୩୧ ଲକ୍ଷ ଟଙ୍କା ଠକିନେଲେ ଆଲିଆ

ବଲିଉଡର ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ସେ ପ୍ରାୟ ୩୧ ଲକ୍ଷ ଟଙ୍କା ଠକିନେଇଥିବା କୁହାଯାଉଛି। ଆଲିଆଙ୍କ ପ୍ରଡକସନ୍‌ ଭେଞ୍ଚର ‘ହୋଲି କାଓ’ର କ୍ରିଏଟିଭ ହେଡ ତଥା ସହ-ପ୍ରଯୋଜିକା ମଞ୍ଜୁ ଗରୱାଲ ଆଲିଆଙ୍କ ନାଁରେ ୩୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଛନ୍ତି। ଏହି ଅର୍ଥ ମଞ୍ଜୁ ଫିଲ୍ମରେ ବିନିଯୋଗ କରିଥିଲେ। ଆଲିଆ ଟଙ୍କା ଫେରସ୍ତ ନ କରିବାରୁ ଜୁନ ୨୦ରେ ଆଲିଆ ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ।
ମଞ୍ଜୁ ଆଲିଆଙ୍କ ନାଁରେ କେବଳ ଠକେଇ ନୁହେଁ, ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ମଞ୍ଜୁ ଗୱାଲ କହିଛନ୍ତି, ଆଲିଆ ଏବଂ ମୁଁ ପ୍ରଯୋଜନା ସଂସ୍ଥା ‘ହୋଲି କାଓ’ ଆରମ୍ଭ କରିଥିଲୁ। ସେ ମୋତେ କ୍ରିଏଟିଭ କାମ ସମ୍ଭାଳିବାକୁ କହି ନିଜେ ଆର୍ଥିକ କାରବାର କଥା ସମ୍ଭାଳିଥିଲେ। ଆଲିଆ କହିବାରୁ ମୋ ବାପା ମଧ୍ୟ ଏହି ପ୍ରଯୋଜନା ସଂସ୍ଥାରେ ଟଙ୍କା ବିନିଯୋଗ କରିଥିଲେ। ସେ ଗୋଟିଏ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବେ ବୋଲି କହି ଏପର୍ଯ୍ୟନ୍ତ ଟଙ୍କା ଫେରସ୍ତ କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥ୍ୱିରାଜରେ ୫-୬ କିଲୋ ଓଜନର ପୋଷାକ ପିନ୍ଧିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।...

ଫିଲ୍ମ ପାଇଁ ମିଳିଥିବା ଆଓ୍ବାର୍ଡକୁ ବାଥରୁମରେ ଛାଡି ଆସିଥିଲେ ସନି ଦେଓଲ: କାରଣ ଜାଣିଲେ…

ସନ୍ନି ଦେଓଲ ତାଙ୍କର ରାଗ ପାଇଁ ବଲିଉଡରେ ବେଶ ପ୍ରସିଦ୍ଧ। କୁହାଯାଏ ଯେ ଯଦି ସେ ଥରେ ରାଗିଯାନ୍ତି ତେବେ ସେ କାହା କଥା ଶୁଣନ୍ତି...

ବିପାଶାଙ୍କୁ ସବୁଠାରୁ ଅଧିକ ସମୟ ଯାଏ ଚୁମ୍ବନ ଦେଇଥିଲେ ଇମ୍ରାନ, ସମୟ ଜାଣିଲେ..

ବଲିଉଡରେ ସିରିଏଲ କିସର ଭାବରେ ଜଣାଶୁଣା ଅଭିନେତା ଇମ୍ରାନ ହାସ୍‌ମିଙ୍କ ଆଜି ନ୍ମଦିନ ପାଳନ । ସେ ଫିଲ୍ମ ‘ଫୁଟ୍‌ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ।...

ଜୁହି @୫୨:ପ୍ରଥମେ ଜୟଙ୍କୁ ପସନ୍ଦ କରୁ ନ ଥିଲେ ଜୁହି, ଏହି କାରଣରୁ କଲେ ବିବାହ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୭ ମସିହାରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ ଜୁହି। ମିସ ଇଣ୍ଡିଆ ଟାଇଟଲ ହାସଲ...

ସର୍ଜରୀ ପରେ ଡରି ଯାଇଥିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀ ନିଜ ଚେହେରାକୁ ନେଇ ଖୁବ୍‌ ସଚେତନ। ଅନେକ ଅଭିନେତ୍ରୀ ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ସେମାନଙ୍କ ଚେହେରାର ଅସ୍ତ୍ରୋପଚାର କରାଇଛନ୍ତି।...

ବିନା ଗ୍ଲିସେରିନରେ କାନ୍ଦି ପକାଉଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ରେ ମୌସୁମୀ ଚାଟାର୍ଜୀ ୭୦ ଏବଂ ୮0 ଦଶକରେ ଅଭିନେତ୍ରୀ। ତାଙ୍କ ରୋମାଣ୍ଟିକ ଅଭିନୟ ପାଇଁ ସେ ଦର୍ଶକଙ୍କୁ ପାଗଳ କରିଦେଉଥିଲେ। ୨୬ ଏପ୍ରିଲ ୧୯୫୩ରେ...

କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର...

ପରଲୋକରେ ହ୍ରିତିକ୍‌ଙ୍କ ଆଈ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଈ ପଦ୍ମା ରାଣୀ ଓମପ୍ରକାଶଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ...

Advertisement
Archives

Model This Week