Posted inଜାତୀୟ

ୟୁପିରେ ଭାଜପା ହାତେଇବ ମୁସଲମାନ ଭୋଟ, ମିଶନ ୨୦୨୪ ପାଇଁ ପ୍ଲାନ୍‌-୮ ପ୍ରସ୍ତୁତ…

ଲକ୍ଷ୍ନୌ, ୭।୭ : ହାଇଦ୍ରାବାଦରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ରାଜନୈତିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ସମ୍ପର୍କରେ ସଙ୍କେତ ଦେଇଥିଲେ। ମୁସଲମାନମାନଙ୍କୁ ଦଳ ସହ ଯୋଡିବାର ସୂଚନା ଦେଇ ସେ କହିଥିଲେ ଯେ ଆମକୁ ତୃଷ୍ଟିକରଣ ଉପରେ ନୁହେଁ, ତୃପ୍ତିକରଣ ଉପରେ ଧ୍ୟାନ ଦେବାକୁ ପଡିବ।

ତାଙ୍କ ପରାମର୍ଶ ଅନୁସାରେ ବର୍ତ୍ତମାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏଥିପାଇଁ ଭାଜପା ପସମାନ୍ଦା ମୁସଲମାନମାନଙ୍କ ନିକଟରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛି।

ମୁସଲମାନମାନଙ୍କ ମଧ୍ୟରେ ଓବିସି, ଏସସି ଏବଂ ଏସଟି ସମ୍ପ୍ରଦୟର ସମାନ ଭ୍ରାତୃତ୍ୱକୁ ପସମାନ୍ଦା କୁହାଯାଏ। ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ପସମାନ୍ଦା ମୁସଲମାନମାନ ଭୋଟରଙ୍କୁ ହାତେଇବାର ପ୍ରଥମ ପରୀକ୍ଷଣ କରାଯାଇଥିଲା।

ସେହି ସମୟ ମଧ୍ୟରେ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ସୁନୀଲ ବଂଶଲ ମୁସଲମାନ୍‌ ଧୋବା, ବାରିକ, କଂସେଇ ଏବଂ କମାର ଭୋଟରଙ୍କ ନକଟିରେ ପହଞ୍ଚିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ବିଜେପି ୮ ଟି ମୁସଲମାନ ସମ୍ପ୍ରଦାୟଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରାଯିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ସେମାନଙ୍କର ଭୋଟ ହାତେଇ ଭାଜପା ମଧ୍ୟ ମୁସଲମାନଙ୍କ ଭୋଟର ଏକ ବଡ଼ ଅଂଶ ହେବାକୁ ଚାହୁଁଛି।

ଭାଜପା ଯେଉଁ ରଣନୀତି ପ୍ରସ୍ତୁତ କରିଛି, ସେଥିରେ ମଲିକ (ଟେଲି), ମୋମିନ ଅନସାର (ବୁଣାକାର), କୁରେଶ (କଂସେଇ), ମାନସୁରୀ (ଧୁନିଆ), ଇଦ୍ରିସି (ଟେଲର), ସାଇଫି (ଲୁହାର), ସଲମାନି (ବାରବର), ହାୱାରୀ ( ଧୋବା) ଆଦି ମୁସଲମାନ ସମ୍ପ୍ରଦାୟଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି ।

ୟୁପି ବିଧାନସଭା ନିର୍ବାଚନରେ ଦଳର ରଣନୀତି ବିଷୟରେ ଜଣେ ଭାଜପା ନେତା କହିଛନ୍ତି, ପଶ୍ଚିମ ୟୁପି କର୍ମୀଙ୍କୁ ଟାର୍ଗେଟ ପ୍ରଦାନ କରାଯାଇଛି ଯେ ପ୍ରତ୍ୟେକ ବିଧାନସଭାରେ ମୁସଲମାନମାନଙ୍କର ୧୦ ହଜାର ଭୋଟ ଭାଜପା ଖାତାକୁ ଆସିବା ଆବଶ୍ୟକ। ଏଥିପାଇଁ ଦୁଇ ଜଣ ପସମାନନ୍ଦ ମୁସଲମାନ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ପଶ୍ଚିମ ୟୁପିରେ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଜାଭେଦ ମଲିକ ମଧ୍ୟ ଏହାକୁ ସଠିକ ବୋଲି ବିବେଚନା କରୁଛନ୍ତି।

ବାସ୍ତବରେ ଭାଜପା ଏହି ରଣନୀତି ଆଧାରରେ ବୁଥ ଉପରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତ୍ୟେକ ବୁଥରେ ୨୦ଟି ମୁସଲମାନ ଭୋଟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଦଳର ଜଣେ ନେତା କହିଛନ୍ତି ଯେ ଭାଜପାକୁ ମୁସଲମାନମାନଙ୍କ ୭ ରୁ ୮ ପ୍ରତିଶତ ଭୋଟ ମିଳିଛି ଏବଂ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ମହିଳା ଅଛନ୍ତି।

ଅଲ ଇଣ୍ଡିଆ ପସମାନନ୍ଦ ମଞ୍ଚର ମୁଖ୍ୟ ଜାଭେଦ ମଲିକ କହିଛନ୍ତି ଯେ ଧାମପୁର, ମୋରାଦାବାଦ, ବିଜନୋର, ବଡୌତ ଏବଂ ବିଲାସପୁର ଭଳି ଆସନରେ ଭାଜପାକୁ ସହାୟତା ମିଳିଛି, ଯେଉଁଠାରେ ବିଜୟର ବ୍ୟବଧାନ ମାତ୍ର ୨୦୦ ରୁ ୭୦୦ ଭୋଟ ଥିଲା। ବର୍ତ୍ତମାନ ୨୦୨୪ ପାଇଁ ଏହି ରଣନୀତିକୁ ଅଗ୍ରାଧିକାର ଦେବା ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri