ଭାରତର ଅଭିବୃଦ୍ଧି ୬.୩% ଆକଳନ

ନୂଆଦିଲ୍ଲୀ,୫।୪: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ଭୌଗୋଳିକ ସ୍ଥିତ ଯୋଗୁ ଚଳିତ ଆର୍ଥକ ବର୍ଷରେ ଭାରତର ଅଭିବୃଦ୍ଧି ହାର ପୂର୍ବାପେକ୍ଷା ବୃଦ୍ଧିହେବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଏପରିକି ବିଶ୍ବ ବ୍ୟାଙ୍କର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଚଳିତ ଆର୍ଥିକ ବର୍ଷରେ ଭାରତର ଗ୍ରସ୍‌ ଡୋମୋଷ୍ଟିକ ପ୍ରଡକ୍ଟ(ଜିଡିପି)ର ପରିମାଣ କମିବ ବୋଲି ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ଜିଡିପି ହାର ୬.୩% ରେ ରହିବ ବୋଲି ଆକଳନ କରାଯାଉଛି।

ଏହା ପୂର୍ବରୁ ବିଶ୍ବ ବ୍ୟାଙ୍କ ଏକ ରିପୋର୍ଟରେ ଉଲ୍ଲେଖ କରିଥିବା ଆକଳନଠାରୁ ପ୍ରାୟ .୩% କମ୍‌ ରହିବ ବୋଲି ଉକ୍ତ ରିର୍ପୋଟରେ ଉଲ୍ଲେଖ କରାଯାଇଛି। ସେହିପରି ବିଶ୍ବ ବ୍ୟାଙ୍କ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬.୬% ରହିବା ନେଇ ପୂର୍ବରୁ ଆକଳନ କରିଥିଲା। ହେଲେ ବ୍ୟାଙ୍କର ସଦ୍ୟ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ସ୍ଥିତି ଓ ଆୟରେ ହ୍ରାସ କାରଣରୁ ଲୋକଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବାରେ ଲାଗିଛି, ଯାହାର ଏକ ନକାରତ୍ମକ ପ୍ରଭାବ ଦେଶର ଜିଡିପି ହାର ଉପରେ ପଡ଼ିବ ବୋଲି ଆଶା କରାଯାଉଛି।

ଏହାବ୍ୟତୀତ ସଦ୍ୟ ରିପୋର୍ଟରେ ଭାରତର ମୁଦ୍ରାସ୍ଫୀତି ହାର ୬.୬% ରୁ ଖସି ୫.୨% ରେ ରହିବା ନେଇ ମଧ୍ୟ ଆକଳନରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ୨.୧% ରହିବା ନେଇ ବିଶ୍ବ ବ୍ୟାଙ୍କ ପୂର୍ବାନୁମାନ କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଦେଶର ଆଇଟି,କନ୍‌ସଲ୍ଟିଂ ଓ ଗବେଷଣା ଭଳି ସେବା କ୍ଷେତ୍ର ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଢାଲ ଭଳି କାମ କରୁଛି। କାରଣ ୨୦୨୨-୨୩ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ତ୍ରୈମାସିକ ମଧ୍ୟରେ ସେବା କ୍ଷେତ୍ର ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା।

ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଆକଳନ ଅନୁଯାୟୀ ୨୦୨୨ ଡିସେମ୍ବରରେ ଦେଶର ବିଭିନ୍ନ ସେବା କ୍ଷେତ୍ରରେ ୨୪.୫% ବୃଦ୍ଧି ହୋଇଥିଲା। ବିଶେଷକରି ଗତ ବର୍ଷର ୩ୟ ତ୍ରୈମାସିକରେ ସେବା କ୍ଷେତ୍ର ୮୩.୪ ବିଲିୟନ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ପୁଣି ପ୍ରଶ୍ନପତ୍ର ଲିକ୍‌: ୨ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତରମନ୍ତରରେ ପେପର ଲିକ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ, ଉତ୍ତରାଖଣ୍ଡରେ ଆଉ ଏକ ପେପର ଲିକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟରେ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ସରକାର ହୋଇଥିଲେ ରାଜି, ହେଲେ ୟୁ-ଟର୍ନ ନେଲା CJP, ରୋକଠୋକ ଶୁଣାଇଦେଲା-ଆମେ…

ନୂଆଦିଲ୍ଲୀ,୨୩।୭: ସରକାର ବାରମ୍ବାର କହିଆସୁଛନ୍ତି , ସେମାନେ ପ୍ରତିବାଦକାରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ସମୟରେ,ସୂତ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri