Posted inଜାତୀୟ

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି ଲୋକ ସଭା ଆସନରେ ଭାଜପା ଏକେଲା ଲଢିବ । ଏହା କହିଛନ୍ତି ଭାଜପାର ପଞ୍ଜାବ ପ୍ରଦେଶାଧ୍ୟକ୍ଷ ଅଶ୍ୱିନି ଶର୍ମା । ସେ ଶିରୋମଣି ଅକାଳି ଦଳ ସହ ମେଣ୍ଟର ଚର୍ଚ୍ଚାକୁ ନେଇ କହିଛନ୍ତି ଯେ ଭାଜପା ଏକେଲା ନିଜ ଦମରେ ଲଢିବ । ସେ କହିଛନ୍ତି ଭାଜପା ଏକେଲା ଲଢିବ ଓ ଜିତିବ ।
ଶର୍ମା ରବିବାର ମଲୋଟରେ ନବନିଯୁକ୍ତ ଜିଲା ଅଧ୍ୟକ୍ଷ ସତିଶ ଅସିଜାଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ଶିରୋମଣି ଅକାଳି ଦଳକୁ କଟାକ୍ଷ କରି ଅଶ୍ୱିନି ଶର୍ମା କହିଛନ୍ତି ଆମେ କାହା ସହ ମେଣ୍ଟ କରିବୁ ନାହିଁ । ପଞ୍ଜାବରେ ଅବସ୍ଥା ସୁଧାରିବାକୁ ଚେଷ୍ଟା କରାଯାଉଛି । ଶିରୋମଣି ଅକାଳି ଦଳ ପଞ୍ଜାବରେ ସେତେବେଳେ ଭାଜପାର ହାତ ଛାଡି ଚାଲିଯାଇଥିଲା ଯେତେବେଳେ ଭାଜପାକୁ ତା’ର ଆବଶ୍ୟକତା ଥିଲା । ତେଣୁ ଏହା କେମିତି ମେଣ୍ଟ । ଯେଉଁଥିରେ ପିତା ମୁଖ୍ୟମନ୍ତ୍ରୀ ଥିଲେ ଓ ପୁଅ ଉପମୁଖ୍ୟମନ୍ତ୍ରୀ ।
ଅଶ୍ୱିନି ଶର୍ମା କହିଛନ୍ତି, ରାଜ୍ୟର ଭଲ କେବଳ ଭାଜପା ହିଁ କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯେଉଁଠି ଶ୍ରୀ କରତାରପୁର ସାହିବର ରାସ୍ତା ଖୋଲିବା କାମ କରିଛନ୍ତି । ସେହିପରି ବନ୍ଦିଥିବା କଏଦୀଙ୍କ ପାଇଁ ବି ଉଚିତ ପଦକ୍ଷେପ ଦେଇଛନ୍ତି । ଏହାସହ ନିକଟରେ ବୀର ବାଲ ଦିବସ ବି ପାଳନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?