Posted inଜାତୀୟ

ସହଯୋଗୀଙ୍କ ବିନାଶ କରୁଛି ଭାଜପା: ପାଓ୍ବାର

ମୁମ୍ବାଇ,,୬ା୭: ଭାରତୀୟ ଜନତା ପାର୍ଟି (ଭାଜପା)ର ପ୍ରତ୍ୟେକ ସହଯୋଗୀ ଦଳର ବିନାଶ ଘଟିଛି। ଗୈରିକ ଦଳକୁ ସମର୍ଥନ କରୁଥିବା ଦଳ ଶେଷରେ ଧ୍ୱଂସ ହୋଇଯାଏ। ତୁମେ ବି ସମଦଶା ଭୋଗିବ ବୋଲି ପୁତୁରା ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ବୁଧବାର ଚେତାବନୀ ଦେଇଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର। ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରି ସିନିୟର ପାଓ୍ବାର କହିଛନ୍ତି, ଯେଉଁମାନେ ଭାଜପା ସହ ହାତ ମିଳାଇ କ୍ଷମତା ଭାଗବଣ୍ଟା କରିଥାନ୍ତି, ସେମାନଙ୍କୁ ଗୈରିକ ଦଳ ଧ୍ୱଂସ କରିଦିଏ। ରାଜନୈତିକ ସହଯୋଗୀଙ୍କୁ ଧୀରେ ଧୀରେ ଦୁର୍ବଳ କରିବା ହେଉଛି ଭାଜପାର ନୀତି। ଏହାର ଅନେକ ଉଦାହରଣ ରହିଛି। ଅକାଳୀ ଦଳ ଭାଜପା ସହ ଅନେକ ବର୍ଷ ଧରି ରହିଥିଲା। ଏବେ ଏହି ଦଳର ଚିହ୍ନବର୍ଣ୍ଣ ହଜିଗଲାଣି। ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ବିହାରରେ ମଧ୍ୟ ସମାନ ସ୍ଥିତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକଥା ଆଗୁଆ ବୁଝିପାରି ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସହ ମେଣ୍ଟ କଲେ। ଯଦି ଅଜିତଙ୍କ କୌଣସି ସମସ୍ୟା ଥିଲା, ସେ ମୋ ସହିତ ଆଲୋଚନା କରିପାରିଥାନ୍ତେ। କିନ୍ତୁ ବିଦ୍ରୋହ ଗ୍ରହଣୀୟ ନୁହେଁ ବୋଲି ଓ୍ବାଇ.ବି. ଚଭନ ସେଣ୍ଟରରେ ଆୟୋଜିତ ବୈଠକରେ ଶରଦ ପାଓ୍ବାର କହିଛନ୍ତି। ଏହି ଅବସରରେ ଦଳର ୫୩ ବିଧୟକଙ୍କ ମଧ୍ୟରୁ ୧୭ ଜଣଙ୍କୁ ପରେଡ୍‌ କରାଯାଇଥିଲା।
ମନ୍ତବ୍ୟକୁ ନେଇ ଶରଦ ପାଓ୍ବାର ଗୋଷ୍ଠୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ଏନ୍‌ସିପି ସୁପ୍ରିମୋ ୮୩ ବର୍ଷ ବୟସରେ ମଧ୍ୟ ସିଂହ ଭଳି କାମ କରୁଛନ୍ତି। ପାଓ୍ବାରଙ୍କ ଝିଅ ତଥା ଏନ୍‌ସିପି କାର୍ଯ୍ୟକାରୀ ଅଧ୍ୟକ୍ଷା ସୁପ୍ରିୟା ସୁଲେ କହିଛନ୍ତି, ଆମକୁ ଅସମ୍ମାନ କଲେ ଚଳିବ, କିନ୍ତୁ ବାପାଙ୍କୁ ନୁହେଁ। ଅସଲ ଏନ୍‌ସିପି ଶରଦ ପାଓ୍ବାରଙ୍କ ସହ ରହିଛି। ନିର୍ବାଚନୀ ପ୍ରତୀକ ମଧ୍ୟ ଆମର। ଭାଜପାବାଲା ଆମକୁ ନାଚୁରାଲ କରପ୍ଟ ପାର୍ଟି ବୋଲି କୁହନ୍ତି। କିନ୍ତୁ ଦରକାର ବେଳେ ସେମାନେ ଏନ୍‌ସିପିଠାରୁ ସହଯୋଗ ନିଅନ୍ତି। ଭାଜପା ହେଉଛି ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ଦଳ। ଆମର ଲଢ଼େଇ ଭାଜପା ସରକାର ବିରୋଧରେ। ପାଓ୍ବାରଙ୍କ ସମର୍ଥକମାନେ ଅଜିତଙ୍କ ମନ୍ତବ୍ୟର ଜବାବ ପୋଷ୍ଟରରେ ଦେଇଛନ୍ତି। ମୁମ୍ବାଇର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି, ୮୩ ବର୍ଷୀୟ ଯୋଦ୍ଧା ଏକାକୀ ଲଢ଼ୁଛନ୍ତି। ତେବେ ଅଜିତ ଗୋଷ୍ଠୀ ମଧ୍ୟ ନିଜ ପୋଷ୍ଟରରେ ଏନ୍‌ସିପି ପ୍ରତିଷ୍ଠାତାଙ୍କ ଫଟୋକୁ ବ୍ୟବହାର କରିଛନ୍ତି, ଯାହାକୁ ଶରଦ ପାଓ୍ବାର ନାପସନ୍ଦ କରିଛନ୍ତି।

