ରେଳ ଦୁର୍ଘଟଣାକୁ ନେଇ ଦଳୀୟ ନେତାଙ୍କୁ ଭାଜପାର ଟାର୍ଗେଟ

ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗରେ ୨ ବରିଷ୍ଠ ଭାଜପା ନେତା ମୁହଁାମୁହିଁ ହୋଇଛନ୍ତି। ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ମଙ୍ଗଳବାର ରେଳ ଦୁର୍ଘଟଣା ଉପରେ ଦେଇଥିବା ବୟାନକୁ ନେଇ ବୁଧବାର ତାଙ୍କ ନିଜ ଦଳ ପକ୍ଷରୁ ତୀବ୍ର ବିରୋଧ ହୋଇଛି। ବିଜୟଙ୍କୁ କଡ଼ା ସମାଲୋଚନାକରି ଦଳର ବରିଷ୍ଠ ନେତା ସମୀର ଦେ ଓ ସଜ୍ଜନ ଶର୍ମା ମୁହଁ ଖୋଲିଛନ୍ତି। ବିଜୟ ମହାପାତ୍ର ନିଜର ରାଜନୀତିକ ଉଦ୍ଦେଶ୍ୟ ରଖି ଦେଶବାସୀଙ୍କୁ ଭ୍ରମିତ କରିବାକୁ ଦାୟିତ୍ୱହୀନ ଓ ବେପରୁଆ ବୟାନ ଦେଉଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ନେତା ପୂର୍ବତନ ମନ୍ତ୍ରୀ ସମୀର ଦେ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ବିଜୟ ମହାପାତ୍ରଙ୍କ ବୟାନକୁ ଖଣ୍ଡନ କରିବା ସହ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଦେଶବାସୀ ମ୍ରିୟମାଣ ହୋଇଥିବାବେଳେ ବିଜୟଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତା ତଥାକଥିତ ବିରୋଧୀ ଦଳ ନେତାଙ୍କ ଭଳି ନିଜର ରାଜନୀତିକ ଉଦ୍ଦେଶ୍ୟ ରଖି ମନ୍ତବ୍ୟ ଦେବା ଆଦୌ ଉଚିତ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କୁ ଲୋକଲୋଚନକୁ ଆଣିବା ପାଇଁ ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଜାରି ରହିଥିବା ବେଳେ ବିଜୟ ଏଭଳି ମନ୍ତବ୍ୟ ରଖି ଭାଜପା ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତି ଥିବା ନିଜର ଅସହିଷ୍ଣୁତାକୁ ପଦାରେ ପକାଇଛନ୍ତି। ଯଦି ବିଜୟଙ୍କ ପାଖରେ ଏତେ ସବୁ ତଥ୍ୟ ଥିଲା ତେବେ ଗଣମାଧ୍ୟମ ଆଗରେ ମନ୍ତବ୍ୟ ରଖିବା ପୂର୍ବରୁ ଦେଶବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରେଳମନ୍ତ୍ରୀ କିମ୍ବା ରେଳ ବିଭାଗକୁ ଜଣାଇଥିଲେ ଅସୁବିଧା କେଉଁଠି ଥିଲା ବୋଲି ସମୀର ପ୍ରଶ୍ନ କରିଛନ୍ତି। ଏବେ ଏଭଳି ମନ୍ତବ୍ୟ ରଖି କେବଳ ନିଜକୁ ଗଣମାଧ୍ୟମରେ ବଞ୍ଚାଇ ରଖିବାକୁ ସେ ଉଦ୍ୟମ କରୁଛନ୍ତି। ମୋଦି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଦେଶବାସୀଙ୍କ ଅଖଣ୍ଡ ବିଶ୍ୱାସ ଓ ଭରସା ରହିଛି। ଦୁର୍ଘଟଣାରେ ଯିଏ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସ୍ତ କରାଯାଇସାରିଛି। ତେଣୁ ବିଜୟ ସାଧାରଣ ଲୋକଙ୍କୁ ଭ୍ରମିତ କରିବା ପାଇଁ ଯେତେ ଦାୟିତ୍ୱହୀନ ଓ ବେପରୁଆ ମନ୍ତବ୍ୟ ଦେଲେ ତା’ର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସମୀର କହିଛନ୍ତି। ସେହିପରି ଭାଜପା ନେତା ସଜ୍ଜନ ଶର୍ମା ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଜୟ ଓଡ଼ିଶାର ସୁବ୍ରମଣ୍ୟମ ସ୍ବାମୀ ହେବାକୁ ଚାହୁଁଛନ୍ତି, ଯିଏ ନିଜେ କୌଣସି ଅନୁଶାସନ ମାନନ୍ତି ନାହିଁ। ସୂଚନାଯୋଗ୍ୟ, ବିଜୟ ମହାପାତ୍ର ରେଳ ଦୁର୍ଘଟଣା ପ୍ରସଙ୍ଗରେ ରେଳ ମନ୍ତ୍ରଣାଳୟକୁ ମଧ୍ୟ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri