Posted inଜାତୀୟ

ପକ୍ଷ ଛେଦନ ନା ‘ଇଣ୍ଡିଆ’କୁ ଡର

ନୂଆଦିଲ୍ଲୀ/ଭୋପାଳ,୨୭ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୧୮ ନଭେମ୍ବର ୨୮ରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୧୧୪ ଆସନ ଦଖଲ କରିଥିବା କଂଗ୍ରେସ ଝୁଲା ସରକାର ଗଠନ କରିଥିଲା। ଭାଜପା ୧୦୯ ଆସନରେ ସୀମିତ ରହିଥିଲେ ବି ଏପରି ପେଞ୍ଚ କରିଥିଲା ଯେ, କଂଗ୍ରେସ ସରକାରର ପତନ ଘଟିଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହୀ ସାଜି ୨ ଡଜନରୁ ଊର୍ଦ୍ଧ୍ୱ ଅନୁଗତ ବିଧାୟକଙ୍କୁ ନେଇ ଭାଜପାରେ ସାମିଲ ହୋଇଥିଲେ। ଫଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏଥିପାଇଁ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ କରି ପୁରସ୍କୃତ କରାଯାଇଥିଲା। କଂଗ୍ରେସର ୫ ବର୍ଷରୁ ୩ ବର୍ଷ ଶାସନ ଭାଜପା ଛଡ଼ାଇନେଇଥିଲା, ଯାହାର ପ୍ରତିଶୋଧ ନେବା ପାଇଁ ସର୍ବପୁରାତନ ଦଳ ଏବେ ଅଣ୍ଟା ଭିଡ଼ିଛି। ଏଭଳି ସ୍ଥିତିରେ ୨୦୨୪ ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭୋଟ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଏବଂ କଂଗ୍ରେସ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଏହିକ୍ରମରେ ଗତ ଅଗଷ୍ଟରୁ ଅଦ୍ୟାବଧି ଭାଜପା ପକ୍ଷରୁ ୨ଟି ପର୍ଯ୍ୟାୟରେ ୭୯ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ଫଗନ ସିଂ କୁଲସ୍ତେ। ସେହିପରି ଅନ୍ୟ ୪ ଦଳୀୟ ଏମ୍‌ପି ଗଣେଶ ସିଂ, ରିତି ପାଠକ, ରାକେଶ ସିଂ ଓ ଉଦୟ ପ୍ରତାପ ସିଂଙ୍କୁ ମଧ୍ୟ ଭାଜପା ଟିକେଟ ଦେଇଛି। ଏପରି କି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୌଳାସ ବିଜୟଭର୍ଗୀୟଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ନାମ ଅଦ୍ୟାବଧି ଘୋଷଣା କରାଯାଇନାହିଁ। ଭାଜପା ପକ୍ଷରୁ ଆହୁରି ୧୫୧ ଆସନରେ ପ୍ରାର୍ଥୀ ଦେବା ବାକି ଥିଲେ ହେଁ ୬୪ ବର୍ଷୀୟ ଶିବରାଜଙ୍କୁ ନେଇ କଂଗ୍ରେସ କଟାକ୍ଷ କରିଛି। ରାଜ୍ୟରେ ସରକାର ବିରୋଧୀ ହାଓ୍ବା ବହୁଛି। ଶାସକ ଦଳରେ ବିଶ୍ୱାସ ସଙ୍କଟ ସୃଷ୍ଟି ହୋଇଛି। ଭାଜପାର ଡବଲ ଇଞ୍ଜିନ ସରକାର ପରାଜୟ ସ୍ବୀକାର କରିଥିବା ମଧ୍ୟପ୍ରଦେଶ କଂଗ୍ରେସ କମିଟି (ଏମ୍‌ପିସିସି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି।
ସୁଦ୍ଧା ଅନ୍ୟ ରାଜ୍ୟଗୁଡ଼ିକ ଭଳି ମଧ୍ୟପ୍ରଦେଶ ନିର୍ବାଚନୀ ପ୍ରଚାରର କେନ୍ଦ୍ରସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଆସିଛନ୍ତି। ସୋମବାର ମୋଦିଙ୍କ ଭୋପାଳ ଗସ୍ତର କିଛି ଘଣ୍ଟା ପରେ ପ୍ରକାଶିତ ଭାଜପା ପ୍ରାର୍ଥୀ ତାଲିକାରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଏମ୍‌ପିଙ୍କ ନାମ ଯେତିକି ବିସ୍ମିତ କରିଛି ସେଥିରୁ ଅଧିକ ଆଶ୍ଚର୍ଯ୍ୟଚକିତ କରିଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ନେଇ ନୀରବତା। କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ମତରେ ଭାଜପା ବର୍ତ୍ତମାନ ବିରୋଧୀଙ୍କୁ ନେଇ ଭୟଭୀତ। ତେଣୁ ଶାସକ ଦଳ ‘ବୁଡ଼ିଯାଉଥିବା ଜାହାଜ’କୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ନେତାମାନଙ୍କୁ ବିଧାନସଭା ନିର୍ବାଚନରେ ଟିକେଟ ଦେଇଛି। ଏହି ବଡ଼ ନେତାମାନେ ଶିବରାଜଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। ସୂତ୍ରରୁ ଜଣାପଡ଼ିଛି ଯେ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ନ କରି ସାମୂହିକ ନେତୃତ୍ୱ ଜରିଆରେ ‘ଏକତା’ର ସନ୍ଦେଶ ଦେବାକୁ ଯାଉଛି। ତେଲଙ୍ଗାନା ଓ ମିଜୋରାମରେ ମଧ୍ୟ ଅନୁରୂପ ରଣନୀତି ଆପଣାଇପାରେ। ୨୬ ଦଳ ଏକାଠି ହୋଇ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନାମରେ ଗଢ଼ିଥିବା ବ୍ଲକ୍‌ର ପ୍ରଭାବ ବୃଦ୍ଧି ଘଟୁଥିବାବେଳେ ଶକ୍ତିଶାଳୀ ଭାଜପା ପ୍ରଥମ ଥର ପାଇଁ ଏକ ଅଣବିଭାଜିତ ବିରୋଧୀକୁ ସାମ୍ନା କରିବାକୁ ଯାଉଛି। ତେଣୁ କେନ୍ଦ୍ରରେ ସରକାର ଗଢ଼ିଥିବା ଏହି ଦଳ ଆଗକୁ ଆଉ କ’ଣ ସବୁ ଉପାୟ ପାଞ୍ଚୁଛି ତା’ ଉପରେ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?