Posted inଜାତୀୟ

କର୍ନାଟକରେ ଭାଜପା ବୁଡ଼ିଯାଉଥିବା ଜାହାଜ: କଂଗ୍ରେସ

ନୂଆଦିଲ୍ଲୀ, ୫ା୪ (ପି.ଟି.): କର୍ନାଟକରେ ଭାଜପା ଏକ ବୁଡ଼ିଯାଉଥିବା ଜାହାଜ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ରକ୍ଷା କରିପାରିବେ ନାହିଁ ବୋଲି କଂଗ୍ରେସ ନେତା ମଙ୍ଗଳବାର କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସ ଏକ ମିଳିତ ଶକ୍ତି। ଏହା କର୍ନାଟକର ୪୦ ପ୍ରତିଶତ କମିଶନ ସରକାରକୁ ନିଶ୍ଚୟ କ୍ଷମତାରୁ ହଟାଇବ ବୋଲି ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଶୀର୍ଷ ପଦବୀ ଲାଗି ନିଜକୁ ଉପସ୍ଥାପନ କରୁଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ତାଙ୍କ ମନ୍ତବ୍ୟକୁ ଭୁଲ୍‌ ଉପସ୍ଥାପନ କରିଥିବା ସେ କହିଛନ୍ତି। ନିର୍ବାଚିତ ବିଧାୟକମାନଙ୍କ ସହ ପରାମର୍ଶ କରି ମୁଖ୍ୟମନ୍ତ୍ରୀ କିଏ ହେବେ ଦଳ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସୁର୍ଜଓ୍ବୋଲା କହିଛନ୍ତି।

ନୂଆଦିଲ୍ଲୀରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ମଙ୍ଗଳବାର ବସିଥିବାବେଳେ ଏଥିରେ ଯୋଗଦେବାକୁ ସିଦ୍ଦରମୈୟା ଏବଂ କର୍ନାଟକ ପିସିସି ସଭାପତି ଡି.କେ. ଶିବକୁମାର ଆସିଥିଲେ। ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ଅବଶିଷ୍ଟ ୧୦୦ ଆସନ ଲାଗି ଟିକେଟ ବଣ୍ଟନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମେ’ ୧୦ରେ ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କଂଗ୍ରେସ ପ୍ରଥମ ଦଫାରେ ୧୨୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।
କର୍ନାଟକର ୪୦ ପ୍ରତିଶତ କମିଶନ ଭାଜପା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି।

ଏହି ତଥାକଥିତ ଡବଲ ଇଞ୍ଜିନ୍‌ ସରକାର ରାଜ୍ୟ ପାଇଁ ଡବଲ ଧୋକାରେ ପରିଣତ ହୋଇଛି। ଗୋଟିଏ ପଟେ କେନ୍ଦ୍ରର ମୋଦି ସରକାର କର୍ନାଟକକୁ ପ୍ରତାରିତ କରିଥିବାବେଳେ ଅନ୍ୟ ପଟେ ବୋମାଇ ସରକାର ରାଜ୍ୟକୁ ଲୁଟି ଚାଲିଛନ୍ତି ବୋଲି ସୁର୍ଜଓ୍ବୋଲା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

ହ୍ୟାକ ହୋଇପାରିବନି ଇଭିଏମ, କରାଯାଇ ପାରିବନି ଟ୍ୟାମ୍ପରିଂ, ସୁପ୍ରିମକାର୍ଟରେ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ଉତ୍ତର

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ରେ ଆରମ୍ଭ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ୨୪ଘଣ୍ଟାରୁ କମ ସମୟ ବାକି ଅଛି।...

‘ଦକ୍ଷିଣ ଭାରତରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ନୂଆଦିଲ୍ଲୀ,୧୮।୪: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦଳ ତଥା ବିରୋଧୀ ଦଳ ପକ୍ଷରୁ ଅନେକ ଦାବି କରାଯାଉଛି। ଗୋଟିଏ ପଟେ ଏନଡିଏ ୪୦୦ଟି ସିଟ...

କଂଗ୍ରେସର ‘ରାହୁଲୟାନ’ ନା ଲଞ୍ଚ ହୋଇପାରିଲା ନା ଲ୍ୟାଣ୍ଡ କରିପାରିଲା: ରାଜନାଥ

ପନ୍ତନମଥିଟ୍ଟା,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଶଙ୍ଖନାଦ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ହେବ। ସେପଟେ କେନ୍ଦ୍ର ପ୍ରତିରକ୍ଷା...

ଟିକେଟ୍‌ ମିଳିବାର ୮ ଦିନ ପରେ ଦଳରୁ ବହିଷ୍କୃତ ହେଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୪: ବହୁଜନ ସମାଜ ପାର୍ଟୀ ପ୍ରାର୍ଥୀ ରାକେଶ କୁମାର କୁଶୱାହା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଟିକେଟ୍‌ ଦେବାର ୮ ଦିନ ପରେ ଦଳରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri