Posted inଜାତୀୟ

ଖାଦ୍ୟ ମୂଲ୍ୟ ନିୟନ୍ତ୍ରଣ ପାଇଁ ସଂସଦରେ ନୂଆ ଆଇନ ଦାବି କଲେ ଅଭିନେତା ରବି କିଶନ, ସିଙ୍ଗଡ଼ାର ଦେଲେ ଉଦାହରଣ

ନୂଆଦିଲ୍ଲୀ,୩୧।୭: ଭାଜପା ଏମପି ତଥା ଅଭିନେତା ରବି କିଶନ ବୁଧବାର କେନ୍ଦ୍ର ସରକାରଙ୍କୁ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ ପରିବେଷିତ ଖାଦ୍ୟର ମୂଲ୍ୟ ନିୟନ୍ତ୍ରଣ ପାଇଁ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି।

ଲୋକସଭାର ଶୂନ୍ୟ ସମୟରେ ଉତ୍ତରପ୍ରଦେଶର ଗୋରଖପୁରର ଭାଜପା ଏମପି ରବି କିଶନ କହିଥିଲେ ଯେ, ଖାଦ୍ୟର ମୂଲ୍ୟ, ଗୁଣବତ୍ତା ଓ ପରିମାଣ ସ୍ଥାନ ଅନୁଯାୟୀ ଭିନ୍ନ ହୋଇଥାଏ। ଏଥିରେ ଏକତା ଆଣିବା ଆବଶ୍ୟକ।

ସେ ଉଦାହରଣ ଦେଇ କହିଥିଲେ, “କୌଣସି ଢାବାରେ ସିଙ୍ଗଡ଼ାର ମୂଲ୍ୟ ଏକ ହୋଇଥାଏ, ଅନ୍ୟତ୍ର ଅନ୍ୟ ମୂଲ୍ୟ। ଏପରିକି ସିଙ୍ଗଡ଼ାର ଆକାର ମଧ୍ୟ ଭିନ୍ନ ହୋଇଥାଏ।” ସେ ଆହୁରି କହିଥିଲେ, “କୌଣସି ଦୋକାନରେ ଦାଲ ତଡ଼କା ୧୦୦ ଟଙ୍କାରେ ମିଳୁଥିବା ବେଳେ, ଅନ୍ୟତ୍ର ୧୨୦ ଟଙ୍କା ଓ ହୋଟେଲରେ ୧,୦୦୦ ଟଙ୍କାରେ ମିଳୁଛି।”

ଏହି ମୂଲ୍ୟ ଭିନ୍ନତା ଯୋଗୁଁ ଲୋକେ କେତେ ପରିମାଣର ଖାଦ୍ୟ ଅର୍ଡର କରିବେ ତାହା ନିଷ୍ପତ୍ତି କରିପାରୁନଥିବା ରବି କିଶନ ମତ ଦେଇଛନ୍ତି। ଉଦାହରଣ ସ୍ୱରୂପ, ଚାରିଜଣ ଖାଇବାକୁ ଯାଉଥିଲେ ସେମାନେ କୌଣସି ମୂଲ୍ୟରେ କେତେ ପରିମାଣ ଖାଦ୍ୟ ପାଇବେ ତାହା ଜାଣିପାରୁନାହାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି, କିନ୍ତୁ ଏହି ବିଷୟ ଯଥେଷ୍ଟ ଗୁରୁତ୍ୱ ପାଇନାହିଁ ବୋଲି ସାଂସଦ କହିଛନ୍ତି। ସେ ଦାବି କରିଛନ୍ତି, “ସରକାର ଖାଦ୍ୟର ମୂଲ୍ୟ, ଗୁଣବତ୍ତା ଓ ପରିମାଣ ନିୟନ୍ତ୍ରଣ କରିବା ପାଇଁ ଏକ ଆଇନ ଆଣନ୍ତୁ, ଯାହା ଦ୍ୱାରା ଗ୍ରାହକମାନେ ସୁଲଭ ମୂଲ୍ୟରେ ଖାଦ୍ୟ ପାଇପାରିବେ।”

ସେ ଆହୁରି କହିଛନ୍ତି ଯେ, ବିସ୍କୁଟ କିମ୍ବା ପାଉଁରୁଟି ପ୍ୟାକେଟରେ ଓଜନ ବା ଏହାର ସଂଖ୍ୟା ଉଲ୍ଲେଖ ଥାଏ, ସେହିପରି ଖାଦ୍ୟ ପରିବେଷଣ ସ୍ଥାନରେ ମଧ୍ୟ ପରିମାଣ ଉଲ୍ଲେଖ ବାଧ୍ୟତାମୂଳକ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?