Posted inଜାତୀୟ

ଭାଜପା କୃଷକଙ୍କ ପ୍ରତି ବିଶ୍ୱାସଘାତକତା କରିଛି, ଦଳ ସହିତ ମୋର ଖୋଲା ଲଢ଼େଇ, କହିଲେ ମେଘାଳୟ ରାଜ୍ୟପାଳ…

ଶିଲଂ, ୨୯।୯ : ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି। କିନ୍ତୁ ଅବସର ନେବା ପରେ ସେ ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ କି ନାହିଁ ସେନେଇ ଚର୍ଚ୍ଚା ଜୋର ଧରିଛି। ସତ୍ୟ ପାଲ ମଲିକ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ନାନା କଳ୍ପାଜଳ୍ପନା ପ୍ରକାଶ ପାଇଛି।

ଏକ ସାକ୍ଷାତ କାରରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗଦେବେ ନାହିଁ। ମଲିକ କହିଛନ୍ତି, ମୁଁ ରାଷ୍ଟ୍ରୀୟ ଲୋକ ଦଳରେ ଯୋଗ ଦେବାକୁ ଯାଉ ନାହିଁ। ମୁଁ ନିର୍ବାଚନ ରାଜନୀତି ମଧ୍ୟ କରିବି ନାହିଁ କିନ୍ତୁ ମୁଁ ଶାମଲିରେ କୃଷକ ସମାବେଶରେ ଯୋଗ ଦେବାକୁ ଯିବି। ସେଠାରେ ଜୟନ୍ତ ଚୌଧୁରୀ ମଧ୍ୟ ଏହି ରାଲିରେ ଯୋଗ ଦେଉଛନ୍ତି। ଏହା ଏକ ରାଜନୈତିକ ସମାବେଶ ନୁହେଁ। ତେଣୁ ଏନେଇ ଚର୍ଚ୍ଚା କରିବା ଠିକ ନୁହେଁ।

ରାଜ୍ୟପାଳ କହିଛନ୍ତି, ମୁଁ କୃଷକଙ୍କ ପାଇଁ ସ୍ବର ଉତ୍ତୋଳନ କରିବାକୁ ଯାଉଛି। ଭାଜପା କୃଷକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି। ମୋର ଭାଜପା ସହ ଖୋଲା ଲଢ଼େଇ ଜାରି ରହିଛି। ମୁଁ ୨୦୨୪ ମସିହା ଲୋକସଭା ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବି ନାହିଁ।

ମଲିକ କହିଛନ୍ତି ଯେ ଯଦି ସମର୍ଥନ କରିବାକୁ ପଡ଼େ ତେବେ ସେ କେଉଁ ଦଳକୁ ସମର୍ଥନ କରିବେ, ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ସେ କହିଛନ୍ତି ମୁଁ ଅବସର ପରେ କଶ୍ମୀର ଉପରେ ଏକ ପୁସ୍ତକ ଲେଖିବି। ରାଜ୍ୟପାଳ ପଦବୀରେ ଥିବା ସମୟରେ ଅନେକ କଥା ମୁଁ କହି ପାରିବି ନାହିଁ ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ସତ୍ୟପାଲ ମଲିକ କେନ୍ଦ୍ର ସରକାର ଏବଂ ଭାଜପା ବିରୋଧରେ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଯଦି ସେ କେନ୍ଦ୍ର ସରକାରଙ୍କ ବିରୋଧରେ କହିବା ବନ୍ଦ କରନ୍ତି ତେବେ ତାଙ୍କୁ ଉପରାଷ୍ଟ୍ରପତି କରାଯିବ ବୋଲି ସୂଚନା ଦିଆଯାଇଛି। ଏହାପୂର୍ବରୁ ସେ ଅଗ୍ନିପଥ ଯୋଜନାକୁ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଯଦି ତିନି ବର୍ଷ ମଧ୍ୟରେ ଯୁବକ ଅବସର ନେବେ, ତେବେ ସେମାନେ ବିବାହ ମଧ୍ୟ କରିବେ ନାହିଁ। ଏହାପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅହଂକାରୀ ବୋଲି ମଧ୍ୟ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋର ମୋବାଇଲ ଲଞ୍ଚ୍‌ପ୍ୟାଡ୍‌ ଯୋଜନା

ବେଙ୍ଗାଲୁରୁ,୧୬ା୧୨: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅନେକ ବଡ଼ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରିଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ଆଗାମୀ ଦଶନ୍ଧିରେ...

ମାଗଣାରେ କୃଷକଙ୍କ ଚୁଟି, ଦାଢ଼ି କାଟୁଛନ୍ତି ସେଲୁନ ମାଲିକ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ୩ ସପ୍ତାହରୁ ଅଧିକ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଛନ୍ତି କୃଷକମାନେ। ଏହି ଆନ୍ଦୋଳନକୁ ବିଭିନ୍ନ...

କୋଭିଶିଲ୍ଡ ଦେବାର ୫ ମିନିଟ୍‌ ପରେ କୋଭାକ୍ସିନ

ପାଟନା,୧୯।୬: ସୁନିଲା ଦେବୀ ନାମକ ଜଣେ ବୃଦ୍ଧାଙ୍କୁ ମାତ୍ର ୫ ମିନିଟ୍‌ର ବ୍ୟବଧାନରେ ଉଭୟ କୋଭାକ୍ସିନ ଓ କୋଭିଶିଲ୍ଡ ଟିକା ଦିଆଯାଇଛି। ୬୩ ବର୍ଷୀୟା ବୃଦ୍ଧା...

ପଶ୍ଚିମବଙ୍ଗରେ ଭାଜପାର ମିଶନ-୨୫୦

କୋଲକତା,୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ହୋଇଛି। ଦଳ ପଶ୍ଚିମବଙ୍ଗର ୪୨ ଲୋକ ସଭା ଆସନ ମଧ୍ୟରୁ ୧୮ରେ ବିଜୟୀ ହୋଇଥିବାବେଳେ ତୃଣମୂଳ...

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ...

ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା: ଶ୍ମଶାନରୁ ଜଣାପଡୁଛି ସ୍ଥିତି…

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

ତେଲେଙ୍ଗାନା ଗଠନ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨।୬: ତେଲେଙ୍ଗାନା ଗଠନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାଜ୍ୟବାସୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।...

ଟିକା ପାଇଁ କମ୍ପାନୀ ରିହାତି

ବେଙ୍ଗାଲୁରୁ, ୨୪।୬: କୋଭିଡ୍‌ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...

Advertisement
Archives

Model This Week