ପାରାଦୀପ ଭାଜପା: ଯୋଡୁଛି କମ୍‌, ଛିଡୁଛି ବେଶି

ପାରାଦୀପ,୯ା୬(ସ୍ବ.ପ୍ର.): ପାରାଦୀପରେ ୨୦୨୧ ଡିସେମ୍ବର ୨୫ ଘଟଣା ପରଠାରୁ ଭାଜପାରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି। ଏଥିଯୋଗୁ ପାରାଦୀପରେ ଭାଜପା ଯୋଡୁଛି କମ୍‌, ଛିଡୁଛି ବେଶି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଯାହାର କେତେକ ଚିତ୍ର ସଦ୍ୟ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଗସ୍ତ ବେଳେ ଦେଖିବାକୁ ମିଳିଛି। ଗତ ୫ରୁ ୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଠାକୁର ୩ ଦିନିଆ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ ଭାଜପାର ସମାନ୍ତରାଳ ଦୁଇ ଗୋଷ୍ଠୀ ଅଲଗା ଅଲଗା ଭାବେ ମିଶି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସବୁଠାରୁ କୌତୂହଳ ଥିଲା ପାରାଦୀପ ଷଣ୍ଢକୁଦ ବସ୍ତି ୧୭ ନଂ. ୱାର୍ଡ କାଉନସିଲର ହେଲେ ଭାଜପାର ରୁନି ପରିଡା। ୬ ତାରିଖ ସାରେ ସେହି ୱାର୍ଡରେ ମନ୍ତ୍ରୀ ଠାକୁର ଗରିବ କଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦଳର ପ୍ରମୁଖ କର୍ମୀ ସଭାରେ ଉପସ୍ଥିତ ଥିବାବେଳେ ନିର୍ବାଚିତ କାଉନସିଲର ରୁନିଙ୍କୁ ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ଦୁଇଦିନ ହେଲା ଦଳର କର୍ମୀ ଓ ବହିଷ୍କୃତ କର୍ମୀଙ୍କ ମଧ୍ୟରେ ପର୍ଯ୍ୟାଲୋଚନା ଚାଲିଛି। ଏହାରି ମଧ୍ୟରେ ଆସନ୍ତା ୨୧ରେ ଦଳର ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରାଦୀପ ବନ୍ଦର ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଏଭଳିସ୍ଥିତିରେ ଦଳର ଅନ୍ତଃକନ୍ଦଳ ଘଟଣାକୁ ନେଇ କର୍ମୀଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି।

ସୂଚନାଯୋଗ୍ୟ, ପାରାଦୀପରେ ଭାଜପା ୨୦୧୪ ନଭେମ୍ବର୧୬ ଯାଏ ଆଶାତୀତ ଭାବେ ଜନାଦୃତ ହୋଇଥିଲା। କାରଣ ପାରାଦୀପ ରଙ୍ଗିଆଗଡ ଗାଁର ଠିକାଦାର ନିର୍ମଳ ସ୍ବାଇଁ ଓ ତାଙ୍କ ପୁଅ ସମ୍ପଦ ସ୍ବାଇଁ ଉକ୍ତ ଦଳରେ ସାମିଲ ହୋଇଥିଲେ। ସେହି ତାରିଖରେ ତତ୍କାଳୀନ କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଥିଲେ। ତା’ ପରଠାରୁ ସମ୍ପଦ ଦଳର ସାଙ୍ଗଠନିକ କାମ କରିଥିଲେ। ଯାହାର ଫଳସ୍ବରୂପ ୨୦୧୫ ପୌର ନିର୍ବାଚନରେ ଦଳ ୮୦୦୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ଓ ଜଣେ କାଉନସିଲର ଜିତିଥିଲେ। ଏହାପରେ ୨୦୧୯ ସାଧାରଣ ନିର୍ବାଚନରେ ସମ୍ପଦ ବିଧାୟକ ପ୍ରାର୍ଥୀ ଭାବେ ୩୬ ହଜାର ଭୋଟ ପାଇ ଉପସ୍ଥିତି ଜାହିର କରିଥିଲେ। ଏହା ପୂର୍ବରୁ ସାଧାରଣ ନିର୍ବାଚନରେ ୨ରୁ ୫ ହଜାର ଭୋଟ ଓ ପୌର ନିର୍ବାଚନରେ ୫୦୦ରୁ କମ ଭୋଟ ମିଳୁଥିଲା। ଏପରି ଉତ୍ଥାନ ମଧ୍ୟରେ ପାରାଦୀପରେ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ହୋଇଥିଲା। ୨୦୨୧ ଡିସେମ୍ବର ୨୫ରେ ବାଜପେୟୀଙ୍କ ଜୟନ୍ତୀରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରୟାସ ହୋଇଥିଲା। ଏହାକୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଉଦ୍‌ଘାଟନ କରିବେ ବୋଲି ଘୋଷଣା ପରେ ସମ୍ପଦ ଗୋଷ୍ଠୀ ବିରୋଧ କରିଥିଲେ। କାରଣ ସମ୍ପଦ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ପାଖଲୋକ। ଏମିତି ବିରୋଧ ଆରୋପ ପ୍ରତ୍ୟାରୋପ, ଗଣ୍ଡଗୋଳ, ଥାନାରେ ଏକାଧିକ ମାମଲା ହେଲା। ଶେଷରେ ଏମ୍‌ପି ଷଡଙ୍ଗୀ ଧାର୍ଯ୍ୟ ସମୟରେ ଆସିଲେ ଏବଂ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ହେଲା। ତା’ ପରେ ଧର୍ମେନ୍ଦ୍ର ସମର୍ଥକ ଗୋଷ୍ଠୀ ଓ ଅପରାଜିତା ସମର୍ଥକ ଗୋଷ୍ଠୀ ଭାବେ ଅଲଗା କାର୍ଯ୍ୟକ୍ରମ ଚାଲିଲା। ଏପ୍ରିଲରେ ପୌର ନିର୍ବାଚନ ପୂର୍ବରୁ ଦଳ ଆଗଧାଡିର କର୍ମୀ କୈଳାସ ସାହୁ, ଅଜିତ ଦାସ, ଶୈଳେନ୍ଦ୍ରୀ ସେନାପତି ଓ ଅରୁଣ ସ୍ବାଇଁଙ୍କୁ ବହିଷ୍କାର କରାଗଲା। ଏହାର ପ୍ରଭାବ ପୌର ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା। ଅର୍ଥାତ୍‌ ଭାଜପା ୨୦୨୨ ନିର୍ବାଚନରେ ମାତ୍ର ୪୪୦୩ ଭୋଟ ପାଇଥିଲା। କିନ୍ତୁ ୩ ଜଣ କାଉନସିଲର ଜିତିଥିଲେ। ଯେଉଁ ୩ଟି ୱାର୍ଡରେ ଭାଜପା ଜିତିଛି ସେଠାରେ ବିଜେଡିର ଦୁଇଗୋଷ୍ଠୀ ପ୍ରାର୍ଥୀ ହୋଇଥିଲେ। ଯେଉଁ ଦଳ ୨୦୧୫ ପୌର ନିର୍ବାଚନରେ ୮ ହଜାରରୁ ଅଧିକ ଭୋଟ ପାଇଥିଲା ୨୦୨୨ ବେଳକୁ ଅଧା ଭୋଟ ମିଳିଥିଲା।

