Posted inଜାତୀୟ

ଭାଜପା ଅପାଠୁଆଙ୍କ ଦଳ, ସିସୋଡିଆଙ୍କ ସମାଲୋଚନା…

ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଅପାଠୁଆଙ୍କ ଦଳ ଏବଂ ସେମାନେ ଦେଶକୁ ଅପାଠୁଆ ରଖିବାକୁ ଚାହୁଁଛନ୍ତି। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ରାଜଧାନୀରେ ସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ଭାଜପା ଲକ୍ଷ୍ୟ ରଖିଛି।

ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ପକ୍ଷରୁ ଫାଇଲ ଫେରସ୍ତ କରିବା ପରେ ସିସୋଡିଆ ଏଭଳି ବିବୃତ୍ତି ଦେଇଛନ୍ତି। ଉପରାଜ୍ୟପାଳ ଫାଇଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ଦର୍ଶାଇ ଏସବୁକୁ ଫେରାଇ ଦେଇଥିଲେ। ଶନିବାର ଏକ ଗଣମାଧ୍ୟaମ ସମ୍ମିଳନୀରେ ମନୀଷ ସିସୋଡିଆ କହିଛନ୍ତି, ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ଘରୋଇ ବିଦ୍ୟାଳୟ ଠାରୁ ଉନ୍ନତ ଧରଣର।

ସେ କହିଛନ୍ତି ଯେ ଦିଲ୍ଲୀରେ ଏଏପି ନେତୃତ୍ୱାଧୀନ ସରକାରକୁ ଭାଙ୍ଗିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି। ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ ମୂଲ୍ୟହୀନ ହୋଇଥିବାରୁ କେନ୍ଦ୍ରର ଭାଜପା ସରକାର ଏବେ ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ତ୍ରୁଟି ଖୋଜିବାକୁ ଚେଷ୍ଟା କରୁଛନ୍ତି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମୋତେ କୁହନ୍ତୁ, ସିବିଆଇ ଚଢ଼ାଉର ୧୦ ଦିନ ପରେ ମଧ୍ୟ କ’ଣ ମିଳିଲା? ଯଦି ମଦ ଦୁର୍ନୀତିରେ କିଛି ନ ବାହରିବାରୁ ଭାଜପା ଏବେ କହୁଛି ଯେ ବିଦ୍ୟାଳୟ ନିର୍ମାଣରେ ଅନିୟମିତା ହୋଇଛି।

ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସବୁ ଅଭିଯୋଗ ମିଥ୍ୟା। ଦିଲ୍ଲୀର ଶିକ୍ଷା ମଡେଲରେ ଏଏପିର ଅବଦାନକୁ ପ୍ରଶଂସା କରି ସେ କହିଛନ୍ତି, ୨୦୧୫ ପରଠାରୁ କେଜରିୱାଲ ସରକାରଙ୍କ ଦ୍ୱାରା ୭୦୦ ଟି ନୂତନ ବିଦ୍ୟାଳୟ କୋଠା ନିର୍ମାଣ କରାଯାଇଛି। ଏହି ବିଦ୍ୟାଳୟଗୁଡ଼ିକ ଘରୋଇ ବିଦ୍ୟାଳୟ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କେଜରିୱାଲଙ୍କ ଦସ୍ତଖତ ହୋଇ ନଥିବାରୁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ଫେରସ୍ତ ହୋଇଥିବା ଫାଇଲଗୁଡିକ ବିଷୟରେ ସେ କହିଛନ୍ତି ଯେ ଏହା ଏକ ନିତିଦିନିଆ ପ୍ରକ୍ରିୟା ଥିଲା। ମନୀଷ ସିସୋଡିଆ କହିଛନ୍ତି,ସାକ୍ସେନା ଉପରାଜ୍ୟପାଳଙ୍କ ଭଳି ବ୍ୟବହାର କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ମାରିଲେ

ଜୟପୁର,୧୦।୧୦: ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି ସ୍ବାମୀ ଓ ତାଙ୍କ ପରିବାର ସମ୍ପର୍କିୟ। ଗୁରୁବାର ରାଜସ୍ଥାନର ହନୁମାନଗଡ଼ ଜିଲାରେ ଏଭଳି ଘଟଣା ଘଟିଛି।...

ଶହ ଶହ ବତକ ଶୃଙ୍ଖଳିତ ଭାବେ ରାସ୍ତା କଲେ ପାର୍‌: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୧।୮: କେରଳର ଅଲାପୁଝା ସହରରେ ବତକପଲଙ୍କ ଯୋଗୁ ପ୍ରାୟ ୨୦ରୁ ୨୫ ମିନିଟ ଧରି ରାସ୍ତା ଜାମ୍‌ ହୋଇଯାଇଥିଲା। ଟ୍ରାଫିକ୍‌ ପୋଲିସ ଯାନବାହନଗୁଡ଼ିକୁ ଅଟକାଇ ରଖିଥିଲା।...

ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ବୁଷ୍ଟର ଡୋଜ ନେବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୭: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଭାରତର କେତୋଟି ରାଜ୍ୟରେ କରୋନା ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି।...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ,୨୮।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ରବିବାର ପରଲୋକ ହୋଇଛି। ହାଇଦ୍ରାବାଦରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା...

ସୁସ୍ଥ ହେବା ପରେ ପୁଣିଥରେ କାହିଁକି କରୋନାରେ ସଂକ୍ରମିତ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୦।୪: କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସାରା ବିଶ୍ୱରେ ପାଖାପାଖି ଲକ୍ଷାଧିକ ଲୋକ ସୁସ୍ଥ ହୋଇଥିବା ଖବର ଆସିଛି। ହେଲେ ଏମାନଙ୍କ ମଧ୍ୟରୁ କେତେଜଣ...

କଳା ତାଲିକାଭୁକ୍ତ ହେବେ ୩୦୦ ବିଦେଶୀ

ନୂଆଦିଲ୍ଲୀ,୧ା୪(ପି.ଟି.): ମାଲେସିଆ, ଥାଇଲାଣ୍ଡ ସମେତ ୧୬ଟି ଦେଶରୁ ପର୍ଯ୍ୟଟନ ଭିଜାରେ ଆସି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ପାଖାପାଖି ୩୦୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିପାରେ ଭାରତ। ଏମାନେ...

ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ...

୨୧ ବର୍ଷରେ ୨୬୧୭ଙ୍କୁ ଫାଶୀଦଣ୍ଡ, ୮ଜଣଙ୍କୁ ମିଳିଛି ଫାଶୀ…

ନୂଆଦିଲ୍ଲୀ,୨୧।୨ : ଦେଶରେ ଗତ ୨୧ ବର୍ଷ ମଧ୍ୟରେ ୨୬୧୭ ଜଣଙ୍କୁ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡାଦେଶ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୮...

Advertisement
Archives

Model This Week