Posted inଖେଳ

୪ ଓଭରରେ ମାତ୍ର ୮ ରନ୍‌: ଉଇକେଟ ନ ନେଇ ବି ଚର୍ଚ୍ଚାରେ ଏହି ଭାରତୀୟ ବୋଲର୍‌

ଥିରୁଭାନନ୍ତପୁରମ୍‌,୨୯।୮: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ୮ ଉଇକେଟରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ଅତିଥି ଟିମ୍‌ ୧୦୬ରେ ସମସ୍ତ ଉଇକେଟ ହରାଇଥିଲା। ପରେ ଭାରତ ୨ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ତେବେ ମ୍ୟାଚ୍‌ରେ ଗୋଟିଏ ବି ଉଇକେଟ ନେଇ ନ ଥିଲେ ହେଁ ଭାରତୀୟ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଶ୍ୱିନ୍‌ ପ୍ରଥମ ଟି୨୦ରେ ୪ ଓଭର ବୋଲିଂ କରିଥିଲେ। ଏଥିରେ ସେ ମାତ୍ର ୮ ରନ୍‌ ଦେଇଥିଲେ। ଏହି ସମୟରେ ସେ ଗୋଟିଏ ବି ଉଇକେଟ ନେଇ ନ ଥିଲେ ହେଁ ୨୪ ବଲ୍‌ରୁ ୧୬ଟି ଡଟ୍‌ ବଲ୍‌ ଥିଲା। ତାଙ୍କର ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ଟିମ୍‌ ଉପରେ ଚାପ ପଡ଼ିଥିଲା। ତେବେ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆର ଟି୨୦ ଦଳରେ ସ୍ଥାନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

ବଲାଙ୍ଗୀର,୩୦।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ଉନ୍ଦେର ନଦୀରେ ବନ୍ୟା ଆସିବାରୁ ଫସିଗଲେ ୧୩ ଚାଷୀ । ବଙ୍ଗୋମୁଣ୍ଡା ଗନ୍ଧର୍ଲା ଗାଁର ୫ ଜଣ…

ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ: ମିଳିଲା ବଡ଼ ସଙ୍କେତ! ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ୱର, ୩୦।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ…

କେସିଙ୍ଗା ସହର ଜଳମଗ୍ନ: ଗାଁ ଗାଁ ବୁଲିଲେ ଜିଲାପାଳ-ଅଧିକାରୀ

କେସିଙ୍ଗା,୩୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସବୁଠାରୁ ଜଳମଗ୍ନ ଅଞ୍ଚଳ ହେଉଛି ବେଲଖଣ୍ଡି, ହାତୀଖୋଜ, ସିର୍ଜା ପାଳି ଅଞ୍ଚଳରେ ଲଗାଣ ବର୍ଷାରେ ରାସ୍ତା ଘାଟ ଜଳମଗ୍ନ…

୨.୪୦ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଏହି ଅଭିନେତ୍ରୀ: ସେନ୍ଦେହ ହେବାରୁ…

ଫିଲ୍ମ ଅଭିନେତ୍ରୀ କୀର୍ତ୍ତି କୁଲହାରି ସାଇବର ଠକେଇର ଶିକାର ହୋଇଛନ୍ତି। ଠକମାନେ ଏକ ଅନଲାଇନ ଠକେଇ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୪୦ ଲକ୍ଷ ଟଙ୍କା…

ରିଙ୍ଗ୍‌ ରୋଡ଼ ଘାଇରେ ଭାସିଯାଇଥିଲେ କାର୍‌ ଚାଳକ ସଦାଶିବ: ୩୦ ଘଣ୍ଟା ପରେ ମୃତଦେହ ଉଦ୍ଧାର, ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ,୩୦।୭(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍‌ ରୋଡ଼ରେ ସୃଷ୍ଟି ହୋଇଥିବା ବଡ଼ ଘାଇରେ ବନ୍ୟାର ପ୍ରବଳ ସ୍ରୋତରେ ଭାସିଯାଇଥିବା ଏର୍ଟିଗା କାର୍‌ର ନିଖୋଜ ଚାଳକ ସଦାଶିବ ମହାନ୍ତିଙ୍କ…

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

ମୋଦିଙ୍କ ଇନ୍‌ଷ୍ଟା ଭିଡିଓକୁ ନେଇ ଅଭିଜିତଙ୍କ କଟାକ୍ଷ, କହିଲେ-ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଇନଫ୍ଲୁଏନ୍ସର ହୋଇଯିବା ଉଚିତ୍‌…

ନୂଆଦିଲ୍ଲୀ,୩୦।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ୍‌ ଏବଂ ଜଣେ ଇନଫ୍ଲୁଏନ୍ସର (Influencer)…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri