ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ଭାଜପା

ଭୁବନେଶ୍ୱର, ୩ା୧୨(ବ୍ୟୁରୋ): ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ଭାଜପାର ୧୫ଦିନ ଧରି ଚାଲିଥିବା ସତ୍ୟାଗ୍ରହ ଶୁକ୍ରବାର ଜୋର୍‌ଦାର ହୋଇଥିଲା। ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ହଜାର ହଜାର ଚାଷୀଙ୍କୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସମାବେଶ କରିବା ସହ ବିଧାନସଭା ଘେରାଉ କରିଥିଲା। ଚାଷୀମାନେ ଗାନ୍ଧୀମାର୍ଗରେ ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ଼ ଧରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ମାଷ୍ଟରକ୍ୟାଣ୍ଟିନରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ବିଧାନସଭା ଅଭିମୁଖେ ଯାଇ ନାନା ନାରାବାଜି ଦେଇଥିଲେ। ଭାଜପା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ମୋହନ ଚରଣ ମାଝୀଙ୍କ ସମେତ ବହୁ ନେତୃବୃନ୍ଦ ଶାସକ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟର କଡ଼ା ଜବାବ ରଖିଥିଲେ।
କହିଛନ୍ତି, କୃଷକଙ୍କ ପାଇଁ ୧୫ଦିନ ଧରି ରାଜରାସ୍ତାରେ ବସି ସତ୍ୟାଗ୍ରହ ଚଳାଇଥିଲା ଭାଜପା। ସେପଟେ ବିଧାୟକ ଦଳ ଉକ୍ତ ପ୍ରସଙ୍ଗରେ ଗୃହ ବର୍ଜନ କରି ଆନ୍ଦୋଳନରେ ସାମିଲ ହେବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବା ତାଙ୍କର ମନ୍ତ୍ରୀ ପରିଷଦ କେହି ହେଲେ ଏ ପ୍ରସଙ୍ଗରେ ବିରୋଧୀ ଦଳ ସହ ଆଲୋଚନା କଲେନାହିଁ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଯାଇ ପଦ୍ମପୁରରେ ନିର୍ବାଚନୀ ସଭା କରି କୃଷି ଓ କୃଷକଙ୍କ ପ୍ରସଙ୍ଗ ଏବଂ ପବିତ୍ର ବିଧାନସଭାକୁ ପ୍ରତ୍ୟାଖ୍ୟାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ବିଧାୟକ ମାଝୀ କହିଛନ୍ତି, ବିଧାନସଭା ଚାଲିଥିବାବେଳେ ପରାଜୟ ଭୟରେ ଆତଙ୍କିତ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଅର୍ଥମନ୍ତ୍ରୀ, ଜଳ ସମ୍ପଦ ମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀଙ୍କ ସମେତ ୧୬ଜଣ ମନ୍ତ୍ରୀ ଓ ୬୦ରୁ ଊର୍ଦ୍ଧ୍ୱ ବିଜେଡି ବିଧାୟକ ରାଜ୍ୟ ପ୍ରସଙ୍ଗକୁ ଛାଡ଼ି ପଦ୍ମପୁର ଉପନିର୍ବାଚନରେ ବ୍ୟସ୍ତ ଅଛନ୍ତି। ନିଜ ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର ସମସ୍ତ ଚାଷୀ ହତାଶରେ ଅଛନ୍ତି। ଯେଉଁ ବରଗଡ଼ ଜିଲାର ସୋହେଲାଠାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କାର ବୋନସ ଦେବାକୁ ୬ ବର୍ଷ ତଳେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ତାହାକୁ ନ ଦେଇ ଠକି ଚାଲିଛନ୍ତି। ଏପରି କି ଶୁକ୍ରବାର ଉକ୍ତ ଜିଲାକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ ମଧ୍ୟ ସେ ସମ୍ପର୍କରେ ଉତ୍ତର ରଖିଲେ ନାହିଁ ବୋଲି କହି ସେ ତାଙ୍କୁ ସମାଲୋଚନା କରିଛନ୍ତି।
କୃଷକଙ୍କ ପ୍ରସଙ୍ଗରେ ସରକାର ଆଲୋଚନାକୁ ନ ଆସିବାରୁ ଭାଜପା ବିଧାୟକମାନେ ଗୃହ ବର୍ଜନ କରି ବିଧାନସଭା ପରିସର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଥିଲେ। ପରେ ସେମାନେ ବିଧାନସଭାରୁ ଆସି ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଚାଷୀ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଭାସ୍କର ମଢ଼େଇ, ଜୟନ୍ତ ଷଡଙ୍ଗୀ, ସୁକାନ୍ତ ନାୟକ, ସନାତନ ବିଜୁଳି, ନବ ଚରଣ ମାଝୀ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ମିଥ୍ୟାବାଦୀ ଓ ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଆହ୍ବାନ ଦେଇଥିଲେ। ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତିଙ୍କ ସଂଯୋଜନାରେ ଏହି ଘେରାଉ ସମାବେଶରେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ରାଜ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆନ୍ଦୋଳନ ଜାରି ରହିବ ବୋଲି ଭାଜପା ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?