Posted inଜାତୀୟ

ଦ୍ୱିତୀୟଥର ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ ବିରେନ ସିଂ

ଇମ୍ଫାଲ,୨୦।୩: ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ରବିବାର ସ୍ପଷ୍ଟ ହୋଇଛି। ମଣିପୁର ଭାଜପା ବିଧାୟକ ଦଳର ବୈଠକରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି। ଫଳରେ ବିରେନ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଛନ୍ତି। ରବିବାର ଭାଜପାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଏବଂ କିରେନ ରିଜିଜୁଙ୍କ ଉପସ୍ଥିତିରେ ଆୟୋଜିତ ଏକ ବୈଠକରେ ବିରେନ ସିଂଙ୍କ ନାମ ଅନୁମୋଦନ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଶପଥ ଗ୍ରହଣ ସମାରୋହ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ବାହାରି ନାହିଁ।
ବିରେନ ସିଂଙ୍କ ନାମ ଘୋଷଣା ପରେ ସୀତାରମଣ କହିଛନ୍ତି, ସମସ୍ତଙ୍କ ସହମତି ଅନୁଯାୟୀ ଏହା ଏକ ଭଲ ନିଷ୍ପତ୍ତି। ମଣିପୁରର ଏକ ସ୍ଥିର ଏବଂ ଦାୟିତ୍ୱପୂର୍ଣ୍ଣ ସରକାର ଅଛି। ଏହି ସରକାର ରାଜ୍ୟର ବିକାଶକୁ ଆହୁରି ଆଗକୁ ନେବାକୁ ପ୍ରତିଶ୍ରୁତିବଦ୍ଧ। ଏହାପୂର୍ବରୁ ଶନିବାର ଦିଲ୍ଲୀର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ଉତ୍ତର-ପୂର୍ବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ କଂଗ୍ରେସର ପ୍ରଶ୍ନ…

ନୂଆଦିଲ୍ଲୀ,୧୭।୭ : ସୋମବାରଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ...

ଗ୍ରାମୀଣ ବିକାଶରେ ଜ୍ଞାନକୌଶଳର ଉପଯୋଗ ଜରୁରୀ: ମୋଦି

ବେଙ୍ଗାଲୁରୁ, ୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ସମ୍ମିଳନୀରେ ଯୋଗଦେଇ...

ମେୟର ହାତ ଯୋଡ଼ିଲେ,ଲୋକଙ୍କୁ କଲେ ଏଭଳି ଅନୁରୋଧ…

ମୁମ୍ବାଇ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଖାଦେଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ...

ଟୁଇଟରରେ ମୋଦି ଏକ ନମ୍ବର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ପ୍ରତିବନ୍ଧକ ଲାଗିଛି। ଫଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ନୂଆ ରେକର୍ଡ...

ଦ୍ରୁତ ଗାଡି ଚାଳନା ଯୋଗୁ ହୋଇନାହିଁ ପନ୍ତଙ୍କ ଦୁର୍ଘଟଣା: ଧାମି

ଡେରାଡୁନ,୧ ।୧: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ସଡ଼କ ଦୁର୍ଘଟଣା ହେବା ପରଠାରୁ ଏହି ଦୁର୍ଘଟଣାକୁ ନେଇ ଅନେକ କାରଣ ସାମ୍ନାକୁ ଆସିଛି । ହେଲେ...

ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରାସ କଲେ ପଶ୍ଚିମବଙ୍ଗ ସରକାର

କୋଲକତା,୧୧।୧୨: ପଶ୍ଚିମବଙ୍ଗ ସରକାର ନୂଆ ନିୟମ ଆଣି ରାଜ୍ୟପାଳ ଧନଖରଙ୍କୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ରାଜ୍ୟପାଳଙ୍କ ଭୂମିକା ହ୍ରସେ କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ...

ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

୨୪ ଘଣ୍ଟା ପର୍ଯ୍ୟନ୍ତ ମିଳିବ ନାହିଁ ପେଟ୍ରୋଲ-ଡିଜେଲ

ହରିୟାଣା,୧୫ ।୧୧: ହରିୟାଣାରେ ପେଟ୍ରୋଲ ପମ୍ପ ମାଲିକମାନେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଇନ୍ଦନ ଉପରେ ଥିବା ଭାଟକୁ କମ୍...

Advertisement
Archives

Model This Week