Posted inଜାତୀୟ

୪ ଆସନରେ ଭାଜପା ବିଜୟୀ

ନୂଆଦିଲ୍ଲୀ,୭ା୧୧: ନିକଟରେ ଅନୁଷ୍ଠିତ ୬ ରାଜ୍ୟର ୭ ବିଧାନସଭା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ଏଥିରୁ ଗୈରିକ ଦଳ ୪ ଆସନ ଦଖଲ କରିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି), ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଗୋଟିଏ ଲେଖାଏ ଆସନ ହାତେଇଛନ୍ତି। ଉପରୋକ୍ତ ୭ ଆସନରେ ପୂର୍ବରୁ ଭାଜପା ଦଖଲରେ ୩ ଓ କଂଗ୍ରେସ ହାତରେ ୨ ଆସନ ଥିବାବେଳେ ଶିବସେନା ଏବଂ ଆର୍‌ଜେଡି ଗୋଟିଏ ଲେଖାଏ ନିର୍ବାଚନମଣ୍ଡଳୀରେ ଜିତିଥିଲେ। ସଦ୍ୟ ପରିଣାମ କୌଣସି ରାଜ୍ୟର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇ ନ ପାରେ। ତେବେ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାରେ ଲାଗିଥିବାବେଳେ ଏହି ଫଳାଫଳ କ୍ଷେତ୍ର ପ୍ରସ୍ତୁତି ସକାଶେ ଏକ ବୁଷ୍ଟର ଶଟ୍‌ ହୋଇପାରେ ବୋଲି କୁହାଯାଉଛି।

ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଘୋଷଣା ଅନୁସାରେ, ବିହାରର ୨ ଏବଂ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ତେଲଙ୍ଗାନାର ଗୋଟିଏ ଲେଖାଏ ନିର୍ବାଚନମଣ୍ଡଳୀରେ ଗତ ୩ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା। ଭୋଟ ଗଣତି ପରେ ଉପନିର୍ବାଚନର ଫଳାଫଳ ରବିବାର ଆସିଛି। ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବିହାରର ଗୋପାଳଗଞ୍ଜ ଆସନରେ ଭାଜପା ବିଜୟୀ ହୋଇଥିବାବେଳେ ମୋକମା ଆସନରେ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱାଧୀନ ଆର୍‌ଜେଡି ବାଜିମାତ୍‌ କରିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଓହରି ଆର୍‌ଜେଡି ସହ ପୁନଃ ମହାମେଣ୍ଟ କରିବା ପରେ ଏହି ଉପନିର୍ବାଚନ ହୋଇଛି। ମୋକମା ବିଧାୟକ ଅନନ୍ତ ସିଂ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଧାନଭାରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ଏଠି ତାଙ୍କ ସ୍ତ୍ରୀ ନୀଲମ ଦେବୀ ୭୯,୬୪୬ ଭୋଟ ପାଇ ଜିତିଥିବାବେଳେ ଭାଜପା ପ୍ରାର୍ଥୀ ସୋନମ ଦେବୀଙ୍କୁ ୬୨,୯୩୯ ଖଣ୍ଡ ଭୋଟ ମିଳିଛି। ଅନ୍ୟପକ୍ଷେ ପ୍ରାୟ ୨ ଦଶନ୍ଧି ଧରି ଭାଜପାର ଗଡ଼ ଭାବେ ପରିଚିତ ଗୋପାଳଗଞ୍ଜରେ ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ଦଳ ତାଙ୍କ ସ୍ତ୍ରୀ କୁସୁମ ଦେବୀଙ୍କୁ ପ୍ରାର୍ଥୀ କରିଥିଲା। କୁସୁମ ଆର୍‌ଜେଡି ପ୍ରାର୍ଥୀ ମୋହନ ପ୍ରସାଦ ଗୁପ୍ତାଙ୍କୁ ୧,୭୯୪ ଭୋଟ ବ୍ୟବଧାନରେ ହରାଇଛନ୍ତି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ପରିବାରର ପାରମ୍ପରିକ ଆସନ ଆଦମ୍‌ପୁରରେ ତାଙ୍କ ନାତି ବୈଭବ ବିଷ୍ଣୋଇ ବିଜୟୀ ହୋଇଛନ୍ତି। ବୈଭବଙ୍କ ବାପା କୁଲଦୀପ ବିଷ୍ଣୋଇ ପୂର୍ବରୁ କଂଗ୍ରେସରେ ଥିଲେ। ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ସହ ଦଳବଦଳ କରିବା ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ବୈଭବ ୬୭,୩୭୬ ଭୋଟ ପାଇ ହରିୟାଣା ବିଧାନସଭାର ସର୍ବକନିଷ୍ଠ ସଦସ୍ୟ ମାନ୍ୟତା ଲାଭ କରିଥିବାବେଳେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଜୟ ପ୍ରକାଶ ୫୧,୬୬୨ ଭୋଟ ପାଇ ପରାଜିତ ହୋଇଛନ୍ତି।

ସେହିପରି ଗତ ସେପ୍ଟେମ୍ବର ୬ରେ ଉତ୍ତର ପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଆସନର ଭାଜପା ବିଧାୟକ ଅରବିନ୍ଦ ଗିରିଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପୁଅ ଅମନ ଗିରି ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍‌ପି) ପ୍ରାର୍ଥୀ ବିନୟ ତିଓ୍ବାରୀ(ପୂର୍ବତନ ବିଧାୟକ)ଙ୍କୁ ୩୪,୨୯୮ ଭୋଟ ବ୍ୟବଧାନରେ ହରାଇଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଟିଆର୍‌ଏସ୍‌ ପ୍ରାର୍ଥୀ କୁସୁକୁନ୍ତଳା ପ୍ରଭାକର ରେଡ୍ଡୀ ରାଜ୍ୟର ମୁନୁଗୋଡ୍‌ ଆସନରେ ବିଜୟୀ ହୋଇଛନ୍ତି। ଏଠାରେ ଶାସକ ଦଳର କୁସୁକୁନ୍ତଳା ଭାଜପାର କୋମତିରେଡ୍ଡୀ ରାଜଗୋପାଳ ରେଡ୍ଡୀଙ୍କ ତୁଳନାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଛନ୍ତି। ମହାରାଷ୍ଟ୍ରର ଅନ୍ଧେରି ଇଷ୍ଟ୍‌ ଆସନରେ ଏଥର ଦୁଇଟି କଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଶିବସେନା ନେତା ଏକନାଥ ଶିନ୍ଦେ ଦଳରେ ବିଦ୍ରୋହ ଘଟାଇ ଭାଜପା ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନିର୍ବାଚନ କମିଶନ ଠାକ୍‌ରେ ଗୋଷ୍ଠୀକୁ ଉଦ୍ଧବ ବାଲାସାହେବ ଠାକ୍‌ରେ ଶିବସେନା (ୟୁବିଟିଏସ୍‌ଏସ୍‌) ମାନ୍ୟତା ଦେଇଛନ୍ତି। ୟୁବିଟିଏସ୍‌ଏସ୍‌ ପ୍ରଥମ ଥର ଏହାର ପାରମ୍ପରିକ ଚିହ୍ନ ଧନୁତୀର ପରିବର୍ତ୍ତେ ମଶାଲ ଚିହ୍ନରେ ନିର୍ବାଚନ ଲଢ଼ିଛି। ଶିବସେନା ପ୍ରାର୍ଥୀ ଋତୁଜା ଲତ୍‌କେ ହେଉଛନ୍ତି ପୂର୍ବତନ ବିଧାୟକ ରମେଶ ଲତ୍‌କେଙ୍କ ସ୍ତ୍ରୀ। ରମେଶ ଗତ ମେ’ରେ ଦୁବାଇରେ ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକ୍‌ରେଙ୍କ ଅନୁରୋଧ ପରେ ଭାଜପା ଏହି ଆସନରେ ପ୍ରାର୍ଥୀ ପ୍ରତ୍ୟାହାର କରିନେଇଥିଲା। ମହାବିକାଶ ଅଘାଡ଼ିର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ କଂଗ୍ରେସ ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ମୋଟ ୮୬,୫୭୦ ଭୋଟରୁ ଋତୁଜାଙ୍କୁ ୬୬,୫୩୦ ମିଳିଥିବାବେଳେ ଦ୍ୱିତୀୟରେ ରହିଛି ନନ୍‌ ଅଫ୍‌ ଦ ଏଭବ (ନୋଟା)। ୧୨,୮୦୬ ମତଦାତା କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପସନ୍ଦ ନ କରି ନୋଟା ବଟନ୍‌ ଚିପିଛନ୍ତି। ଓଡ଼ିଶାର ଧାମନଗରରେ ଭାଜପାର ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଯଙ୍କୁ ଦଳ ପ୍ରାର୍ଥୀ କରିଥିଲା। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଅବନ୍ତୀ ଦାସଙ୍କୁ ୯,୮୮୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?