କେନ୍ଦ୍ରମନ୍ତ୍ରୀ ଠାକୁର ୬ ତାରିଖରେ ଯେତେ କାର୍ଯ୍ୟକ୍ରମ କରିଥିଲେ, ସେଥି ମଧ୍ୟରେ ପ୍ରାୟ ୭୦ ପ୍ରତିଶତ ସମ୍ପଦ ସମର୍ଥକଙ୍କ ସମ୍ପୃକ୍ତି ଥିବା ଦେଖିବାକୁ ମିଳିଥିଲା। ଅବଶିଷ୍ଟ କାର୍ଯ୍ୟକ୍ରମ ଅପରାଜିତା ସମର୍ଥକଙ୍କ ଥିଲା। ଏପରି କି ଦଳରୁ ବହିଷ୍କୃତ କର୍ମୀ ଅଜିତ, ଶୈଳେନ୍ଦ୍ରୀଙ୍କ ସହ ଏକାଧିକ ବାର ମିଶିଥିଲେ। ସେହିପରି ଜଗତ୍‌ସିଂହପୁର ଓ ବିରିଡି କାର୍ଯ୍ୟକ୍ରମରେ ସମ୍ପଦଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ଏପରି ଘଟଣା ସମ୍ପର୍କରେ ସମ୍ପଦ ସ୍ବାଇଁଙ୍କୁ ପଚାରିବାରେ ବହିଷ୍କୃତ କର୍ମୀ ଏକ ଦାବିପତ୍ର ଦେବାକୁ ଯାଇଥିଲେ। କାଉନସିଲର ଅନୁପସ୍ଥିତ ପ୍ରସଙ୍ଗରେ କୁହନ୍ତି, ରୁନି ଘଟଣା ଦିନ ଗଁାକୁ ଯାଇଥିଲେ ବୋଲି ସେ କହିଛନ୍ତି। ଶୈଳେନ୍ଦ୍ରୀ ସେନାପତି କୁହନ୍ତି, ଆମକୁ ବିନା କାରଣରେ ବହିଷ୍କାର କରାଯାଇଛି। ଯେଉଁମାନେ ଦଳର ନୀତି ନିୟମ ଜାଣିନାହାନ୍ତି ସେମାନେ ଅର୍ଥ ବଳରେ ଏପରି ଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ ଦଳର ବରିଷ୍ଠ ନେତାମାନେ ଆମକୁ ଏବେ ବି ଖୋଜୁଛନ୍ତି। ଅଜିତ ଦାସ କୁହନ୍ତି, ୩୦ ବର୍ଷ ହେଲା ଦଳ ସହିତ ରହିଛି। ନୀତି ଆଦର୍ଶ ମାନିଛି। ଏବେ କେତେଜଣ କ୍ଷମତା ହାସଲ ପାଇଁ ଭୁଲ ରାସ୍ତାରେ ଯାଉଛନ୍ତି। ଯାହାର ପରିଣାମ ନିର୍ବାଚନରେ ପ୍ରତିଫଳିତ ହୋଇଛି। ୨୦୧୫ ନିର୍ବାଚନରେ ଜିଣିଥିବା କାଉନସିଲର ମାତ୍ର ବର୍ଷକ ମଧ୍ୟରେ ଦଳ ଛାଡି ବିଜେଡିରେ ମିଶିଥିଲେ। ଏବେ ନିର୍ବାଚନର ମାସକ ମଧ୍ୟରେ ଜିଣିଥିବା ଲୋକ ଦଳଠାରୁ ଦୂରଇ ଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଚୋରି

ବ୍ରହ୍ମପୁର ଅଫିସ,୯ା୧୨: ବୈଦ୍ୟନାଥପୁର ଥାନା ଅଧୀନ ରାମନଗର ନିକଟ ମ୍ୟୁନିସିପାଲିଟି କଲୋନୀର ଜଣଙ୍କ ଘରୁ ଚୋରି ହୋଇଛି। କେହି ଦୁର୍ବୃତ୍ତ ସ୍ବପ୍ନା ପ୍ରଧାନଙ୍କ ଘରେ ପଶି...

ମନ୍ଦିରକୁ ଭକ୍ତ ନେଇପାରିବେ ନାହିଁ ପୂଜା ସାମଗ୍ରୀ

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ଗୁରୁବାରଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିବ । ବୁଧବାର ଜିଲା ପ୍ରଶାସନ...

ଆନ୍ଧ୍ରର ଷଡ଼ଯନ୍ତ୍ରକୁ ପଣ୍ଡ କଲା ଜିଲା ପ୍ରଶାସନ

କୋରାପୁଟ/ପଟ୍ଟାଙ୍ଗୀ,୧୧ା୭(ସ୍ବ.ପ୍ର./ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ...

ରାଜସ୍ବ ମନ୍ତ୍ରୀଙ୍କ ନଗଡ଼ା ଗସ୍ତ

କାଳିଆପାଣି,୧୦ା୧(ଡିଏନଏ): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାର ସକାଳେ ନଗଡ଼ା ଗସ୍ତ କରି ସେଠାକାର ସ୍ଥିତି ପରିଖି ଥିଲେ। ବୁଧବାର କାଳିଆପାଣିରେ ଚାଲିଥିବା ସୌରିକ ମହୋତ୍ସବ...

ଲମ୍ବୁଛି ଜାଲ ଶିକ୍ଷକଙ୍କ ତାଲିକା,ପୁଣି ଧରାପଡ଼ିଲେ ଆଉ ୫ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ,୧୮ା୧୨- ଗଞ୍ଜାମ ଜିଲାରେ ଲମ୍ବିବାରେ ଲାଗିଛି ନକଲି ଶିକ୍ଷକଙ୍କ ତାଲିକା। ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ୍‌ ଦାଖଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଏବେ...

ଆଦିବାସୀଙ୍କୁ ସ୍ବାବଲମ୍ବୀ କରିବ ପଣସ

କେନ୍ଦୁଝର,୩୦।୬: ବଣଜଙ୍ଗଲ ଘେରା କେନ୍ଦୁଝରରେ ମିଳୁଥିବା ଜଙ୍ଗଲଜାତ ଦ୍ରବ୍ୟ ପଣସ, ଆମ୍ବ, ଚାର କୋଳି, ଜାମୁ କୋଳି, ସିଆଡି ଆଦି ସଂଗ୍ରହ କରି ଆଦିବାସୀମାନେ ନିଜର ଗୁଜରାଣ...

ଅନ୍‌ଲାଇନ୍‌ ପାଠପଢ଼ାକୁ ନେଟ୍‌ଓ୍ବର୍କ ଅଫ୍‌ଲାଇନ

ଅନୁଗୋଳ ଅଫିସ, ୧୮।୫:  ସ୍ମାର୍ଟଫୋନ ଥିଲେ ବି ଆସୁନି ନେଟଓ୍ବର୍କ। ଗାଁ ଡେଇଁ ପାଞ୍ଚ କୋଶ ଗଲେ ହୋଇପାରୁଛି ଯୋଗାଯୋଗ। ଦୈନିକ ଏପରି ଅସୁବିଧା ଭିତରେ କିପରି...

ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ହତ୍ୟା ଉଦ୍ୟମ; ମାଷ୍ଟରମାଇଣ୍ଡଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬ା୯-ବ୍ରହ୍ମପୁର ବଡ ବଜାର ଥାନା ସୀତାଢ଼ିମ୍ବିରା ସାହିରେ ଗତ ୨୧ ତାରିଖ ରାତିରେ ବିଏମ୍‌ସିର ପୂର୍ବତନ କର୍ପୋରେଟର କୃଷ୍ଣ ସେଠୀଙ୍କ ପୁଅ ଚିଙ୍କୁ ଓରଫ...

Advertisement
Archives

Model This Week