‘ଗଣପର୍ବରେ ପରିଣତ ହୋଇଛି ବାଙ୍କୀ ମହୋତ୍ସବ’

ବାଙ୍କୀ, ୧୨।୧୦ (ସ୍ବ.ପ୍ର): ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି। ଏହି ଅଞ୍ଚଳର ମହାପୁରୁଷମାନଙ୍କ ସ୍ମୃତିରେ ପୂଜ୍ୟପୂଜାର ଆୟୋଜନ ନିଶ୍ଚିତ ପ୍ରଶଂସନୀୟ। ଏହି ମହୋତ୍ସବ ଆମର ସଂସ୍କୃତି ଓ ଐତିହ୍ୟ ଧାରାକୁ ଅଧିକ ଗତିଶୀଳ କରିବା ସହ ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଚେତନାର ବିକାଶରେ ସହାୟକ ହେବ। ଏ ମାଟିର ପ୍ରଥିତଯଶା ନୀଳମଣି ବିଦ୍ୟାରତ୍ନ, ରାଣୀ ଶୁକଦେଈ, ପଣ୍ଡିତ ଗୋବିନ୍ଦ ରଥ, ରାୟବାହାଦୁର ବିଦ୍ୟାଧର ପଣ୍ଡା, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ପ୍ରମୁଖ ବାଙ୍କୀର ଗୌରବ ବୃଦ୍ଧି କରିଛନ୍ତି ବୋଲି ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
ବାଙ୍କୀ ମହୋତ୍ସବର ତୃତୀୟ ସା ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ପୂର୍ବତନ ଏମ୍‌ପି ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଏ ମାଟିର ଯୋଗ୍ୟ ସନ୍ତାନମାନଙ୍କର ଜୀବନ ଦର୍ଶନ ଯୁବପିଢିମାନଙ୍କ ସମ୍ମୁଖରେ ତୋଳି ଧରିବା ସହିତ ସ୍ଥାନୀୟ ଅଞ୍ଚଳ ବିକାଶ ଦିଗରେ ବାଙ୍କୀ ମହୋତ୍ସବ ଆୟୋଜନ ମୁଖ୍ୟ ଭୂମିକା ଗ୍ରହଣ କରିବ। ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଡମପଡ଼ା ବିଡିଓ ଶ୍ୟାମଳ କୁମାର ରାୟ, ଜିଲାପରିଷଦ ସଭ୍ୟ ଆଶିଷ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସାଂସ୍କୃତିକ ଐତିହ୍ୟର ପ୍ରସାର ଓ ପ୍ରଚାର ଲକ୍ଷ୍ୟ ନେଇ ବାଙ୍କୀ ମହୋତ୍ସବ ଆରମ୍ଭ ହୋଇଛି। ଉଚ୍ଚକୋଟିର ସାଂସ୍କୃତିକ ବାତାବରଣ ମଧ୍ୟରେ ନୃତ୍ୟ, ସଂଗୀତ ମୁଖରିତ ଉତ୍ସବଟି କଳାରେ ରୁଚି ରଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ ରୂପେ ଆକର୍ଷିତ କରିବ। ଏହା କେବଳ ଏକ ଉତ୍ସବ ନୁହେଁ, ସାଂସ୍କୃତିକ ଭାବ ବିନିମୟର ଗୋଟେ ପ୍ରକୃଷ୍ଠ ମଞ୍ଚ। ମହୋତ୍ସବ ଉପସଭାପତି ଅନନ୍ତ ଦାସ ସାରଗର୍ଭକ ଉଦ୍‌ବୋଧନ ଦେଇଥିଲେ। ଜୟକୃଷ୍ଣ ରଥଙ୍କ ଲିଖିତ ଆଧ୍ୟାତ୍ମିକ ରାମାୟଣ ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ‘ଧରିତ୍ରୀ’ର ଉପ ବାର୍ତ୍ତା ସମ୍ପାଦକ ଲାଲା ସୁନୀଲ କୁମାର ରଥଙ୍କୁ ‘ବାଙ୍କୀ ମହୋତ୍ସବ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ପର୍ଶୁରାମପୁର, କେନ୍ଦୁପଲ୍ଲୀ, ସାତଖଣ୍ଡ, ପାଣିକୋରଡ, ନୂଆଗାଁର ଭାଗବତ ଦଳକୁ ସମ୍ବର୍ଦ୍ଧିତ କରଯାଇଥିଲା। ମହୋତ୍ସବ ସମ୍ପାଦକ ଡଃ. ଗଣେଶ୍ୱର ସ୍ବାଇଁ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମହୋତ୍ସବ ଉପସଭାପତି ସନାତନ ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri