‘ମିଛ କହୁଛନ୍ତି ଭାଜପା ନେତ୍ରୀ’

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ଭାଜପା କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବାକୁ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ଭାଜପା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି। ଏଭଳି ପ୍ରବଞ୍ଚନା ଓଡ଼ିଶାବାସୀଙ୍କ ନିକଟରେ କାମ ଦେବ ନାହିଁ ବୋଲି ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର କହିଛନ୍ତି।

ରାଜ୍ୟ ଭାଜପା ପ୍ରଭାରୀଙ୍କ ଖବରଦାତା ସମ୍ମିଳନୀର ଜବାବ ଦେଇ ପାତ୍ର କହିଛନ୍ତି, ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ଏଠାକୁ ଆସିଛନ୍ତି। ବିଶେଷ କରି ବାଲେଶ୍ୱର ପରାଜୟ ରାଜ୍ୟ ଭାଜପା ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିଦେଇଛି। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ପୁରନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥିଲେ ଭଲ ହୋଇଥାଆନ୍ତା। ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧି କରିବା ପାଇଁ ଓଡ଼ିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ରେ ସର୍ବସମ୍ମତି କ୍ରମେ ଯେଉଁ ସଙ୍କଳ୍ପ ପାରିତ ହୋଇଥିଲା ସେ ବିଷୟରେ ମତ ରଖିବାର ଥିଲା। ଭାଜପାର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଶୁକ୍ରବାର ସାଧାରଣ ସଭାରେ ଜଣେ ମହିଳା ସାମାଜିକ କର୍ମୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ସେଥିପାଇଁ ପୋଲିସରେ ଅଭିଯୋଗ ହୋଇଥିବା ବୋଧହୁଏ ପୁରନ୍ଦେଶ୍ୱରୀ ଅବଗତ ନାହାନ୍ତି।

ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁଘଟଣାରେ ଜୟରାମ ପାଙ୍ଗୀଙ୍କ ସମ୍ପୃକ୍ତିର ସିବିଆଇ ତଦନ୍ତ କରିବା ଲାଗି ଭାଜପା ଲଗାତର ଆନ୍ଦୋଳନ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ପାଙ୍ଗୀ ଭାଜପାରେ ଯୋଗ ଦେବା ପରେ ତାଙ୍କୁ ସ୍ବାଗତ କରିବା ସହ ଟିକେଟ ଦେଇ ନିର୍ବାଚନ ଲଢ଼ାଇଥିଲା। ଓଡ଼ିଶା ଭାଜପା ବୋଧହୁଏ ଏ ପ୍ରସଙ୍ଗରେ ରାଜ୍ୟ ପ୍ରଭାରୀଙ୍କୁ ଅବଗତ କରାଇ ନାହାନ୍ତି ବୋଲି ପାତ୍ର କହିଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଘର ତିଆରି କରିଥିବାରୁ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଓଡ଼ିଶାକୁ ୫ମ ପୁରସ୍କାର ଦେଇଥିବା ନେଇ ପୁରନ୍ଦେଶ୍ୱରୀ ଅବଗତ ନ ଥିବା ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ନିଜ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ଯେଭଳି ମିଛ କହୁଛନ୍ତି ତାହାକୁ କେହି ଗ୍ରହଣ କରିବେ ନାହିଁ ବୋଲି ପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳାରୁ ତାଇଓ୍ବାନ, ଦେବାଶିଷଙ୍କ ସଫଳତାର ଯାତ୍ରା, ଏମିତି କାମ କରି…

ଗଞ୍ଜାମ,୧୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଦେବାଶିଷ ତରାଇ।। ପୁଇଁତୋଳା ଭଳି ଏକ ଗାଁରୁ ଅନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା ମଞ୍ଚ ପର୍ଯ୍ୟନ୍ତ ଦେବାଶିଷ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

୩୦ ମିନିଟ ପର୍ଯ୍ୟନ୍ତ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ଯୁଦ୍ଧକୁ ନେଇ ହେଲା ନୂଆ ପ୍ଲାନ? ଜାଣନ୍ତୁ…

ଓ୍ବାଶିଂଟନ,୧୮।୫: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ତୀବ୍ର ସଂଘର୍ଷ ପରେ ବର୍ତ୍ତମାନ ଏକ ଅସ୍ତ୍ରବିରତି କାର୍ଯ୍ୟକାରୀ ହେଉଛି। ତଥାପି, ଏହା ସତ୍ତ୍ୱେ,…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri