ଭାଜପାର ପ୍ଲାନ ବି, ଏହି ୯ ସିଟ୍‌ରେ କରିବ ଓଲଟପାଲଟ

ଭୁବନେଶ୍ୱର,୧୨।୪:ମୁଣ୍ଡ ଉପରେ ନିର୍ବାଚନ। ବିଜେଡି, ଭାଜପା ଓ କଂଗ୍ରେସ ଅଧାରୁ ଅଧିକ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଘୋଷଣା ପରେ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଇ ପ୍ରଚାର ପାଇଁ ରଣ ହୁଙ୍କାର ଦେଲେଣି। ଓଡିଶାରେ ମେ’ ୧୩ରୁ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଭାଜପା ଏଯାଏଁ ପ୍ରଥମ ପର୍ଯ୍ୟାୟ ପାଇଁ ୯ଟି ସିଟରେ ପ୍ରାର୍ଥୀ ଘୋଷଣା କରିନି। ଏନେଇ ଦଳର ଆଶାୟୀ ମଧ୍ୟ ଅପେକ୍ଷା କରିଥିବାବେଳେ ଦିନକୁ ଦିନ ପ୍ରାର୍ଥୀ ଘୋଷଣା କରିବାକୁ ବିଳମ୍ବ କରୁଛି ଦଳ। ହେଲେ ଏହା ପଛରେ ଭାଜପାର କିଛି ସ୍ବତନ୍ତ୍ର ରଣନୀତି ରହିଛି କି? ଚର୍ଚ୍ଚା ହେଉଛି, ଅନ୍ୟ ଦଳ ଉପରେ ନଜର ରଖି ଯୋଜନା କରୁଛି ଭାଜପା ।

ପ୍ରଥମ ପର୍ଯ୍ୟାୟରେ ୯ ଆସନ ପାଇଁ ଏବେ ବି ବାକି ଅଛି ଭାଜପାର ପ୍ରାର୍ଥୀ ଘୋଷଣା। ତେବେ କ’ଣ ନୂଆ ରଣନୀତି ପ୍ରସ୍ତୁତ କରୁଛି ଦଳ। ଶାସକ ଓ ସମ୍ଭାବ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ନଜରରେ ରଖି ତିଆରି କରୁଛି ରଣନୀତ?

ମୁଣ୍ଡ ଉପରେ ଭୋଟ, ହେଲେ ଏଯାଏଁ ପ୍ରଥମ ପର୍ଯ୍ୟାୟ କାର୍ଡ ଖୋଲିନି ଭାଜପା। ଓଡ଼ିଶାରେ ପ୍ରଥମ ଦଫା ଭୋଟ ପଡିବ ମେ ୧୩ ତାରିଖରେ। ଏନେଇ ଏପ୍ରିଲ ୧୮ରେ ବିଜ୍ଞପ୍ତି ଏବଂ ୨୫ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ ।
ଭୋଟକୁ ମାତ୍ର ଗୋଟିଏ ମାସଥିବାବେଳେ ପ୍ରଚାର ପାଇଁ ମଧ୍ୟ କମ ସମୟ ରହିଛି। ହେଲେ ଏବେ ବି ଭାଜପା ୩୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ। ଆଉ ୩୫ ସିଟ ମଧ୍ୟରୁ ୯ଟି ଆସନ ମାନେ ଝରିଗାଁ, ଡାବୁଗାଁ, କୋଟପାଡ, ଚିତ୍ରକୋଣ୍ଡା, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର ଓ ମୋହନାରେ ମେ ୧୩ରେ ଭୋଟ ପଡିବ। ତେବେ ଏସବୁ ଆସନ ପାଇଁ ଦଳ ବଡ଼ ରଣନୀତି କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟ ଦଳର ପ୍ରାର୍ଥୀଙ୍କୁ ପ୍ରଭାବିତ କରିପାରୁଥିବା ଭଳି ନେତାଙ୍କ ଉପରେ ନଜର ରଖୁଥିବା କୁହାଯାଉଛି । ତେଣୁ ଟିକେଟ ଘୋଷଣାରେ ବିଳମ୍ବ ବୋଲି ଚର୍ଚ୍ଚା ବିଛି। ସେପଟେ ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ୨୦ ତାରିଖ ସୁଦ୍ଧା ସବୁ ଆସନର ପ୍ରାର୍ଥୀ ଘୋଷଣା କରିବ ଦଳ ।

ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି କୈଳାସ କୂଳସେକା। ଯାହାଙ୍କର ଲକ୍ଷ୍ମୀପୁରରେ ବଡ଼ ଭୋଟ ବ୍ୟାଙ୍କ ରହିଛି । ତେଣୁ ସେଠାରେ ଦୁର୍ବଳ ଭାଜପା ସଂଗଠନକୁ ସୁଦୃଢ଼ କରିବା ପାଇଁ କୈଳାସଙ୍କୁ ଦଳରେ ସାମିଲ କରିଛି ଭାଜପା। ଏଥିସହ ଅନ୍ୟ ୮ ଆସନରେ ଭାଜପା ମଧ୍ୟ କିଛି ନୂଆ ରଣନୀତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri