Posted inଜାତୀୟ

ବିଏମ୍‌ସି ନିର୍ବାଚନ ଏକାଠି ଲଢ଼ିବେ ଭାଜପା-ଶିନ୍ଦେ ଗୋଷ୍ଠୀ, ଫଡନାଭିସ କଲେ ଘୋଷଣା…

ମୁମ୍ବାଇ, ୬।୯ : ଭାରତୀୟ ଜନତା ପାର୍ଟି (ଭାଜପା) ବମ୍ବେ ମ୍ୟୁନିସପାଲ କର୍ପୋରେଶନ(ବିଏମ୍‌ସି) ନିର୍ବାଚନ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ସମ୍ପର୍କରେ ଭାଜପାର ରୂପରେଖା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତରେ ପ୍ରାୟ ସ୍ପଷ୍ଟ ହୋଇସାରିଛି। ଅମିତ ଶାହା କହିଥିଲେ ଯେ ଏଥର ଉଦ୍ଧବ ଠାକରେଙ୍କୁ ତାଙ୍କ ସ୍ଥାନ ଦେଖାଇବାକୁ ପଡିବ। ଏହି ମର୍ମରେ ମଙ୍ଗଳବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଏମସି ନିର୍ବାଚନ ସମ୍ପର୍କରେ ଭାଜପାର ଆଭିମୁଖ୍ୟ ଏବଂ ସ୍ଥିତି ସ୍ପଷ୍ଟ କରିଛନ୍ତି।

ଭାରତୀୟ ଜନତା ପାର୍ଟି ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କର ସମର୍ଥକଙ୍କ ସହିତ ମିଳିତ ଭାବେ ବିଏମସି ନିର୍ବାଚନରେ ଲଢ଼ି ଏବଂ ଜିତିବେ ବୋଲି ଫଡନାଭିସ ସୂଚନା ଦେଇଛନ୍ତି। ଫଡନାଭିସଙ୍କ ଏହି ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଭାଜପା ଏକୁଟିଆ ନୁହେଁ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛି।

ଅମିତ ଶାହା ଭାଜପା ପାଇଁ ମିଶନ ୧୩୫ର ସ୍ଲୋଗାନ ଦେଇଛନ୍ତି। ଅପରପକ୍ଷରେ ଫଡନାଭିସ କହିଛନ୍ତି ଯେ ଏଥର ବିଏମସି ନିର୍ବାଚନର ଅର୍ଥ ହେଉଛି ଆର କିମ୍ବା ପାରର ଶେଷ ଯୁଦ୍ଧ। ଏହା ଏକ ଉପାୟ ଯାହାଦ୍ୱାରା ଉଦ୍ଧବ ଠାକରେଙ୍କ ଶିବସେନାକୁ ସବୁଦିନ ପାଇଁ ହଟାଯାଇପାରିବ।

ମଙ୍ଗଳବାର ଶିନ୍ଦେ ତାଙ୍କର ସମସ୍ତ ବିଧାୟକଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। କୁହାଯାଉଛି ଏହି ଅବସରରେ ଦଶହରା ରାଲି ଉପରେ ଆଲୋଚନା ହେବ। ଏଥି ସହିତ ଶିନ୍ଦେ ବିଏମସି ନିର୍ବାଚନ ସମ୍ପର୍କରେ ତାଙ୍କ ବିଧାୟକଙ୍କ ସହ ମଧ୍ୟ ଆଲୋଚନା କରିିବେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ବିଧାନସଭାରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ

ବେଙ୍ଗାଲୁରୁ, ୨୨ା୯: କର୍ନାଟକ ବିଧାନସଭାରେ ବୁଧବାର ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗାଳ ମଧ୍ୟରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ ହୋଇଛି। ଗତ ସପ୍ତାହରେ ସାମାନ୍ୟ...

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍‌ସି ପକ୍ଷରୁ...

ସିଏବିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ ସଂଶୋଧନ ବିଲ୍‌(ସିଏବି)କୁ ଇଣ୍ଡିଆନ ୟୁନିୟନ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ଗୁରୁବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଏହା ସମାନତା ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ଏବଂ...

ଗୋଟିଏ ମଞ୍ଚରେ ମୋଦିଙ୍କ ସହ ନଜର ଆସିପାରନ୍ତି ଅଭିନେତା ମିଥୁନ

କୋଲକାତା,୬ ।୩: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହେବାର ସମ୍ଭାବନା...

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା: ୪୧ ଆହତ

ଉନ୍ନାଓ,୧୭।୬: ଉତ୍ତରପ୍ରଦେଶର ଉନ୍ନାଓର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୪୧ ଜଣ ଆହତ ହୋଇଥିବା...

ଅଳ୍ପ ମଦ ସ୍ବାସ୍ଥ୍ୟ ପାଇଁ ଭଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୯(ପି.ଟି.): ସ୍ବଳ୍ପ ପରିମାଣର ମଦ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ। ଅନେକ ଏଭଳି ପ୍ରସ୍ତାବ ଦେଇଥାନ୍ତି ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ଶୁକ୍ରବାର ଏକ ଜନସ୍ବାର୍ଥ ମାମଲାର...

ସୁରଟ ହୀରା କାରବାରରେ ମାନ୍ଦାବସ୍ଥା ମାଡ଼:୬୦ ହଜାର କର୍ମଚାରୀ ବେକାର

ନୂଆଦିଲ୍ଲୀ,୩୦-୮:ଦେଶର ହୀରା କାରବାର ଗଡ଼ ଭାବେ ପରିଚିତ ଗୁଜରାଟର ସୁରଟରେ ଏବେ ମାନ୍ଦାବସ୍ଥା ଛାଇଗଲାଣି। ଗତ କିଛି ମାସ ମଧ୍ୟରେ ଏଠାରେ ୬୦ ହଜାର କର୍ମଚାରୀ...

କଶ୍ମୀର ପାଇଁ ୧.୪୨ ଲକ୍ଷ କୋଟିର ବଜେଟ

ନୂଆଦିଲ୍ଲୀ,୧୫।୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ୨୦୨୨-୨୩...

Advertisement
Archives

Model This Week