Posted inଜାତୀୟ

୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏକୁ ପୁନର୍ଜୀବିତ କରୁଛି ଭାଜପା, ବିଜୟ ନୁହେଁ ସହଜ: ଓମାର…

ଶ୍ରୀନଗର,୧୨।୭ : ନ୍ୟାଶନାଲ କନଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା କହିଛନ୍ତି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି। କାରଣ ନିର୍ବାଚନରେ ଜିତିବା ଯେତିକି ସହଜ ହେବ ବୋଲି ଦଳ ମନେ କରୁଥିଲା ଏବେ ଲାଗୁଛି ତାହା ସେତିକି ସହଜ ହେବ ନାହିଁ।

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଗତ ୮ ବର୍ଷ ମଧ୍ୟରେ ଭାଜପା ସହଯୋଗୀମାନଙ୍କୁ ବନ୍ଧୁତାର ସମ୍ମାନ ଦେଇ ନ ଥିଲା। କିନ୍ତୁ ବର୍ତ୍ତମାନ ବାଧ୍ୟତାମୂଳକ ଭାବେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରୁଛି।

ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗରେ ଅବଦୁଲ୍ଲା କହିଛନ୍ତି ଏଜେଣ୍ଡା ଉଠାଇବା ଭାଜପାର ଅଧିକାର। ଏନସି ଭାଜପାର ଏଜେଣ୍ଡାକୁ ସମର୍ଥନ କରୁନାହିଁ। ଏପରି ଆଇନ କାର୍ଯ୍ୟକାରୀ ହେବାଦ୍ୱାରା କୌଣସି ସମ୍ପ୍ରଦାୟ ପାଇଁ କିଛି ରିହାତି ମିଳିବ ନାହିଁ। ସଭିଏଁ ଅସୁବିଧାରେ ପଡ଼ିବେ। ଆଦିବାସୀମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେବ।

ଶିବସେନା କିମ୍ବା ଅକାଳୀ ଦଳ କିମ୍ବା ଅନ୍ୟାନ୍ୟ ପାର୍ଟି ଭଳି ଏନଡିଏର ପୁରାତନ ବନ୍ଧୁମାନେ ଗୋଟିଏ ପରେ ଗୋଟିଏ ମେଣ୍ଟ ଛାଡିଛନ୍ତି।

ଆନ୍ଧ୍ରପ୍ରଦେଶରେ ଭାଜପା ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ସହ କଥାବାର୍ତ୍ତା କରୁଛି ଏବଂ ପଞ୍ଜାବରେ ଅକାଳୀ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ସେମାନେ ମହାରାଷ୍ଟ୍ରରେ ଶିବସେନାଙ୍କ ସହ କଥାବାର୍ତ୍ତା କରୁଛନ୍ତି।

ୟୁସିସି ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନାହିଁ, ତେଣୁ ବିରୋଧ କରିବାକୁ କିମ୍ବା ସମର୍ଥନ କରିବାକୁ କିଛି ନାହିଁ।

ୟୁସିସି ବିଷୟରେ କଥାବାର୍ତ୍ତା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଧହୁଏ ତାଙ୍କର ଏକ ଭାଷଣରେ ୟୁସିସି ବିଷୟରେ କହିଛନ୍ତି। କିନ୍ତୁ, ଏହାର ଏ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନାହିଁ । ନିର୍ବାଚନ ପୂର୍ବରୁ ଭାଜପା ଏଭଳି ଜାଣିଶୁଣି କରୁଥିବା ଓମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଟୋପି, ଚଷମା ଏବଂ ମାସ୍କ… ମୁହଁ ଲୁଚାଇ ଆତ୍ମସମର୍ପଣ କରିବାକୁ କୋର୍ଟରେ ପହଞ୍ଚିଲେ ଟ୍ବିଶାଙ୍କ ସ୍ବାମୀ ସମର୍ଥ

ଜବଲପୁର,୨୨।୫: ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ସ୍ୱାମୀ ସମର୍ଥ ସିଂହ ଶୁକ୍ରବାର ଦିନ ମୁହଁ ଲୁଚାଇ ଜବଲପୁର ଜିଲା କୋର୍ଟରେ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri