Posted inଜାତୀୟ

ଏହି ରାଜ୍ୟରେ ସବୁଠୁ ଅଧିକ ଆସନ ହରାଇବ ଭାଜପା

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନ ପାଇଁ ୬ଟି ପର୍ଯ୍ୟାୟ ଭୋଟ ଦିଆଯାଇଛି। ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଜୁନ ୧ରେ ହେବ। ଫଳାଫଳ ଜୁନ ୪ରେ ଆସିବ। ଫଳାଫଳ ପୂର୍ବରୁ ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ଏକ ବଡ଼ ଦାବି କରିଛନ୍ତି। ଯୋଗେନ୍ଦ୍ର ଯାଦବ କହିଛନ୍ତି,୨୦୧୯ ତୁଳନାରେ ଭାଜପା ପ୍ରାୟ ୫୫ଟି ଆସନ ହରାଉଛି।
ଯୋଗେନ୍ଦ୍ର ଯାଦବ ଏକ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଆସନ ହରାଇବାକୁ ଯାଉଛନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ରାଜସ୍ଥାନ ଏବଂ ଗୁଜରାଟରେ ମଧ୍ୟ ଭାଜପା ୧୦ଟି ଆସନ ହରାଇବ ବୋଲି ଆଶା କରାଯାଉଛି। ଯୋଗେନ୍ଦ୍ର ଯାଦବଙ୍କ ଏହି ଦାବି ଭାଜପା ପାଇଁ ଟେନସନ ବୃଦ୍ଧି କରିବ ବୋଲି କୁହାଯାଉଛି କାରଣ ଏହି ରାଜ୍ୟରେ ଭାଜପା କି୍ଲନ୍‌ସୁଇପ୍‌ କରିଥିଲା।
ଯୋଗେନ୍ଦ୍ର ଯାଦବ ଦାବି କରିଛନ୍ତି, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଝାଡଖଣ୍ଡରେ ଭାଜପା ୧୦ଟି ଆସନ ହରାଉଛି। ୨୦୧୯ ତୁଳନାରେ ଦିଲ୍ଲୀ ଏବଂ ହରିୟାଣାରେ ୧୦ଟି କମ ଆସନ ପାଇବାର ସମ୍ଭାବନା ଅଛି। ଯୋଗେନ୍ଦ୍ର ଯାଦବଙ୍କ ଅନୁଯାୟୀ ପଞ୍ଜାବ, ହିମାଚଳ ଓ ଚଣ୍ଡିଗଡରେ ଭାଜପା ୫ଟି ଆସନ ହରାଉଥିବା ଜଣାପଡିଛି।
ଯାଦବଙ୍କ ଅନୁଯାୟୀ, ଭାଜପା ମିଳିତ ମେଣ୍ଟ ୟୁପିରେ ୧୦ଟି ଆସନ ହରାଉଥିବା ଜଣାପଡିଛି। ୨୦୧୯ରେ ଏନଡିଏ ୬୪ଟି ଆସନ ଜିତିଥିଲା। ଅନ୍ୟପକ୍ଷରେ ଯୋଗେନ୍ଦ୍ର ଯାଦବ ବିହାରରେ ୧୫ଟି ଆସନ ହରାଇବାର ଆଶଙ୍କା ପ୍ରକାଶ କରିଛନ୍ତି। ବିହାରରେ, ଏନଡିଏ ୨୦୧୯ରେ ୪୦ଟି ଆସନ ମଧ୍ୟରୁ ୩୯ଟି ଜିତିଥିଲା। ଯୋଗେନ୍ଦ୍ର ଯାଦବ କହିଛନ୍ତି, ଭାଜପା ଅତି କମରେ ୬୬ଟି ଆସନ ହରାଉଥିବା ଜଣାପଡିଛି।
ଯୋଗେନ୍ଦ୍ର ଯାଦବ ଆକଳନ କରିଛନ୍ତି, ଭାଜପାକୁ ୨୪୦ ରୁ ୨୬୦ଟି ଆସନ ମିଳିବ। ଅନ୍ୟ ଏନଡିଏ ସହଯୋଗୀମାନେ ୩୫ରୁ ୪୫ଟି ଆସନ ପାଇପାରନ୍ତି। ଯାଦବ କଂଗ୍ରେସକୁ ୫୦ ରୁ ୧୦୦ଟି ଆସନ ପାଇବା ସମ୍ଭାବନାକୁ ପ୍ରକାଶ କରିଛନ୍ତି ଏବଂ ଇଣ୍ଡିଆ ଆଲାଇନ୍ସର ଅନ୍ୟ ସହଯୋଗୀମାନେ ୧୨୦ ରୁ ୧୩୫ଟି ଆସନ ପାଇବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?