Posted inଜାତୀୟ

ରେପିଷ୍ଟ ଏବେ ଥେରାପିଷ୍ଟ ହୋଇଗଲେଣି: ନଡ୍ଡା

ନୂଆଦିଲ୍ଲୀ,୨୭ ।୧୧: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଯୋରସୋରରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଇତି ମଧ୍ୟରେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀର ୱଜିରପୁର େଓøଦ୍ଦୌଗିକ କ୍ଷେତ୍ରରେ ଜନ ସମ୍ପର୍କ ଅଭିଯାନ କରିବା ସମୟରେ ଭାଜପା ପ୍ରାର୍ଥିଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ସମୟରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଜେଲ ଭିତରେ ଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡିଓକୁ ନେଇ କହିଛନ୍ତି, ରେପିଷ୍ଟ ଏବେ ଥେରାପିଷ୍ଟ ହୋଇଯାଇଛନ୍ତି । ଏହାସହ ନଡ୍ଡା କହିଛନ୍ତି ତିହାର ଜେଲ ଏବେ ମସାଜ ପାର୍ଲର ପାଲଟି ଗଲାଣି । ତିହାର ଜେଲ ମସାଜ ସେଣ୍ଟର ଖୋଲି ଦେଇଛି ।

କେବଳ ଏତିକି ନୁହେଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି ପାଣି ଓ ସ୍ୱାସ୍ଥ୍ୟ କଥା ବି ଉଠାଇଛନ୍ତି । ସେ କହିଛନ୍ତି ଦେଶ ବିକାଶର ପଥରେ ଆଗେଇ ଚାଲିଛି ହେଲେ ଦିଲ୍ଲୀରେ ଯାହା ହେବା କଥା ଏଥିରୁ ଏହା ବଞ୍ଚିତ ହେଉଛି । ଏଠାକାର ସରକାର ସାଧାରଣ ଜନତାଙ୍କ ବିରୋଧରେ । ନିଜକୁ କଟ୍ଟର ସଚ୍ଚୋଟ କହୁଥିବା ଏଏପି ସରକାର ଅବକାରୀ ଠିକାଦାରୀର ୨ ପ୍ରତିଶତର କମିଶନକୁ ୧୨ ପ୍ରତିଶତରେ ପହଞ୍ଚାଇ ଦେଇଛନ୍ତି ଆଉ ଏଥିରୁ ୬ ପ୍ରତିଶତ ନିଜେ ନେଇଯାଉଛନ୍ତି । ସତ୍ୟେନ୍ଦ୍ର ଜୈନ ୬ ମାସ ହେଲା ଜେଲରେ ଅଛନ୍ତି ଆଉ ନିଜକୁ ସଚ୍ଚୋଟ ବୋଲି କହୁଛନ୍ତି ଆଉ ସେ ଦଙ୍ଗା କରାଉଥିବା ଅଭିଯୋଗରେ ଜେଲ ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ରାଜ୍ୟର ୧୦୨ ଆସନ ପାଇଁ ଆରମ୍ଭ ହେଲା ମତଦାନ, ମୋଦି କହିଲେ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସହିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ନିର୍ବାଚନ ମହା ଉତ୍ସବ...

ଇଭିଏମ୍‌ ମକ୍‌ ପୋଲ୍‌: ଭାଜପାକୁ ଯାଇଛି ଅତିରିକ୍ତ ଭୋଟ

ନୂଆଦିଲ୍ଲୀ,୧୯ା୪(ପି.ଟି.):ଦେଶରେ ଲୋକ ସଭା ନିର୍ବାଚନ ଚାଲିଥିବାବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ରେ ଜାଲିଆତି ଅଭିଯୋଗକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌...

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ:ଏହିସବୁ ହେଭିଓ୍ବେଟ୍‌ଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୧9ା୪(ପି.ଟି.):ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟର ପ୍ରମୁଖ...

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri