Posted inଜାତୀୟ

ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟର ପର୍ଦ୍ଦାଫାଶ: ୨ ଆଫଗାନିସ୍ତାନ ନାଗରିକ ଗିରଫ, ୧୨ଶହ କୋଟି ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହି ର଼୍ୟାକେଟରେ ପୋଲିସ ୨ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିବା ସହ ୧୨ଶହ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଏହା ସିଣ୍ଡିକେଟ ନାର୍କୋ ଆତଙ୍କବାଦ ସହିତ ଜଡିତ ରହିଛି। ଏହି ଡ୍ରଗ୍ସକୁ ବିକ୍ରି କରି ଏହାର ଟଙ୍କାକୁ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିବାକୁ ଯୋଜନା କରାଯାଇଥିଲା। ହେଲେ ଏହା ପୂର୍ବରୁ ଏସମସ୍ତ ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀର ସ୍ପେଶାଲ ସେଲ୍‌। ପ୍ରଥମ ପର୍ଯ୍ୟାୟରେ ଏହି ଡ୍ରଗ୍ସ ଚେନ୍ନାଇରୁ ଲକ୍ଷ୍ନୌ ପରେ ଦିଲ୍ଲୀକୁ ଅଣାଯାଇଥିଲା। ଏହି ଡ୍ରଗ୍ସର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୨୦୦ କୋଟି ଟଙ୍କା। ଜବତ ହୋଇଥିବା ଡ୍ରଗ୍ସରେ ୩୧୨.୫ କିଲୋଗ୍ରାମ ମେଥାମଫେଟାମାଇନ୍‌ ଓ ୧୦କିଲୋଗ୍ରାମ ହିରୋଇନ୍‌ ସାମିଲ ରହିଛି ବୋଲି ପୋଲିସର ସ୍ପେଶାଲ ସିପି ଏଚ୍‌ଜିଏସ୍‌ ଧଲିଓ୍ବାଲ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଅନ୍ୟପଟେ ଗିରଫ ହୋଇଥିବା ୨ଆଫଗାନିସ୍ତାନ ନାଗରିକ ଭାରତରେ ଶରଣାର୍ଥୀ ଭାବେ ରହୁଥିଲେ। ଏଥିସହ ସେମାନେ ନିଜର ଭିସା ଅବଧିକୁ ମଧ୍ୟ ବୃଦ୍ଧି କରିଥିଲେ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଏମାନଙ୍କ ଉପରେ ନଜର ରଖିଥିଲା। ଇତିମଧ୍ୟରେ ପୋଲିସ ସୂଚନା ପାଇବା ମାତ୍ରେ କାଳିନ୍ଦି କ୍ରୁଜ୍‌ ନିକଟରୁ ଆଫଗାନିସ୍ତାନ ନାଗରିକ ମୁସ୍ତଫା ଓ ରହିମଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମାଜବାଦୀ ପାର୍ଟି ଏମ୍‌ପି ଆଜମ ଖାଁ ଅସୁସ୍ଥ, ଜେଲରୁ ହସ୍ପିଟାଲ ସ୍ଥାନାନ୍ତର

ଲକ୍ଷ୍ନୌ,୧୯ ।୭: ସମାଜବାଦୀ ପାର୍ଟି ଏମ୍‌ପି ଆଜମ ଖାଁ ପୁଣି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ସୀତାପୁର ଜେଲରୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...

ଦୀର୍ଘ ୫୯ ଘଣ୍ଟା ପରେ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ ଶେଷ

ନୂଆଦିଲ୍ଲୀ,୧୭।୨: ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଆୟକର ବିଭାଗର ଟିମ ଦିଲ୍ଲୀ-ମୁମ୍ବାଇର କାର୍ଯ୍ୟାଳୟ ଛାଡିଛନ୍ତି। ଟିକସ ଫାଙ୍କିବା ଘଟଣାର ଅନୁସନ୍ଧାନର...

ଫଡନାଭିସ କିଏ ? ବିଜୟ ସତ୍ୟର ହେବ: ସଞ୍ଜୟ ରାଉତ…

ମୁମ୍ବାଇ,୧୨।୨ : ଶିବସେନା (ଉଦ୍ଧବ ଦଳ) ନେତା ସଞ୍ଜୟ ରାଉତ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।...

ଦଳ କଥା ଚିନ୍ତା କରୁ କଂଗ୍ରେସ, ଦେଶ ପାଇଁ ମୋଦି ଅଛନ୍ତି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ରାହୁଲ ଗାନ୍ଧୀଙ୍କ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। ଯାହାକୁ ନେଇ...

ବୁଲଡୋଜର ରାଜନୀତି, ଯୋଗୀଙ୍କୁ ଟାର୍ଗେଟ କଲେ ଓୱାଇସି

ଲକ୍ଷ୍ନୌ,୧୩ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ନିଲମ୍ବିତ ହୋଇଥିବା ରାଷ୍ଟ୍ରୀୟ ପ୍ରବକ୍ତା ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣିକୁ ବିରୋଧ କରି...

ମୂଷଳ ଧାରା ବର୍ଷାରେ ଭିଜି ଭାଷଣ ଦେଲେ ରାହୁଲ

ମହୀଶୁର,୩।୧୦: ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବଳ ବର୍ଷା ମଧ୍ୟରେ କର୍ନାଟକର ମହୀଶୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

ମୋର ଦୀପାବଳିର ମଧୁରତା ଆପଣମାନଙ୍କ ସହିତ ବଢ଼ିଯାଉଛି, ସେନାଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

କାର୍ଗିଲ,୨୪।୧୦ : ଗତ ଆଠ ବର୍ଷ ଧରି ଭାରତୀୟ ଯବାନମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର...

ବିଶିଷ୍ଟ ଗାନ୍ଧୀବାଦୀ ନେତା ଏସ.ଏନ ସୁବାରାଓଙ୍କ ପରଲୋକ

ଜୟପୁର,୨୭।୧୦: ବିଶିଷ୍ଟ ଗାନ୍ଧୀବାଦୀ ନେତା ଡା ଏସ.ଏନ ସୁବାରାଓଙ୍କର ଦେହାନ୍ତ ହୋଇଛି। ବୁଧବାର ଜୟପୁରର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି...

Advertisement
Archives

Model This Week