ମୃତା କାଠଯୋଡିରେ ନିର୍ମାଣ ଚାଲିଛି ସ୍ଥାୟୀ ଘର: ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ

ରଘୁନାଥପୁର,୯ା୬(ଡି.ଏନ.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତଅଁରା ଓ ରେଢୁଆ ମଧ୍ୟ ଭାଗରେ ବହିଯାଇଥିବା ମୃତା କାଠଯୋଡି ଶଯ୍ୟାର ମୁଣ୍ଡାଳଠାରେ ସ୍ଥାୟୀ ପକ୍କା ଘର ଜଣେ ବ୍ୟକ୍ତି ନିର୍ମାଣ କରୁଛନ୍ତି। ତହସିଲଦାରଙ୍କୁ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ନଦୀ ଶଯ୍ୟାରେ ଗୃହ ନିର୍ମାଣ ଦ୍ୱାରା ବର୍ଷାଦିନେ ଜଳ ନିଷ୍କାସନରେ ସମସ୍ୟା ଉପୁଜି ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହେବ। ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଜଗତ୍‌ସିଂହପୁର ଜିଲା କୃଷକ ସଙ୍ଗଠନ ପକ୍ଷରୁ ଏ ସମ୍ପର୍କରେ ମେ ୨୧ ତାରିଖରେ ତହସିଲଦାର ରୁପାଲିକା ଦାଶଙ୍କୁ ଅଭିଯୋଗ କରାଯାଇଥିଲା। ତହସିଲଦାର ଦାଶ ଅଭିଯୋଗ ସମ୍ପର୍କରେ ତଦନ୍ତ କରି ଉକ୍ତ ସ୍ଥିତିବାନ ଜମିର କିସମ ଘରବାରି ନ ଥିବା ଏବଂ ମୃତା ନଦୀ ଶଯ୍ୟାରେ ସ୍ଥାୟୀ ପକ୍କା ଗୃହ ନିର୍ମାଣ ହେଉଥିବା ସତ୍ୟ ବୋଲି ପ୍ରକାଶ କରିଥିଲେ। ସଙ୍ଗଠନର ସଭାପତି ଗୋବିନ୍ଦ ଚନ୍ଦ୍ର ଜେନା ଓ ସମ୍ପାଦକ ବାବାଜୀ ଚରଣ ଜେନା ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରଙ୍କୁ ଅନୁରୋଧ କରିଥିଲେ। ତଦନ୍ତ ହେବା ପରଠାରୁ କିଛିଦିନ ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ସୂଚନାଯୋଗ୍ୟ, ଉକ୍ତ ନଦୀଟି ତରିକୁନ୍ଦ ପଞ୍ଚାୟତ ନୂଆଦାଠାରୁ ବାହାରି ୧୪ କିମି ଅତିକ୍ରମ କରି ନାଲିବାରଠାରେ ହଂସୁଆ ସଫେଇରେ ମିଶିଛି। କାଳକ୍ରମେ ଉକ୍ତ ନଦୀଟିରେ ବର୍ଷା ୪ ମାସକୁ ଛାଡି ବର୍ଷ ସାରା ଜଳ ପ୍ରବାହ ନ ହେବାରୁ ଏହାର ଉଭୟ ପାର୍ଶ୍ୱରେ ଥିବା ଲୋକ ନଦୀ ଶଯ୍ୟାରେ ଚାଷ କାର୍ଯ୍ୟ କଲେ। ଦଖଲ ମୁତାବକ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଚାଷ କରିବାକୁ ପଟ୍ଟା ପ୍ରଦାନ କରାଯାଇଥିଲା। ଡ୍ରେନେଜ ବିଭାଗ ପକ୍ଷରୁ ବର୍ଷାଦିନେ ଜଳ ନିଷ୍କାସନ ପାଇଁ ମୃତା କାଠଯୋଡିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ, ଏହାର ଶଯ୍ୟାରେ ଘର ନିର୍ମାଣ ପାଇଁ କିପରି ଅନୁମତି ପ୍ରଦାନ କରାଗଲା, ଏହା ତଦନ୍ତ ହେବା ଜରୁରୀ ହୋଇପଡିଛି। ଉକ୍ତ ଘର ନିର୍ମାଣ ପଛରେ ପ୍ରଶାସନିକ ଅଧିକାରୀ ଓ ନେତାଙ୍କ ସହଯୋଗ ରହିଥିବା ଚର୍ଚ୍ଚା ହେଉଛି। ଧୀରେ ଧୀରେ ଜନଅସନ୍ତୋଷ ତେଜିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି। ଏହାଛଡା ସ୍ଥାନୀୟ ଜନସାଧାରଣ ଏ ସମ୍ପର୍କରେ ରାଜସ୍ବ ସଚିବଙ୍କୁ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri