Posted inଜାତୀୟ

୪ ଆସନରେ ଭାଜପା ବିଜୟୀ

ନୂଆଦିଲ୍ଲୀ,୭ା୧୧: ନିକଟରେ ଅନୁଷ୍ଠିତ ୬ ରାଜ୍ୟର ୭ ବିଧାନସଭା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ଏଥିରୁ ଗୈରିକ ଦଳ ୪ ଆସନ ଦଖଲ କରିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଗୋଟିଏ ଲେଖାଏ ଆସନ ହାତେଇଛନ୍ତି। ଉପରୋକ୍ତ ୭ ଆସନରେ ପୂର୍ବରୁ ଭାଜପା ଦଖଲରେ ୩ ଓ କଂଗ୍ରେସ ହାତରେ ୨ ଆସନ ଥିବାବେଳେ ଶିବସେନା ଏବଂ ଆର୍‌ଜେଡି ଗୋଟିଏ ଲେଖାଏ ନିର୍ବାଚନମଣ୍ଡଳୀରେ ଜିତିଥିଲେ। ସଦ୍ୟ ପରିଣାମ କୌଣସି ରାଜ୍ୟର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇ ନ ପାରେ। ତେବେ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାରେ ଲାଗିଥିବାବେଳେ ଏହି ଫଳାଫଳ କ୍ଷେତ୍ର ପ୍ରସ୍ତୁତି ସକାଶେ ଏକ ବୁଷ୍ଟର ଶଟ୍‌ ହୋଇପାରେ ବୋଲି କୁହାଯାଉଛି।

ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଘୋଷଣା ଅନୁସାରେ, ବିହାରର ୨ ଏବଂ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ତେଲଙ୍ଗାନାର ଗୋଟିଏ ଲେଖାଏ ନିର୍ବାଚନମଣ୍ଡଳୀରେ ଗତ ୩ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା। ଭୋଟ ଗଣତି ପରେ ଉପନିର୍ବାଚନର ଫଳାଫଳ ରବିବାର ଆସିଛି। ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବିହାରର ଗୋପାଳଗଞ୍ଜ ଆସନରେ ଭାଜପା ବିଜୟୀ ହୋଇଥିବାବେଳେ ମୋକମା ଆସନରେ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱାଧୀନ ଆର୍‌ଜେଡି ବାଜିମାତ୍‌ କରିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଓହରି ଆର୍‌ଜେଡି ସହ ପୁନଃ ମହାମେଣ୍ଟ କରିବା ପରେ ଏହି ଉପନିର୍ବାଚନ ହୋଇଛି। ମୋକମା ବିଧାୟକ ଅନନ୍ତ ସିଂ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାନଭାରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ଏଠି ତାଙ୍କ ସ୍ତ୍ରୀ ନୀଲମ ଦେବୀ ୭୯,୬୪୬ ଭୋଟ ପାଇ ଜିତିଥିବାବେଳେ ଭାଜପା ପ୍ରାର୍ଥୀ ସୋନମ ଦେବୀଙ୍କୁ ୬୨,୯୩୯ ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷେ ପ୍ରାୟ ୨ ଦଶନ୍ଧି ଧରି ଭାଜପାର ଗଡ଼ ଭାବେ ପରିଚିତ ଗୋପାଳଗଞ୍ଜରେ ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ଦଳ ତାଙ୍କ ସ୍ତ୍ରୀ କୁସୁମ ଦେବୀଙ୍କୁ ପ୍ରାର୍ଥୀ କରିଥିଲା। କୁସୁମ ଆର୍‌ଜେଡି ପ୍ରାର୍ଥୀ ମୋହନ ପ୍ରସାଦ ଗୁପ୍ତାଙ୍କୁ ୧,୭୯୪ ଭୋଟ ବ୍ୟବଧାନରେ ହରାଇଛନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ପରିବାରର ପାରମ୍ପରିକ ଆସନ ଆଦମ୍‌ପୁରରେ ତାଙ୍କ ନାତି ବୈଭବ ବିଷ୍ଣୋଇ ବିଜୟୀ ହୋଇଛନ୍ତି। ବୈଭବଙ୍କ ବାପା କୁଲଦୀପ ବିଷ୍ଣୋଇ ପୂର୍ବରୁ କଂଗ୍ରେସରେ ଥିଲେ। ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ସହ ଦଳବଦଳ କରିବା ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ବୈଭବ ୬୭,୩୭୬ ଭୋଟ ପାଇ ହରିୟାଣା ବିଧାନସଭାର ସର୍ବକନିଷ୍ଠ ସଦସ୍ୟ ମାନ୍ୟତା ଲାଭ କରିଥିବାବେଳେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଜୟ ପ୍ରକାଶ ୫୧,୬୬୨ ଭୋଟ ପାଇ ପରାଜିତ ହୋଇଛନ୍ତି।

ସେହିପରି ଗତ ସେପ୍ଟେମ୍ବର ୬ରେ ଉତ୍ତର ପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଆସନର ଭାଜପା ବିଧାୟକ ଅରବିନ୍ଦ ଗିରିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ଅମନ ଗିରି ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରାର୍ଥୀ ବିନୟ ତିଓ୍ବାରୀ(ପୂର୍ବତନ ବିଧାୟକ)ଙ୍କୁ ୩୪,୨୯୮ ଭୋଟ ବ୍ୟବଧାନରେ ହରାଇଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌ ପ୍ରାର୍ଥୀ କୁସୁକୁନ୍ତଳା ପ୍ରଭାକର ରେଡ୍ଡୀ ରାଜ୍ୟର ମୁନୁଗୋଡ୍‌ ଆସନରେ ବିଜୟୀ ହୋଇଛନ୍ତି। ଏଠାରେ ଶାସକ ଦଳର କୁସୁକୁନ୍ତଳା ଭାଜପାର କୋମତିରେଡ୍ଡୀ ରାଜଗୋପାଳ ରେଡ୍ଡୀଙ୍କ ତୁଳନାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଛନ୍ତି। ମହାରାଷ୍ଟ୍ରର ଅନ୍ଧେରି ଇଷ୍ଟ୍‌ ଆସନରେ ଏଥର ଦୁଇଟି କଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଶିବସେନା ନେତା ଏକନାଥ ଶିନ୍ଦେ ଦଳରେ ବିଦ୍ରୋହ ଘଟାଇ ଭାଜପା ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନିର୍ବାଚନ କମିଶନ ଠାକ୍‌ରେ ଗୋଷ୍ଠୀକୁ ଉଦ୍ଧବ ବାଲାସାହେବ ଠାକ୍‌ରେ ଶିବସେନା (ୟୁବିଟିଏସ୍‌ଏସ୍‌) ମାନ୍ୟତା ଦେଇଛନ୍ତି। ୟୁବିଟିଏସ୍‌ଏସ୍‌ ପ୍ରଥମ ଥର ଏହାର ପାରମ୍ପରିକ ଚିହ୍ନ ଧନୁତୀର ପରିବର୍ତ୍ତେ ମଶାଲ ଚିହ୍ନରେ ନିର୍ବାଚନ ଲଢ଼ିଛି। ଶିବସେନା ପ୍ରାର୍ଥୀ ଋତୁଜା ଲତ୍‌କେ ହେଉଛନ୍ତି ପୂର୍ବତନ ବିଧାୟକ ରମେଶ ଲତ୍‌କେଙ୍କ ସ୍ତ୍ରୀ। ରମେଶ ଗତ ମେ’ରେ ଦୁବାଇରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେଙ୍କ ଅନୁରୋଧ ପରେ ଭାଜପା ଏହି ଆସନରେ ପ୍ରାର୍ଥୀ ପ୍ରତ୍ୟାହାର କରିନେଇଥିଲା। ମହାବିକାଶ ଅଘାଡ଼ିର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସ ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ମୋଟ ୮୬,୫୭୦ ଭୋଟରୁ ଋତୁଜାଙ୍କୁ ୬୬,୫୩୦ ମିଳିଥିବାବେଳେ ଦ୍ୱିତୀୟରେ ରହିଛି ନନ୍‌ ଅଫ୍‌ ଦ ଏଭବ (ନୋଟା)। ୧୨,୮୦୬ ମତଦାତା କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପସନ୍ଦ ନ କରି ନୋଟା ବଟନ୍‌ ଚିପିଛନ୍ତି। ଓଡ଼ିଶାର ଧାମନଗରରେ ଭାଜପାର ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଯଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୮୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

କାମ ସାରି ଘରକୁ ଫେରୁଥିଲେ ଯୁବକ, ବାଟରେ ଧକ୍କାଦେଲା ଅଜଣାଗାଡ଼ି, ଘରେ ପହଞ୍ଚିବା ପୂର୍ବରୁ…

ଭଞ୍ଜନଗୀ,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁର ନିକଟରେ ବୁଧବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ ସାଗର ବିଷୋୟୀଙ୍କ…

ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବୁଧବାର ପ୍ରଥମଦିନ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri