ଭାଜପା ରାଜ୍ୟ ନେତାଙ୍କ ଆଲୋଚନା ସରୁନି:ଆଜି ଆସିପାରେ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନକୁ ନେଇ ବିଜେଡି-ଭାଜପା ଭିତରେ ଆରମ୍ଭ ହୋଇଥିବା ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ତାରିଖରେ ଓଡ଼ିଶା ଗସ୍ତ ସାରି ଫେରିବା ପରଠାରୁ ହିଁ ଏହି ଚର୍ଚ୍ଚା ଆଲୋଚନାର ବିଷୟବସ୍ତୁ ପାଲଟିଛି। ତେବେ ବିଜେଡିର ଦୁଇ ଜଣ ଆଗଧାଡ଼ିର ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଗତ ଗୁରୁବାର ଦିଲ୍ଲୀ ଗସ୍ତରେ ଯାଇଥିଲେ। ସେମାନେ ଏହି ଗସ୍ତ କାଳରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରି ଫେରିବା ପରେ ମଧ୍ୟ ବିଜେଡି କେବେହେଲେ ମେଣ୍ଟ କଥାକୁ ଖଣ୍ଡନ କରିନାହିଁ। ମାତ୍ର ରବିବାର ଦ୍ୱିତୀୟ ଥର ଦିଲ୍ଲୀ ଗସ୍ତ କରିବା ପର୍ଯ୍ୟନ୍ତ ମେଣ୍ଟ ବିଷୟରେ କୌଣସି ଆଲୋଚନା ହୋଇ ନ ଥିବା ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଆସୁଥିଲେ। ମିଳିଥିବା ସୂଚନା ମୁତାବକ, ସୋମବାର ବିଜେଡି-ଭାଜପା ମେଣ୍ଟକୁ ନେଇ ଭାଜପା ରାଜ୍ୟ ନେତୃତ୍ୱଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। କେନ୍ଦ୍ରର କେତେଜଣ ବରିଷ୍ଠ ନେତା ଏବଂ ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ମଧ୍ୟ ଦୀର୍ଘ ସମୟ ଧରି ଭାଜପା ନେତାମାନେ ବୈଠକ କରିଥିବା ଚର୍ଚ୍ଚା ହେଉଛି। ହେଲେ ମେଣ୍ଟ ବିଷୟ କେତେ ବାଟ ଆଗେଇଲାଣି ସେକଥାର ତଥ୍ୟ କେହିହେଲେ ଠିକ୍‌ ଭାବେ ଦେଇପାରୁ ନାହାନ୍ତି। ତେବେ ଭାଜପା ଏବଂ ବିଜେଡିର ବହୁ ଆଗଧାଡ଼ିର ନେତାଙ୍କ କହିବାନୁଯାୟୀ, ମଙ୍ଗଳବାର ମେଣ୍ଟ ନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯାଇପାରେ। ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଭାଜପା ନିକଟରେ ଘୋଷଣା କରିସାରିଛି। ସୋମବାର ଦ୍ୱିତୀୟ ଥର ଲାଗି ଭାଜପାର ସେଣ୍ଟ୍ରାଲ ନିର୍ବାଚନ କମିଟି(ସିଇସି) ବୈଠକ ଅନୁଷ୍ଠିତ ହୋଇଛି। ଆଉ କେତେଗୁଡ଼ିଏ ରାଜ୍ୟ ପାଇଁ ଭାଜପା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କାହା ନାଁ ନ ଥିଲା। ଏଥର ମଧ୍ୟ ଓଡ଼ିଶାକୁ ପ୍ରାର୍ଥୀ ତାଲିକାରେ ରଖା ନ ଯାଇପାରେ। ତେଣୁ ଏଥର ସିଇସି ବୈଠକ ସରିବା ପରେ ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ହେବାକୁ ଥିବା ମେଣ୍ଟ ନେଇ କିଛି ଚୂଡାନ୍ତ ଆଲୋଚନା ହେବା ସଙ୍ଗେ ସଙ୍ଗେ ସ୍ପଷ୍ଟ ଚିତ୍ର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିରେ ମେଣ୍ଟ ସମ୍ପର୍କିତ ଆସନ ବୁଝାମଣା ବିଷୟରେ କୁଆଡେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳିଛି। ଯେହେତୁ ଭାଜପା ମହାରାଷ୍ଟ୍ର ଏବଂ ବିହାରରେ କରିବାକୁ ଥିବା ମେଣ୍ଟ ନେଇ କିଛି ଚୂଡାନ୍ତ ଏପର୍ଯ୍ୟନ୍ତ କରିପାରିନାହିଁ, ସେଥିଲାଗି ମଧ୍ୟ ଓଡ଼ିଶା କଥାରେ ବିଳମ୍ବ ହେଉଥାଇପାରେ ବୋଲି କେତେଜଣ ରାଜନୈତିକ ବିଶ୍ଳେଷକ ମତ ରଖୁଛନ୍ତି। ଏହି ଦୁଇ ରାଜ୍ୟର ଅଙ୍କ ଛିଣ୍ଡିବା ପରେ ଯାଇ ଓଡ଼ିଶା କଥା ଚୂଡାନ୍ତ ହେବାର ସମ୍ଭାବନା ରହିଛି। ଅନ୍ୟପଟେ ସିଇସି ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ସରି ନ ଥିବାରୁ ଶୀର୍ଷ ନେତୃତ୍ୱ ଆଲୋଚନା କରିପାରି ନ ଥିବା କୁହାଯାଉଛି। ଏହାରି ଭିତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସୋମବାର ଅମିତ ଶାହାଙ୍କୁ ଭେଟିବା ମଧ୍ୟ ମେଣ୍ଟ ସମ୍ପର୍କିତ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।
ଏସବୁ ଭିତରେ ରାଜ୍ୟ ଭାଜପା ନେତୃତ୍ୱ ମଧ୍ୟ ଓଡ଼ିଶା ଫେରିନାହାନ୍ତି। ଅର୍ଥାତ୍‌ ମେଣ୍ଟକୁ ନେଇ ଏଥର ରାଜ୍ୟ ନେତୃତ୍ୱଙ୍କ ସହ କେନ୍ଦ୍ରର ଭାଜପା ଶୀର୍ଷ ନେତୃତ୍ୱ କିଛି ଚୂଡାନ୍ତ ଆଲୋଚନା କରିପାରନ୍ତି। ଏସବୁ ଭିତରେ ମଙ୍ଗଳବାର ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଯାହା ଚର୍ଚ୍ଚା ହେଉଛି ସେକଥାର ମଧ୍ୟ କିଛି ସ୍ପଷ୍ଟଚିତ୍ର ଆସିନି। ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳ ସହ କରୁଥିବା ମେଣ୍ଟ ଅଙ୍କ ସମାଧାନ ହେବାରେ ଯେହେତୁ ବିଳମ୍ବ ହେଉଛି ସେସବୁ ଦୃଷ୍ଟିରୁ ଓଡ଼ିଶା କଥା ମଧ୍ୟ ସମାନ ସ୍ଥିତିରେ ଥାଇପାରେ। ହେଲେ ମେଣ୍ଟ କଥାକୁ କିନ୍ତୁ ବିଜେଡି କିମ୍ବା ଭାଜପା ନେତାମାନେ ଅସ୍ବୀକାର କରୁନାହାନ୍ତି। ଓଲଟା ପୂର୍ବତନ ଭାଜପା ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କେନ୍ଦ୍ର ଯାହା ନିଷ୍ପତ୍ତି ନେବ ତାକୁ ମାନିନେବେ ବୋଲି କହି ମେଣ୍ଟ ବିଷୟକୁ ଅସ୍ବୀକାର କରିନାହାନ୍ତି। ଭାଜପାର ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାରେ ବିଜେଡି ସହ ଆସନ ବୁଝାମଣା ବିଷୟରେ ମୁଖ୍ୟତଃ ଏବେ ରାଜ୍ୟ ନେତାମାନେ ବିଚାରବିମର୍ଶ ଚଳାଇଛନ୍ତି। କେଉଁସବୁ ଆସନ ଭାଜପା ରଖିବ ଏବଂ କେତେ ଆସନ ବିଜେଡି ରଖିବ ସେଥିନେଇ ବିଚାର ଚାଲିଛି। ବିଜେଡି ନିଜର ନିଷ୍ପତ୍ତି ପୂର୍ବରୁ ଶୁଣାଇ ଫେରିଆସିଥିବା ବେଳେ ଭାଜପା ଆଗେଇଲେ ସବୁକିଛି ସ୍ପଷ୍ଟ ହୋଇଯାଇପାରେ ବୋଲି କୁହାଯାଉଛି। ଏପଟେ କିନ୍ତୁ ଉଭୟ ବିଜେଡି-ଭାଜପା କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। କର୍ମୀମାନେ ନିଜ ନିଜର ନେତାଙ୍କ ଭବିଷ୍ୟତକୁ ନେଇ ଏକ ପ୍ରକାର ଅନ୍ଧାରରେ ରହିଲେଣି। ଯଦି ମେଣ୍ଟ ହୁଏ କାହାକୁ କେଉଁ ଆସନ ମିଳିବ କେଉଁ ନେତା ରହିବେ କିଏ କଟିବେ ତାହା ସବୁଠୁ ଅଧିକ ଆଲୋଚନାର ବିଷୟବସ୍ତୁ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଅସ୍ମିତା କଥା କହିବାର ଅଧିକାର ଧର୍ମେନ୍ଦ୍ରଙ୍କ ନାହିଁ: ବିଜେଡି

ଭୁବନେଶ୍ୱର,୪ା୫(ଅନିଲ ଦାସ): ଓଡ଼ିଆ ଅସ୍ମିତା ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଆରମ୍ଭ ହୁଏ, ଯିଏ କି କେବଳ ଦେବତା ନୁହନ୍ତି, ସେ ହେଉଛନ୍ତି ଓଡ଼ିଶାର ହୃଦ୍‌ସ୍ପନ୍ଦନ ା ଯେତେବେଳେ...

ଓଡ଼ିଆ ଅସ୍ମିତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲାଗିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୪।୫(ସୁନିତ୍‌ ମିଶ୍ର): ଓଡ଼ିଆ ସମାଜ ସମ୍ମୁଖରେ ଓଡ଼ିଆ ଭାଷା, ଐତିହ୍ୟ, ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ବଡ଼ ପ୍ରଶ୍ନଚିହ୍ନ ଲାଗିଛି ବୋଲି କେନ୍ଦ୍ରମନ୍ତ୍ରୀ...

ଖଣ୍ଡପଡ଼ା: ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲକଲେ ଅନୁଭବ

ନୟାଗଡ଼,୪।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ଏଠାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଥିବାରୁ ସମସ୍ତଙ୍କ ନଜର ଏହି...

ଆଜି ୩ ଲୋକ ସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର,୪ା୫(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି...

ପୁଣି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି, କହିଲେ-‘ସେ ନିଜ ଦଳର ବିଶ୍ୱାସ ହରାଇଛନ୍ତି’

ଭୁବନେଶ୍ୱର,୩।୫: ଓଡ଼ିଶାର ପାଣିପାଗ ସହିତ ନିର୍ବାଚନୀ ପାଗ ମଧ୍ୟ ସରଗରମ ହୋଇଛି। ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ...

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୫(ଅସମାପିକା ସାହୁ) : ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri