Advertisement
Posted inଜାତୀୟ

ଶୀତ ଅଧିବେଶନ ପାଇଁ ରଣକୌଶଳ

ନୂଆଦିଲ୍ଲୀ,୩ା୧୨: ଆସନ୍ତା ୭ ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ କଂଗ୍ରେସ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଶନିବାର ଏହାର ବରିଷ୍ଠ ନେତାମାନଙ୍କ ବୈଠକ ଡାକିଛି। ମୁଖ୍ୟତଃ ବେରୋଜଗାରୀ, ଦରଦାମ୍‌ ବୃଦ୍ଧି, ଟଙ୍କାର ମୂଲ୍ୟ ହ୍ରାସ, ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସତ୍ତ୍ୱେ ଭାରତରେ ପେଟ୍ରୋଲ ଡିଜେଲ୍‌ର ଦର ବୃଦ୍ଧି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଉଚ୍ଚ ଡିଏସ୍‌ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ କଂଗ୍ରେସ ଉଦ୍ୟମ କରିବ। ଶନିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟ ସଭାରେ ଦଳର ଚିଫ୍‌ ହୁଇପ୍‌ ଜୟରାମ ରମେଶ, ଲୋକ ସଭାରେ ଚିଫ୍‌ ହୁଇପ୍‌ କେ. ସୁରେଶ ପ୍ରମୁଖ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ଏକାଠି ହେବେ। ଏହା ବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଏବଂ ମନୀଷ ତିଓ୍ବାରି ବୈଠକରେ ଉପସ୍ଥିତ ରହିପାରନ୍ତି। ସୋନିଆ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ଅଛନ୍ତି। ଖାର୍ଗେ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ପାର୍ଲାମେଣ୍ଟର ପ୍ରଥମ ଅଧିବେଶନ। ସେ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଅଛନ୍ତି। ଏହା ବ୍ୟତୀତ ସାଧାରଣ ସ୍ବାର୍ଥ ପ୍ରସଙ୍ଗରେ ସରକାରଙ୍କୁ ମିଳିତ ଭାବେ ଘେରିବା ଲାଗି କଂଗ୍ରେସ ଅନ୍ୟ ଦଳଗୁଡ଼ିକ ସହ ବୈଠକ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଟସ୍‌ ବିମାନ କିଣାରେ ୩୩୯ କୋଟି ଦୁର୍ନୀତି: ପ୍ରତିରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୩ା୬: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୦୯ରେ ୭୫ଟି ପିଲାଟସ୍‌ ପ୍ରଶିକ୍ଷଣ ବିମାନ କିଣିଥିଲା, ଯେଉଁଥିରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ଘଟଣାରେ ସିବିଆଇ ଭାରତୀୟ ବାୟୁସେନା ଏବଂ...

ସ୍ବଚ୍ଛ ଇନ୍ଧନ ବ୍ୟବହାର ତାଲିକା, ମହାରାଷ୍ଟ୍ର ପ୍ରଥମ ସ୍ଥାନରେ…

ନୂଆଦିଲ୍ଲୀ, ୮।୬ : ଦେଶରେ ମେ ୨୦୧୬ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ପାଇଁ ଉଜ୍ୱଳା ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ସମୟ...

କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ।...

କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼

ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍‌କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ...

ପୁଣି ବଦଳି ପାରନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ

ହାଭେରି, ୧୯।୧୨: ପୁଣି କର୍ନାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଶିଗାଓଁରେ ଦେଇଥିବା...

ମଦ୍ୟପଙ୍କୁ ପିଞ୍ଜରାରେ ୨୪ ଘଣ୍ଟା ବନ୍ଦ କରନ୍ତି ଗ୍ରାମବାସୀ

ସାଣନ୍ଦ,୧୬।୨: ମଦ୍ୟପାନ ବିରୋଧରେ ଦେଶରେ ସଚେତନତା ଅଭିଯାନ ଜାରି ରହିଛି। ଗୁଜରାଟ ସାଣନ୍ଦରେ ଲୋକେ ମଦ୍ୟପମାନଙ୍କୁ ସଚେତନ କରାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ...

ବିଷାକ୍ତ ଧୂଆଁ ନେଲା ୪ ଶିଶୁ, ମା’ଙ୍କ ଜୀବନ

ନୂଆଦିଲ୍ଲୀ, ୧୯ା୧: ବିଷାକ୍ତ ଧୂଆଁ କାରଣରୁ ଜଣେ ୩୦ ବର୍ଷୀୟା ମହିଳା ଓ ତାଙ୍କ ୪ ଛୁଆ ପ୍ରାଣ ହରାଇଛନ୍ତି। ଏହି ଘଟଣା ରାଜଧାନୀର ଓଲ୍ଡ...

କନଷ୍ଟେବଳଙ୍କ ନାଁ ଅନୁସାରେ ନିଜ ସନ୍ତାନର ନାଁ ରଖିଲେ ମହିଳା

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏଭଳି ପରିସ୍ଥିତିରେ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ସହାୟତା ଯୋଗାଇ...

Advertisement
Archives

Model This Week