ଭାଜପା ରାଜ୍ୟ ନେତାଙ୍କ ଆଲୋଚନା ସରୁନି:ଆଜି ଆସିପାରେ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଜେଡି-ଭାଜପା ଭିତରେ ଆରମ୍ଭ ହୋଇଥିବା ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ତାରିଖରେ ଓଡ଼ିଶା ଗସ୍ତ ସାରି ଫେରିବା ପରଠାରୁ ହିଁ ଏହି ଚର୍ଚ୍ଚା ଆଲୋଚନାର ବିଷୟବସ୍ତୁ ପାଲଟିଛି। ତେବେ ବିଜେଡିର ଦୁଇ ଜଣ ଆଗଧାଡ଼ିର ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତ ଗୁରୁବାର ଦିଲ୍ଲୀ ଗସ୍ତରେ ଯାଇଥିଲେ। ସେମାନେ ଏହି ଗସ୍ତ କାଳରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରି ଫେରିବା ପରେ ମଧ୍ୟ ବିଜେଡି କେବେହେଲେ ମେଣ୍ଟ କଥାକୁ ଖଣ୍ଡନ କରିନାହିଁ। ମାତ୍ର ରବିବାର ଦ୍ୱିତୀୟ ଥର ଦିଲ୍ଲୀ ଗସ୍ତ କରିବା ପର୍ଯ୍ୟନ୍ତ ମେଣ୍ଟ ବିଷୟରେ କୌଣସି ଆଲୋଚନା ହୋଇ ନ ଥିବା ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଆସୁଥିଲେ। ମିଳିଥିବା ସୂଚନା ମୁତାବକ, ସୋମବାର ବିଜେଡି-ଭାଜପା ମେଣ୍ଟକୁ ନେଇ ଭାଜପା ରାଜ୍ୟ ନେତୃତ୍ୱଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। କେନ୍ଦ୍ରର କେତେଜଣ ବରିଷ୍ଠ ନେତା ଏବଂ ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ମଧ୍ୟ ଦୀର୍ଘ ସମୟ ଧରି ଭାଜପା ନେତାମାନେ ବୈଠକ କରିଥିବା ଚର୍ଚ୍ଚା ହେଉଛି। ହେଲେ ମେଣ୍ଟ ବିଷୟ କେତେ ବାଟ ଆଗେଇଲାଣି ସେକଥାର ତଥ୍ୟ କେହିହେଲେ ଠିକ୍‌ ଭାବେ ଦେଇପାରୁ ନାହାନ୍ତି। ତେବେ ଭାଜପା ଏବଂ ବିଜେଡିର ବହୁ ଆଗଧାଡ଼ିର ନେତାଙ୍କ କହିବାନୁଯାୟୀ, ମଙ୍ଗଳବାର ମେଣ୍ଟ ନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯାଇପାରେ। ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଭାଜପା ନିକଟରେ ଘୋଷଣା କରିସାରିଛି। ସୋମବାର ଦ୍ୱିତୀୟ ଥର ଲାଗି ଭାଜପାର ସେଣ୍ଟ୍ରାଲ ନିର୍ବାଚନ କମିଟି(ସିଇସି) ବୈଠକ ଅନୁଷ୍ଠିତ ହୋଇଛି। ଆଉ କେତେଗୁଡ଼ିଏ ରାଜ୍ୟ ପାଇଁ ଭାଜପା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କାହା ନାଁ ନ ଥିଲା। ଏଥର ମଧ୍ୟ ଓଡ଼ିଶାକୁ ପ୍ରାର୍ଥୀ ତାଲିକାରେ ରଖା ନ ଯାଇପାରେ। ତେଣୁ ଏଥର ସିଇସି ବୈଠକ ସରିବା ପରେ ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ହେବାକୁ ଥିବା ମେଣ୍ଟ ନେଇ କିଛି ଚୂଡାନ୍ତ ଆଲୋଚନା ହେବା ସଙ୍ଗେ ସଙ୍ଗେ ସ୍ପଷ୍ଟ ଚିତ୍ର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିରେ ମେଣ୍ଟ ସମ୍ପର୍କିତ ଆସନ ବୁଝାମଣା ବିଷୟରେ କୁଆଡେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳିଛି। ଯେହେତୁ ଭାଜପା ମହାରାଷ୍ଟ୍ର ଏବଂ ବିହାରରେ କରିବାକୁ ଥିବା ମେଣ୍ଟ ନେଇ କିଛି ଚୂଡାନ୍ତ ଏପର୍ଯ୍ୟନ୍ତ କରିପାରିନାହିଁ, ସେଥିଲାଗି ମଧ୍ୟ ଓଡ଼ିଶା କଥାରେ ବିଳମ୍ବ ହେଉଥାଇପାରେ ବୋଲି କେତେଜଣ ରାଜନୈତିକ ବିଶ୍ଳେଷକ ମତ ରଖୁଛନ୍ତି। ଏହି ଦୁଇ ରାଜ୍ୟର ଅଙ୍କ ଛିଣ୍ଡିବା ପରେ ଯାଇ ଓଡ଼ିଶା କଥା ଚୂଡାନ୍ତ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ସିଇସି ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ସରି ନ ଥିବାରୁ ଶୀର୍ଷ ନେତୃତ୍ୱ ଆଲୋଚନା କରିପାରି ନ ଥିବା କୁହାଯାଉଛି। ଏହାରି ଭିତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସୋମବାର ଅମିତ ଶାହାଙ୍କୁ ଭେଟିବା ମଧ୍ୟ ମେଣ୍ଟ ସମ୍ପର୍କିତ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।
ଏସବୁ ଭିତରେ ରାଜ୍ୟ ଭାଜପା ନେତୃତ୍ୱ ମଧ୍ୟ ଓଡ଼ିଶା ଫେରିନାହାନ୍ତି। ଅର୍ଥାତ୍‌ ମେଣ୍ଟକୁ ନେଇ ଏଥର ରାଜ୍ୟ ନେତୃତ୍ୱଙ୍କ ସହ କେନ୍ଦ୍ରର ଭାଜପା ଶୀର୍ଷ ନେତୃତ୍ୱ କିଛି ଚୂଡାନ୍ତ ଆଲୋଚନା କରିପାରନ୍ତି। ଏସବୁ ଭିତରେ ମଙ୍ଗଳବାର ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଯାହା ଚର୍ଚ୍ଚା ହେଉଛି ସେକଥାର ମଧ୍ୟ କିଛି ସ୍ପଷ୍ଟଚିତ୍ର ଆସିନି। ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳ ସହ କରୁଥିବା ମେଣ୍ଟ ଅଙ୍କ ସମାଧାନ ହେବାରେ ଯେହେତୁ ବିଳମ୍ବ ହେଉଛି ସେସବୁ ଦୃଷ୍ଟିରୁ ଓଡ଼ିଶା କଥା ମଧ୍ୟ ସମାନ ସ୍ଥିତିରେ ଥାଇପାରେ। ହେଲେ ମେଣ୍ଟ କଥାକୁ କିନ୍ତୁ ବିଜେଡି କିମ୍ବା ଭାଜପା ନେତାମାନେ ଅସ୍ବୀକାର କରୁନାହାନ୍ତି। ଓଲଟା ପୂର୍ବତନ ଭାଜପା ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାକୁ ମାନିନେବେ ବୋଲି କହି ମେଣ୍ଟ ବିଷୟକୁ ଅସ୍ବୀକାର କରିନାହାନ୍ତି। ଭାଜପାର ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାରେ ବିଜେଡି ସହ ଆସନ ବୁଝାମଣା ବିଷୟରେ ମୁଖ୍ୟତଃ ଏବେ ରାଜ୍ୟ ନେତାମାନେ ବିଚାରବିମର୍ଶ ଚଳାଇଛନ୍ତି। କେଉଁସବୁ ଆସନ ଭାଜପା ରଖିବ ଏବଂ କେତେ ଆସନ ବିଜେଡି ରଖିବ ସେଥିନେଇ ବିଚାର ଚାଲିଛି। ବିଜେଡି ନିଜର ନିଷ୍ପତ୍ତି ପୂର୍ବରୁ ଶୁଣାଇ ଫେରିଆସିଥିବା ବେଳେ ଭାଜପା ଆଗେଇଲେ ସବୁକିଛି ସ୍ପଷ୍ଟ ହୋଇଯାଇପାରେ ବୋଲି କୁହାଯାଉଛି। ଏପଟେ କିନ୍ତୁ ଉଭୟ ବିଜେଡି-ଭାଜପା କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। କର୍ମୀମାନେ ନିଜ ନିଜର ନେତାଙ୍କ ଭବିଷ୍ୟତକୁ ନେଇ ଏକ ପ୍ରକାର ଅନ୍ଧାରରେ ରହିଲେଣି। ଯଦି ମେଣ୍ଟ ହୁଏ କାହାକୁ କେଉଁ ଆସନ ମିଳିବ କେଉଁ ନେତା ରହିବେ କିଏ କଟିବେ ତାହା ସବୁଠୁ ଅଧିକ ଆଲୋଚନାର ବିଷୟବସ୍ତୁ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?