Posted inଜାତୀୟ

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି ଲୋକ ସଭା ଆସନରେ ଭାଜପା ଏକେଲା ଲଢିବ । ଏହା କହିଛନ୍ତି ଭାଜପାର ପଞ୍ଜାବ ପ୍ରଦେଶାଧ୍ୟକ୍ଷ ଅଶ୍ୱିନି ଶର୍ମା । ସେ ଶିରୋମଣି ଅକାଳି ଦଳ ସହ ମେଣ୍ଟର ଚର୍ଚ୍ଚାକୁ ନେଇ କହିଛନ୍ତି ଯେ ଭାଜପା ଏକେଲା ନିଜ ଦମରେ ଲଢିବ । ସେ କହିଛନ୍ତି ଭାଜପା ଏକେଲା ଲଢିବ ଓ ଜିତିବ ।
ଶର୍ମା ରବିବାର ମଲୋଟରେ ନବନିଯୁକ୍ତ ଜିଲା ଅଧ୍ୟକ୍ଷ ସତିଶ ଅସିଜାଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ଶିରୋମଣି ଅକାଳି ଦଳକୁ କଟାକ୍ଷ କରି ଅଶ୍ୱିନି ଶର୍ମା କହିଛନ୍ତି ଆମେ କାହା ସହ ମେଣ୍ଟ କରିବୁ ନାହିଁ । ପଞ୍ଜାବରେ ଅବସ୍ଥା ସୁଧାରିବାକୁ ଚେଷ୍ଟା କରାଯାଉଛି । ଶିରୋମଣି ଅକାଳି ଦଳ ପଞ୍ଜାବରେ ସେତେବେଳେ ଭାଜପାର ହାତ ଛାଡି ଚାଲିଯାଇଥିଲା ଯେତେବେଳେ ଭାଜପାକୁ ତା’ର ଆବଶ୍ୟକତା ଥିଲା । ତେଣୁ ଏହା କେମିତି ମେଣ୍ଟ । ଯେଉଁଥିରେ ପିତା ମୁଖ୍ୟମନ୍ତ୍ରୀ ଥିଲେ ଓ ପୁଅ ଉପମୁଖ୍ୟମନ୍ତ୍ରୀ ।
ଅଶ୍ୱିନି ଶର୍ମା କହିଛନ୍ତି, ରାଜ୍ୟର ଭଲ କେବଳ ଭାଜପା ହିଁ କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯେଉଁଠି ଶ୍ରୀ କରତାରପୁର ସାହିବର ରାସ୍ତା ଖୋଲିବା କାମ କରିଛନ୍ତି । ସେହିପରି ବନ୍ଦିଥିବା କଏଦୀଙ୍କ ପାଇଁ ବି ଉଚିତ ପଦକ୍ଷେପ ଦେଇଛନ୍ତି । ଏହାସହ ନିକଟରେ ବୀର ବାଲ ଦିବସ ବି ପାଳନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri