Posted inଜାତୀୟ

‘ଏକ ଦେଶ ଏକ ନିର୍ବାଚନ’ ଲାଗୁ ହେଲେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ: କେଜ୍‌ରିଓ୍ବାଲ

ଜୟପୁର,୪।୯: ଚଳିତ ବର୍ଷ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ମଇଦାନରେ ରହିଛି। ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସୋମବାର ଜୟପୁରରେ ଏକ କାର୍ଯ୍ୟକ୍ରମରେ ପହଞ୍ଚି ‘ଏକ ଦେଶ ଏକ ନିର୍ବାଚନ’ ପ୍ରସ୍ତାବକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ଯଦି ଏପରି ନିୟମ ଲାଗୁ ହୁଏ ତେବେ ଭାଜପା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁହଁ ଦେଖାଇବ ନାହିଁ।
କେଜ୍‌ରିୱାଲ କହିଛନ୍ତି , ମୁଁ ଦୁଃଖିତ ଯେ ନଅ ବର୍ଷ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ମୋଦି ଜି ‘ଏକ ଦେଶ ଏକ ନିର୍ବାଚନ’ କହି ଭୋଟ ମାଗୁଛନ୍ତି। ତେବେ ଏହାର ଅର୍ଥ ସେ କୌଣସି କାମ କରିନାହାଁନ୍ତି। ଦେଶରେ ଏକ ଜାତି ଏକ ଶିକ୍ଷା ଲାଗୁ କରାଯିବା ଉଚିତ୍‌।
କେଜ୍‌ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ମୋଦି ଜି ‘ଏକ ଦେଶ ଏକ ନିର୍ବାଚନ’ କରିବାକୁ କାହିଁକି ଏହା କହୁଛନ୍ତି ମୁଁ ବହୁତ ଭାବିଥିଲି। ପାଞ୍ଚ ବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଲେ ନେତା ଜନତାଙ୍କ ନିକଟକୁ ଆସନ୍ତ। ଆମ ଦେଶରେ ପ୍ରତି ଛଅ ମାସରେ ନିର୍ବାଚନ ଅନୁଷ୍ଠିତ ହୁଏ, ମୋଦି ଜୀଙ୍କୁ ପ୍ରତି ଛଅ ମାସରେ ଜନସାଧାରଣଙ୍କ ନିକଟକୁ ଯିବାକୁ ପଡୁଥିବାରୁ ଅସୁବିଧା ହେଉଛି। ଯଦି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ହୁଏ, ତେବେ ସିଲିଣ୍ଡର ୫୦୦୦ ଟଙ୍କା  ହେବ ଏବଂ ପାଞ୍ଚ ବର୍ଷ ପରେ ମୋଦି କହିବେ ଯେ ଗ୍ୟାସ୍‌ ସିଲିଣ୍ଡର ୨୦୦ ଟଙ୍କା ହ୍ରାସ କରାଯାଇଛି। ମୋର ସ୍ଲୋଗାନ ହେଉଛି ଏକ ଦେଶ ୨୦ ନିର୍ବାଚନ ହେବା ଆବଶ୍ୟକ। ପ୍ରତି ୩ ମାସରେ ନିର୍ବାଚନ ହେବା ଉଚିତ। ନେତାମାନେ ମୁହଁ ଦେଖାଇବାକୁ ଆସିବେ ଏବଂ କିଛି ଦେବା ପରେ ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri