Posted inଜାତୀୟ

ଭାଜପା ଭୟରେ କରିଛି ପ୍ରାର୍ଥୀ ପ୍ରତ୍ୟାହାର…

ମୁମ୍ବାଇ,୧୮।୧୦: ମୁମ୍ବାଇରେ ଅନୁଷ୍ଠିତ ଅନ୍ଧେରୀ ଇଷ୍ଟ ବିଧାନସଭା ଉପ-ନିର୍ବାଚନରେ ଭାଜପା ପକ୍ଷର ୁପ୍ରାର୍ଥୀ ପ୍ରତ୍ୟାହାର କରିବା ଘୋଷଣା ପରେ ରାଜନୀତି ତୀବ୍ର ହୋଇଛି। ଭାଜପାର ଏହି ନିଷ୍ପତ୍ତିକୁ ଏବେ ଉଦ୍ଧବ ଠାକରେ ଦଳ ଟାର୍ଗେଟ କରିଛନ୍ତି। ଏହି ନିର୍ବାଚନରେ ଭାଜପା ଖରାପ ପ୍ରଦର୍ଶନ କରି ହାରି ଯିବାର ଆଶଙ୍କା ଥିବାରୁ ଏଭଳି କରାଯାଇଛି ବୋଲି ଉଦ୍ଧବଙ୍କ ଦଳ କହିଛି ତେଣୁ ପ୍ରାର୍ଥୀ ପ୍ରତ୍ୟାହାର କରି ନିଆଯାଇଛି।

ଉଦ୍ଧବ ଦଳ କହିଛି ଯେ ଭାଜବା ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବା ଯେତିକି ସହଜ ନଥିଲା। ପରାଜୟ ଆଶଙ୍କାକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସରକାର ହୃଦୟଙ୍ଗମ କରି ଶେଷରେ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଶିବଦେନା ମୁଖପତ୍ର ସାମନାରେ ଦାବି କରାଯାଇଛି ଯେ ପଟେଲଙ୍କ ନାମାଙ୍କନ ପତ୍ରରେ କିଛି ଅସଙ୍ଗତି ଥିବାରୁ ତାଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ ହେବାର ଆଶଙ୍କା ଥିବାରୁ ଏହା ଜାଣିଶୁଣି କରାଯାଇଛି। ଭାଜପା ବିପଦ ପୂର୍ବରୁ ୟୁ- ଟର୍ନ ନେଇଛି।

ଏହା ବ୍ୟତୀତ ଉଦ୍ଧବଙ୍କ ଦଳ ଶିନ୍ଦେ ସରକାରଙ୍କୁ ଦୋଷାରୋପ କରି କହିଛି ଯେ ଆମର ପ୍ରାର୍ଥୀ ଋତୁଜା ଲଟକେ ପୂର୍ବରୁ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେଶନର ଜଣେ କର୍ମଚାରୀ ଥିଲେ କିନ୍ତୁ ସ୍ବାମୀ ରମେଶ ଲଟକେଙ୍କ ମୃତ୍ୟୁ ପରେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ତାଙ୍କ ଇସ୍ତଫା ପଠାଇଥିଲେ କିନ୍ତୁ ସରକାର ଏହାକୁ ଗ୍ରହଣ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ।

ଦଳର ପ୍ରାର୍ଥୀ ପ୍ରତ୍ୟାହାର କରିବା ନେଇ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ ଏହି ନିଷ୍ପତ୍ତି ମହାରାଷ୍ଟ୍ରର ରାଜନୈତିକ ପରମ୍ପରା ଅନୁଯାୟୀ ସ୍ବର୍ଗତ ବିଧାୟକ କିମ୍ବା ଏମ୍‌ପିଙ୍କ ସମ୍ପର୍କୀୟଙ୍କ ବିରୋଧରେ କୌଣସି ପ୍ରାର୍ଥୀ ନ ଦିଆଯିବା ଅନୁସାରେ କରାଯାଇଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯଦି ଦଳ ପ୍ରାର୍ଥୀ ପ୍ରତ୍ୟାହାର କରି ନ ଥାନ୍ତା ତେବେ ପଟେଲ ଜିତିଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri