Posted inଜାତୀୟ

ଭାଜପା ଭୟରେ କରିଛି ପ୍ରାର୍ଥୀ ପ୍ରତ୍ୟାହାର…

ମୁମ୍ବାଇ,୧୮।୧୦: ମୁମ୍ବାଇରେ ଅନୁଷ୍ଠିତ ଅନ୍ଧେରୀ ଇଷ୍ଟ ବିଧାନସଭା ଉପ-ନିର୍ବାଚନରେ ଭାଜପା ପକ୍ଷର ୁପ୍ରାର୍ଥୀ ପ୍ରତ୍ୟାହାର କରିବା ଘୋଷଣା ପରେ ରାଜନୀତି ତୀବ୍ର ହୋଇଛି। ଭାଜପାର ଏହି ନିଷ୍ପତ୍ତିକୁ ଏବେ ଉଦ୍ଧବ ଠାକରେ ଦଳ ଟାର୍ଗେଟ କରିଛନ୍ତି। ଏହି ନିର୍ବାଚନରେ ଭାଜପା ଖରାପ ପ୍ରଦର୍ଶନ କରି ହାରି ଯିବାର ଆଶଙ୍କା ଥିବାରୁ ଏଭଳି କରାଯାଇଛି ବୋଲି ଉଦ୍ଧବଙ୍କ ଦଳ କହିଛି ତେଣୁ ପ୍ରାର୍ଥୀ ପ୍ରତ୍ୟାହାର କରି ନିଆଯାଇଛି।

ଉଦ୍ଧବ ଦଳ କହିଛି ଯେ ଭାଜବା ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବା ଯେତିକି ସହଜ ନଥିଲା। ପରାଜୟ ଆଶଙ୍କାକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସରକାର ହୃଦୟଙ୍ଗମ କରି ଶେଷରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଶିବଦେନା ମୁଖପତ୍ର ସାମନାରେ ଦାବି କରାଯାଇଛି ଯେ ପଟେଲଙ୍କ ନାମାଙ୍କନ ପତ୍ରରେ କିଛି ଅସଙ୍ଗତି ଥିବାରୁ ତାଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ ହେବାର ଆଶଙ୍କା ଥିବାରୁ ଏହା ଜାଣିଶୁଣି କରାଯାଇଛି। ଭାଜପା ବିପଦ ପୂର୍ବରୁ ୟୁ- ଟର୍ନ ନେଇଛି।

ଏହା ବ୍ୟତୀତ ଉଦ୍ଧବଙ୍କ ଦଳ ଶିନ୍ଦେ ସରକାରଙ୍କୁ ଦୋଷାରୋପ କରି କହିଛି ଯେ ଆମର ପ୍ରାର୍ଥୀ ଋତୁଜା ଲଟକେ ପୂର୍ବରୁ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେଶନର ଜଣେ କର୍ମଚାରୀ ଥିଲେ କିନ୍ତୁ ସ୍ବାମୀ ରମେଶ ଲଟକେଙ୍କ ମୃତ୍ୟୁ ପରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ତାଙ୍କ ଇସ୍ତଫା ପଠାଇଥିଲେ କିନ୍ତୁ ସରକାର ଏହାକୁ ଗ୍ରହଣ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ।

ଦଳର ପ୍ରାର୍ଥୀ ପ୍ରତ୍ୟାହାର କରିବା ନେଇ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ ଏହି ନିଷ୍ପତ୍ତି ମହାରାଷ୍ଟ୍ରର ରାଜନୈତିକ ପରମ୍ପରା ଅନୁଯାୟୀ ସ୍ବର୍ଗତ ବିଧାୟକ କିମ୍ବା ଏମ୍‌ପିଙ୍କ ସମ୍ପର୍କୀୟଙ୍କ ବିରୋଧରେ କୌଣସି ପ୍ରାର୍ଥୀ ନ ଦିଆଯିବା ଅନୁସାରେ କରାଯାଇଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯଦି ଦଳ ପ୍ରାର୍ଥୀ ପ୍ରତ୍ୟାହାର କରି ନ ଥାନ୍ତା ତେବେ ପଟେଲ ଜିତିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri