‘୨୦୧୯ର ପ୍ରତିଶୋଧ ନେବ ଭାଜପା’

କଟକ,୨୬ା୨(ଶିଳ୍ପା ପ୍ରିୟଦର୍ଶିନୀ):ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ଭାଜପା ପକ୍ଷରୁ ବିରୋଧ କରାଯାଉଛି। ବହୁସଂଖ୍ୟକ ଯୁବତୀଯୁବକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଆଗାମୀ ନିର୍ବାଚନରେ ବିଜେଡିକୁ ହରାଇ ରାଜ୍ୟ ଏବଂ କେନ୍ଦ୍ରରେ ଭାଜପା ଡବଲ ଇଞ୍ଜିନ ସରକାର ଗଢିବ। ଭାଜପା ଓଡ଼ିଶାରେ ନିଶ୍ଚିତ ଶାସନ କରିବ। ୨୦୧୯ ନିର୍ବାଚନର ପ୍ରତିଶୋଧ ୨୦୨୪ ନିର୍ବାଚନରେ ଭାଜପା ନେବ ଏବଂ ବହୁସଂଖ୍ୟାରେ ଦଳୀୟ ପ୍ରାର୍ଥୀ ଜିତିବେ। ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ସରକାର ଯୁବକମାନଙ୍କୁ ଅଣଦେଖା କରିଆସୁଛନ୍ତି। ସରକାର ମାଗଣାରେ ଚାଉଳଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅର୍ଥକୁ ନିଜ ନାମରେ ବାଣ୍ଟୁଛନ୍ତି। ରାଜ୍ୟରେ ଶିକ୍ଷା, ନିଯୁକ୍ତି, ସ୍ବାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯୁବକମାନେ ଚିକିରି ନ ପାଇ ପଥଭ୍ରଷ୍ଟ ହୋଇପଡିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ସମୀର ଦେ କହିଛନ୍ତି। ଭାଜପା ଯୁବମୋର୍ଚ୍ଚା କଟକ ନଗର ପକ୍ଷରୁ ରବିବାର ତଳ ବାଲିଯାତ୍ରା ପଡ଼ିଆଠାରେ ଯୁବ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସମୀର ଉଦ୍‌ଘାଟନ କରି ଉପରୋକ୍ତ ବିଷୟରେ କହିଥିଲେ। ଭାଜପା କଟକ ନଗର ଯୁବମୋର୍ଚ୍ଚା ପୂର୍ବତନ ସଭାପତି ଜ୍ୟୋତିରଞ୍ଜନ ପଲାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ଅନ୍ୟ ଅତିଥି ଭାବେ ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ସଂଖ୍ୟାଲଘୁ ସେଲ୍‌ର ଉପସଭାପତି ସିକନ୍ଦର ଅଲ୍ଲୀ ବକ୍ସ, ଆଇନଜୀବୀ ସୌରୀ ମହାପାତ୍ର, କଟକ ମହାନଗର ଶାନ୍ତି କମିଟି ସମ୍ପାଦକ ଭିକାରି ଦାସ, କର୍ପୋରେଟର ଲକ୍ଷ୍ମୀଧର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏବେ କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ଏକ ସଫଳ ଯୋଜନା ରହିଛି। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକପ୍ରିୟତା କେବଳ ଭାରତରେ ନୁହେଁ ବିଦେଶରେ ବଢ଼ି ଚାଲିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଭାଜପା ବରିଷ୍ଠ ନେତ୍ରୀ ଗୀତା ଦାସ ସ୍ବାଗତ ଭାଷଣ ଦେବା ସହ ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଯୁବମୋର୍ଚ୍ଚା ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାବେଶରେ ଶତାଧିକ ଯୁବତୀଯୁବକ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?