ପାଓ୍ବାର ସାହେବଙ୍କ ବୟସ ହୋଇଗଲାଣି, ମୁଁ ମୁଖ୍ୟମନ୍ତ୍ରୀ ହେବି: ଅଜିତ

୧୯୯୯ରେ ଶରଦ ପାଓ୍ବାର ଗଢ଼ିଥିବା ଏନ୍‌ସିପି ଏବେ ଭାଙ୍ଗିଯାଇଛି। ଏପରି କି ଦଳକୁ ତାଙ୍କ ହାତରୁ ଛଡ଼ାଇ ନିଆଯାଇଛି। ଏସବୁ କରିଛନ୍ତି ତାଙ୍କ ପୁତୁରା ଅଜିତ ପାଓ୍ବାର। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ବିଦ୍ରୋହୀ ସାଜି ସିନିୟର ପାଓ୍ବାରଙ୍କୁ ଏନ୍‌ସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ବିଦା କରି ନିଜକୁ ସୁପ୍ରିମୋ ଘୋଷଣା କରିଛନ୍ତି। ବାନ୍ଦ୍ରାସ୍ଥିତ ଏମ୍‌ଇଟି ଇନ୍‌ଷ୍ଟିଚ୍ୟୁଟ୍‌ ପରିସରରେ ବୁଧବାର ଅଜିତ୍‌ ଗୋଷ୍ଠୀ ପକ୍ଷରୁ ବିଧାୟକ, ପୂର୍ବତନ ବିଧାୟକ, ଏମ୍‌ପି, କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କୁ ନେଇ ଏକ ବୈଠକ କରାଯାଇଛି। ଏହି ଅବସରରେ ୬୩ ବର୍ଷୀୟ ଅଜିତ କହିଛନ୍ତି, ପାଓ୍ବାର ସାହେବ ସମସ୍ତଙ୍କ ଅଗରେ ମୋତେ ଖଳନାୟକ ସଜାଇଦେଇଛନ୍ତି। ତଥାପି ତାଙ୍କ ପ୍ରତି ମୋ ସମ୍ମାନ ରହିଛି। ଆଇଏଏସ୍‌ ଅଫିସରମାନେ ୬୦ ବର୍ଷରେ ଅବସର ନିଅନ୍ତି, ଭାପା ନେତାଙ୍କ ଅବସର ବୟସ ୭୫। ଏଲ୍‌.କେ. ଆଡ୍‌ଭାନୀ ଓ ମୁରଲୀ ମନୋହର ଜୋଷୀ ଏହାର ଦୃଷ୍ଟାନ୍ତ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି। ଦିନେ ନା ଦିନେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବି। ପାଓ୍ବାର ସାହେବଙ୍କ ବୟସ ୮୩ ବର୍ଷ ହୋଇଗଲାଣି। ତେଣୁ ସେ ନୂଆ ପିଢ଼ିଙ୍କୁ ସୁଯୋଗ ଦେବା ଉଚିତ। ସେ ମୋତେ ଆଶୀର୍ବାଦ ଦିଅନ୍ତୁ। ନିଜ ପ୍ରତି ୪୦ରୁ ଊର୍ଦ୍ଧ୍ୱ ବିଧାୟକ ଏବଂ ଏମ୍‌ଏଲ୍‌ସିଙ୍କ ସମର୍ଥନ ଥିବା ଅଜିତ ଦାବି କରୁଥିବାବେଳେ ବୈଠକରେ ୨୯ ଏନ୍‌ସିପି ଏମ୍‌ଏଲ୍‌ଏ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?