧୀଙ୍କ ପାର୍ଲାମେଣ୍ଟରେ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ପ୍ରତିବାଦ କରିଥିଲେ। ଏହି ସମୟରେ ଭାଜପା ଯୁବମୋର୍ଚ୍ଚା ସଦସ୍ୟମାନେ ରାହୁଲଙ୍କ ଫଟୋଚିତ୍ରକୁ ଗୋବରପାଣିରେ ଧୋଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଛାତ୍ର ଏବଂ ଯୁବକଂଗ୍ରେସ କର୍ମୀମାନେ ଏହାକୁ ପ୍ରତିବାଦ କରିଥିଲେ। ଫଳରେ କିଛି ସମୟ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି, ଆମେ ମାଷ୍ଟରକ୍ୟାଣ୍ଟିନଠାରେ ପ୍ରତିବାଦ କରିବା ସମୟରେ କଂଗ୍ରେସ ଭବନ ଭିତରୁ ପଥର ମାଡ଼ କରାଯାଇଥିଲା। ଫଳରେ ଯୁବମୋର୍ଚ୍ଚାର ୬ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୁଣ୍ଡ ଫାଟିଯାଇଛି। ମୁଣ୍ଡ ଫାଟିଥିବା କର୍ମୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଯୁବମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ଏକ ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି। ଏନେଇ ଜଣେ ଭାଜପା କର୍ମୀ କହିଛନ୍ତି, ଗଣତନ୍ତ୍ରର ସର୍ବୋଚ୍ଚ ଗୃହରେ ଯେଉଁଭଳି ଭାବେ ବିରୋଧୀ ଦଳ ନେତା ହୀନ ମନ୍ତବ୍ୟ ଦେଇଛନ୍ତି ଏହାଦ୍ୱାରା କୋଟି କୋଟି ହିନ୍ଦୁଙ୍କ ଭାବନାକୁ ସେ କୁଠାରାଘାତ କରିଛନ୍ତି। ଦେବଦେବୀଙ୍କ ସହ ସେ ସବୁବେଳେ ଅନ୍ୟାୟ ଅତ୍ୟାଚାର କରିଛନ୍ତି। ଆଗାମୀ ଦିନରେ ଯଦି କଂଗ୍ରେସର ସର୍ବୋଚ୍ଚ ନେତା ପ୍ରତ୍ୟେକ ହିନ୍ଦୁଙ୍କ ଆଗରେ କ୍ଷମା ପ୍ରାର୍ଥନା ନ କରନ୍ତି ତେବେ ଭାଜପା ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସେ କହିଛନ୍ତି। ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି, ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ଅଛି। ସମସ୍ତେ ନିଜ ଦାବିକୁ ମଧ୍ୟ ଉପସ୍ଥାପିତ କରିପାରିବେ। ହେଲେ ଭାଜପା ଯେଉଁଭଳି ପ୍ରତିବାଦ କରିଛି ସେମିତି କୌଣସି ରାଜ୍ୟରେ ଦେଖାଯାଇ ନ ଥିଲା। ସାଧାରଣ ଲୋକମାନେ ଏହାକୁ ଦେଖୁଛନ୍ତି, ନିଶ୍ଚୟ ଏହାର ଜବାବ ଦେବେ ବୋଲି ୟାସିର କହିଛନ୍ତି।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ କହିଥିଲେ ଯେ ହିନ୍ଦୁମାନେ ହିଂସା ଉପରେ ବିଶ୍ୱାସ କରନ୍ତି। ଆଜି ରାଜ୍ୟ କଂଗ୍ରେସ ନେତା ଓ କର୍ମୀ ପ୍ରମାଣ କରିଦେଲେ ତାଙ୍କ ଦଳ ହିଁ ହିଂସା ଉପରେ ବିଶ୍ୱାସକରେ। ରାହୁଲ ସମସ୍ତ ହିନ୍ଦୁ ସମାଜ ଆଗରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଏହାସହ ଯେଉଁମାନେ ଆଜି ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ଆକ୍ରମଣ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଅଭିଳାଷ ଦାବି କରିଛନ୍ତି। ଅନ୍ୟପଟେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୋଲିସ ପ୍ରତିବାଦକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ପ୍ରାୟ ୨୫ରୁ ୩୦ ମିନିଟ୍‌ ପରେ ପରିସ୍ଥିତି ଶାନ୍ତ ପଡିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଏହି ସମୟ ମଧ୍ୟରେ ଉଭୟ ଭାଜପା ଏବଂ କଂଗ୍ରେସ କର୍ମୀମାନେ ପରସ୍ପର ବିରୋଧରେ ପ୍ରବଳ ନାରାବାଜି ଏବଂ ପ୍ରତିବାଦ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଖୋଲିବା ପରେ ଏମିତି କହିଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୪ା୭(ଅନିଲ ଦାସ)-ଦୀର୍ଘ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ରବିବାର ଟୁଇଟ୍‌ କରି...

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି:୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୪ା୭:ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି । ଏହାର...

ମିଳିଲା ବଡ଼ ସଫଳତା: କୋମ୍ବିଂ ଅପରେଶନ ବେଳେ ୫ ମାଓବାଦୀଙ୍କୁ ଧରିଲେ ଯବାନ

ମାଲକାନଗିରି,୧୪ା୭ (ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା  ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ରବିବାର ୫ଜଣ ମାଓବାଦୀଙ୍କୁ ଗିରଫ କରିଛି।  ସେମାନେ ହେଲେ  ମସାୟୀ  ମଙ୍ଗୁ  ଓରଫ ମଙ୍ଗୁ...

ଏହି ନାଁ ଧରି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ ୧୧ଜଣ ସଦସ୍ୟ

ପୁରୀ,୧୪।୭: ୫ ଦଶନ୍ଧି ପରେ ଶେଷରେ ପୁରୀ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର ଖୋଲିଲା। ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲିଥିଲା। ରତ୍ନଭଣ୍ତାର...

ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ: ଥାନାରେ ମାମଲା

ରାୟଗଡା,୧୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ପଦ୍ମପୁର ବ୍ଲକ ଅଧୀନ ଗୋଡ଼ିଆବନ୍ଧ ବସନ୍ତ ଦେବୀ ବିଦ୍ୟାପୀଠ ୧୦୦ଶଯ୍ୟା ଛାତ୍ରୀ ନିବାସରୁ ଜଣେ ନବମ ଶ୍ରେଣୀ ଛାତ୍ରୀ...

ଆଡ଼ପ ମଣ୍ଡପରେ କଳ୍‌କି ଅବତାରରେ ଦର୍ଶନ ଦେଲେ ମହାବାହୁ

କୋରାପୁଟ,୧୪।୭(ଅମିତାଭ ବେହେରା): ନବଦିନାତ୍ମକ ଯାତ୍ରା ଶେଷ କରି ସୋମବାର ଶ୍ରୀମନ୍ଦିର ବାହୁଡିବେ ମହାବାହୁ। ଏହି ପରିପ୍ରେକ୍ଷୀରେ ରବିବାର କୋରାପୁଟ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବଡ଼ଠାକୁର...

ଭିତର ରତ୍ନଭଣ୍ଡାରରେ କ’ଣ ରହିଛି, ଜଷ୍ଟିସ ବିଶ୍ୱନାଥ ରଥ କଲେ ଖୁଲାସା

ପୁରୀ,୧୪।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଆଜି ଖୋଲିଛି। ପ୍ରଥମେ ବାହାର ଏବଂ ପରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର...

ଭିତର ରତ୍ନଭଣ୍ଡାରରେ ପଡ଼ିଥିଲା ୩ ତାଲା: ଜାଣନ୍ତୁ କେମିତି ଖୋଲାଗଲା…

ପୁରୀ,୧୪ା୭: ଦୀର୍ଘ ୪୬ ବର୍ଷ ପରେ ରବିବାର ଖୋଲିଛି ରତ୍ନଭଣ୍ଡାର। ପୂର୍ବ ନର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ନ ୧ଟା ୨୮ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri