Posted inଜାତୀୟ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଖଣ୍ଡନ ପରେ ଟୁଇଟ୍‌ ଡିଲିଟ କଲେ ମନୋଜ

ନୂଆଦିଲ୍ଲୀ,୯।୮: କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ କରାଯାଇ ନ ଥିବା କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ହେଲେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରୀ ଏକ ଟୁଇଟ୍‌ କରି ଜଣାଇଥିଲେ କି ଅମିତ ଶାହାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ ସୁସ୍ଥ ହୋଇ ଯାଇଛନ୍ତି। ଏହି ଖବର ମିଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଥିଲା। ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା କି ଶାହାଙ୍କର ଦ୍ୱିତୀୟ ଥର ଟେଷ୍ଟ କରାଯାଇ ନାହିଁ। ସ୍ବରାଷ୍ଟ୍ରମନ୍ତ୍ରଣାଳୟର ଏହି ସ୍ପଷ୍ଟିକରଣ ପରେ ଭାଜପା ନେତା ମନୋଜ ତିଓ୍ବାରୀ ଦିନ ପ୍ରାୟ ୧୨ଟାରେ କରିଥିବା ଟୁଇଟ୍‌କୁ ଡିଲିଟ୍‌ କରିଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଅଗଷ୍ଟ ୨ ତାରିଖରେ ଶାହା କରୋନାରେ ସଂକ୍ରମିତ ହୋଇଥିବା ଖବର ନିଜେ ଟୁଇଟ୍‌ କରି ଜଣାଇଥିଲେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

ନେପାଳ ବନ୍ୟାରେ ଫସି ରହିଥିବା ଭାରତୀୟଙ୍କ ପାଇଁ MEA ଜାରି କଲା ହେଲପ ଲାଇନ

ନୂଆଦିଲ୍ଲୀ,୨୭।୮: ବୁଧବାର ନେପାଳର ରାସୁୱା ଜିଲାର ତିବ୍ଦତ ସୀମା ନିକଟରେ ହଠାତ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଅତି କମରେ…

ଧନିଷ୍ଠା ନକ୍ଷତ୍ରର ସଂଯୋଗରେ ଚମକିବ ଭାଗ୍ୟ: ମିଥୁନ, ସିଂହ ସମେତ ଏହି ରାଶି ହେବେ ମାଲାମାଲ!

୨୭ ଅଗଷ୍ଟ ଗୁରୁବାର ଦିନ ଗ୍ରହ-ନକ୍ଷତ୍ରର ସ୍ଥିତି ଅନେକ ରାଶି ପାଇଁ ଶୁଭ ଫଳ ଆଣିବ। ଚନ୍ଦ୍ରମା ଧନିଷ୍ଠା ନକ୍ଷତ୍ର ଦେଇ ମକରରୁ କୁମ୍ଭ ରାଶିକୁ ପ୍ରବେଶ…

କୋଟାରେ ପୁଣି ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୭ା୮: ଦେଶର ଅନ୍ୟତମ ପ୍ରତିଯୋଗିତାମୂଳକ କୋଚିଂ ସହର ରାଜସ୍ଥାନ କୋଟାରେ ଆଉ ଜଣେ ୨୦ବର୍ଷୀୟ ଏନ୍‌ଇଇଟି ଆଶାୟୀ ଆତ୍ମହତ୍ୟା କରିଛନ୍ତି। ଅତ୍ୟଧିକ ପାଠ ଚାପ ଏବଂ ମାନସିକ…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଆଜିଠାରୁ କିଲୋ ପିଛା ୩୫ ଟଙ୍କାରେ ବିକ୍ରି ହେବ ପିଆଜ

ନୂଆଦିଲ୍ଲୀ,୨୭।୮: କେନ୍ଦ୍ର ସରକାର ଗୁରୁବାରଠାରୁ ପ୍ରତି କିଲୋଗ୍ରାମ ୩୫ ଟଙ୍କା ସବସିଡି ଦରରେ ରାଜଧାନୀରେ ପିଆଜର ଖୁଚୁରା ବିକ୍ରୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ବ୍ୟତୀତ…

ରକ୍ଷାବନ୍ଧନ ପୂର୍ବରୁ ପେଟ୍ରୋଲ-ଡିଜେଲ ଦରରେ ବଡ଼ ହଲଚଲ: ବଢିଲା କି କମିଲା କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୭।୮: ଇରାନ ଉପରେ ଆମେରିକାର ନୂଆ କଠୋର ପ୍ରତିବନ୍ଧକ ଲାଗୁ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ବଡ଼ ହ୍ରାସ ଦେଖାଯାଉଛି।…

ପାଟଶାଢ଼ିରେ ଗଙ୍ଗାଧରଙ୍କ ତପସ୍ବିନୀ

ସୋନପୁର,୨୭।୮ (ମୃତ୍ୟୁଞ୍ଜୟ ଶତପଥୀ): ରାଖୀ ପୂର୍ଣ୍ଣିମାରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହାକୁ ସ୍ମରଣୀୟ କରିବାକୁ ବରିଷ୍ଠ ବୁଣାକାର ଏକ ସ୍ବତନ୍ତ୍ର ଶାଢ଼ି ପ୍ରସ୍ତୁତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri