ଆଜିଠୁ ୧୬ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ବର, ୯ା୮(ସୁନିତ୍‌ ମିଶ୍ର): ଭାଜପା ପକ୍ଷରୁ ବୁଧବାର ଅର୍ଥାତ୍‌ କ୍ରାନ୍ତି ଦିବସରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଗ୍ରାମପଞ୍ଚାୟତ ସମେତ ପୌରାଞ୍ଚଳ ଏବଂ ମହାନଗର ନିଗମର ସମସ୍ତ ଓ୍ବାର୍ଡର ପ୍ରମୁଖ ସ୍ଥାନଗୁଡିକରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି ଭାଜପା ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି। ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଦିଲୀପ କହିଛନ୍ତି, ଓଡ଼ିଶାରେ ଗଣତନ୍ତ୍ର ଓ ବିଧିବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଓଡ଼ିଆ ଅସ୍ମିତା ଏବଂ ରାଜ୍ୟର ସ୍ବାଭିମାନକୁ ଭୂଲୁଣ୍ଠିତ କରାଯାଇ ରାଜ୍ୟର ଶାସନ କ୍ଷମତାକୁ ହାତେଇ ରଖିବାର ଚକ୍ରାନ୍ତ କରାଯାଉଛି। ଶାସକ ଦଳର ଜନପ୍ରତିନିଧିମାନେ ନିଜ ନୈତିକତା ଓ କର୍ତ୍ତବ୍ୟକୁ ଜଳାଞ୍ଜଳି ଦେଇ ଅଧସ୍ତନ ସରକାରୀ କର୍ମଚାରୀଙ୍କ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି। ଅନ୍ୟପଟେ ଦୁର୍ନୀତିର ସମସ୍ତ ସୀମା ଉଲ୍ଲଂଘନ କରି ଶାସକ ଦଳ ନେତା ଓ ମନ୍ତ୍ରୀ ଖଣିଜ ସମ୍ପଦରେ ଭରପୂର ଓଡ଼ିଶାକୁ ଶ୍ରୀହୀନ କରିବାର ପ୍ରୟାସ ଜାରି ରଖିଛନ୍ତି। ‘ଦୁର୍ନୀତି, ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟୀକରଣ ରାଜନୀତି’ ଆମ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ସାଜିଛି। ଓଡ଼ିଶାରେ ଏଭଳି ସରକାରକୁ ଗାଦିଚ୍ୟୁତ କରିବାର ନିହାତି ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଅନୁଭବ…

ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ନେଇଛି।...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri