Posted inଜାତୀୟ

ଗାଙ୍ଗୁଲିଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଛି ଭାଜପା, ଶାହାଙ୍କୁ ଘେରିଲା ଟିଏମସି…

କୋଲକାତା,୧୨।୧୦ : ଭାରତୀୟ କ୍ରିକେଟ କଣ୍ଟୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ତଥା ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଗାଙ୍ଗୁଲି ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଖବର ଜାରି ରହିଛି। ଏନେଇ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛି। ଟିଏମସି କହିଛି ଯେ ଗାଙ୍ଗୁଲିଙ୍କୁ ଦଳରେ ସାମିଲ କରିବାକୁ ଭାଜପା ଅନେକ ଥର ଚେଷ୍ଟା କରିଛି। ଦଳ କହିଛି ଯେ ପୂର୍ବତନ କ୍ରିକେଟର ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି।

ଟିଏମସି ନେତା ଡ. ଶାନ୍ତନୁ ସେନ କହିଛନ୍ତି, ଅମିତ ଶାହା କିଛି ମାସ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କ ବାସଭବନକୁ ଯାଇଥିଲେ। ଭାଜପାରେ ଯୋଗଦେବା ପାଇଁ ଗାଙ୍ଗୁଲିଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଥିଲା। ବୋଧହୁଏ ସେ ଭାଜପାରେ ଯୋଗଦେବାକୁ ରାଜି ହୋଇ ନ ଥିଲେ। ଏହା ସହିତ ସେ ପଶ୍ଚିମବଙ୍ଗର ହୋଇଥିତ୍ବାରୁ ତେଣୁ ସେ ରାଜନୈତିକ ପ୍ରତିଶୋଧର ଶିକାର ହୋଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କିଛି ସମୟ ପୂର୍ବରୁ ରାତ୍ରୀ ଭୋଜନ ପାଇଁ ପୂର୍ବତନ କ୍ରିକେଟରଙ୍କ ଘରେ ପହଞ୍ଚିଥିଲେ।
ଏହାପୂର୍ବରୁ ମଧ୍ୟ ଦଳ ପୂର୍ବତନ କ୍ରିକେଟକୁ ଅପମାନିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଟିଏମସି ଅଭିଯୋଗ କରିଛି। ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ଆମେ ଏହି ପ୍ରସଙ୍ଗରେ ସିଧାସଳଖ କିଛି କହୁ ନାହୁଁ। ନିର୍ବାଚନ ପରେ ଭାଜପା ଏଭଳି ପ୍ରଚାର ଚଳାଇଥିବାରୁ ଏଭଳି କଳ୍ପନା ଜଳ୍ପନାର ଉତ୍ତର ଦେବା ଭାଜପାର ଦାୟିତ୍ୱ। ଏଥିରୁ ଜଣାପଡୁଛି ଯେ ଭାଜପା ଗାଙ୍ଗୁଲିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି।

ପୂର୍ବତନ ଭାରତୀୟ କ୍ରିକେଟର ରୋଜର ବିନ୍ନି ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ବୋଲି ଖବର ଶୁଣାଯାଉଛି। ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିଲେ ବିନ୍ନି। ସେ ଏହି ପଦ ପାଇଁ ମଙ୍ଗଳବାର ନିଜେ ନାମାଙ୍କନ ଦାଖଲ କରିଛନ୍ତି। ଅକ୍ଟୋବର ୧୮ ରେ ଅନୁଷ୍ଠିତ ହେବାକୁ ଥିବା ବୋର୍ଡର ବାର୍ଷିକ ବୈଠକରେ ସେ ବିନା ନିର୍ବାଚନରେ ନିର୍ବାଚିତ ହେବାର ସମ୍ଭାବନା ରହିଛି।

ବିସିସିଆଇ ଅଧ୍ୟକ୍ଷ ପଦ ଦୌଡ଼ରୁ ଗାଙ୍ଗୁଲିଙ୍କ ନାମ ବାଦ ପଡ଼ିବା ଖବର ଆସିବା ମାତ୍ରେ ଟିଏମସି ଭାଜପା ଉପରେ ଆକ୍ରମଣ ଆରମ୍ଭ କରିଥିଲା। ସେନ ଟୁଇଟ କରି କହିଥିଲେ ଏହା ଭାଜପାର ରାଜନୈ ତିକ ୍ରପତିଶୋଧର ଆଉ ଏକ ଉଦାହରଣ। ଅମିତ ଶାହାଙ୍କ ପୁଅ ସଚିବ ଭାବରେ କାର୍ଯ୍ୟ ଜାରି ରଖିଥିଲେ, କିନ୍ତୁ ଗାଙ୍ଗୁଲି ନୁହଁନ୍ତି। ସେ ମମତା ବାନାର୍ଜୀ ରାଜ୍ୟରୁ ଆସିଛନ୍ତି ଏବଂ ସେ ଭାଜପାରେ ଯୋଗ ଦେଇ ନାହାଁନ୍ତି? ଦାଦା ଆମେ ତୁମ ସହିତ ଅଛୁ ।

ଗାଙ୍ଗୁଲି କ୍ରିକେଟ କିମ୍ବଦନ୍ତୀ ଏବଂ ବିସିସିଆଇର ନିଷ୍ପତ୍ତିର ରାଜନୀତି ସହ କୌଣସି ସମ୍ପର୍କ ନାହିଁ ବୋଲି ଭାଜପା ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛି। ଭାଜପାର ବରିଷ୍ଠ ନେତା ରାହୁଲ ସିହ୍ନା କହିଛନ୍ତି ଯେ ଏହା କ୍ରିକେଟ ଜଗତ ସହ ଜଡିତ ଏବଂ କେବଳ କ୍ରିକେଟ ସହ ଜଡିତ ଲୋକମାନେ ଏହା ଉପରେ ମନ୍ତବ୍ୟ ଦେଇ ପାରିବେ। ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ। ଟିଏମସି ଭାଜପା ଉପରେ ଆକ୍ରମଣ କରିବାକୁ କୌଣସି ପ୍ରସଙ୍ଗ ଖୋଜି ପାଇଲା ନାହିଁ ତେଣୁ ଏହାର ରାଜନୀତିକରଣ କରୁଛି।

ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ କହିଛନ୍ତି, ଭାଜପା କେବେ ଗାଙ୍ଗୁଲିଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କଲା ଆମେ ତାହା ଜାଣିନାହୁଁ। ବିସିସିଆଇର ପରିବର୍ତ୍ତନକୁ ନେଇ କିଛି ଲୋକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ରାଜନୀତିଠାରୁ ଦୂରରେ ରହିଥିବା ପୂର୍ବତନ କ୍ରିକେଟର ଗାଙ୍ଗୁଲିଙ୍କୁ ସେପ୍ଟେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଗୋଟିଏ ମଞ୍ଚରେ ଥିବାର ନଜର ଆସିଥିଲେ। ସେହି ସମୟରେ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଶେଷ କଥା ହେଉଛି ଶାହଙ୍କ ପୁଅ ଜୟ ପୁଣି ବୋର୍ଡ ସଚିବ ଭାବରେ ଫେରିବା କାରଣରୁ ରାଜନୈତିକ ଆରୋପ ପ୍ରତ୍ୟାରୋପ ତୀବ୍ର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri