Posted inଜାତୀୟ

ମଣିପୁର ହିଂସାରେ ଭାଜପା ସରକାର ବିଫଳ ହୋଇଛନ୍ତି, ବିରେନ ସିଂଙ୍କୁ ଶୀଘ୍ର ହଟାନ୍ତୁ: ସିପିଆଇଏମର ଦାବି…

ଇମ୍ଫାଲ,୧୯।୮ : ବରିଷ୍ଠ ସିପିଆଇ (ଏମ) ନେତା ଜିତେନ୍ଦ୍ର ଚୌଧୁରୀ ମଣିପୁରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାରେ ଭାଜପା ସରକାର ବିଫଳ ହୋଇଥିବା କହିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି। ତ୍ରିପୁରା ୟୁନିଟର ସାଧାରଣ ସମ୍ପାଦକ ତଥା ସିପିଆଇ (ଏମ) ପ୍ରତିନିଧି ଦଳର ସଦସ୍ୟ ଜିତେନ୍ଦ୍ର ଅଭିଯୋଗ କରିଛନ୍ତି ଉତ୍ତର-ପୂର୍ବ ରାଜ୍ୟରେ ଜାତିଗତ ହିଂସା ଭାଜପା-ଆରଏସଏସ ରଣନୀତିର ଏକ ଅଂଶ ଯାହାକି ଦେଶରେ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ।

ତେବେ ସିପିଆଇ (ଏମ) ନେତାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଭାଜପା କହିଛି। ତ୍ରିପୁରା ଭାଜପା ମୁଖପାତ୍ର ସୁବ୍ରତ ଚକ୍ରବର୍ତ୍ତୀ ଜିତେନ୍ଦ୍ରଙ୍କ ମନ୍ତବ୍ୟରେ ସତ୍ୟତା ନ ଥିବା କହିଛନ୍ତି। ରାଜ୍ୟ ଶାନ୍ତି ପଥରେ ଅଛି। ଉତ୍ତର-ପୂର୍ବ ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ କେନ୍ଦ୍ର ଓ ମଣିପୁର ସରକାର ଚେଷ୍ଟା କରୁଛନ୍ତି। କେତେକ ଘଟଣା ରିପୋର୍ଟ କରାଯାଉଥିଲେ ମଧ୍ୟ ସାମଗ୍ରିକ ସ୍ଥିତିରେ ସୁଧାର ଆସିଛି।

ମଣିପୁରରେ ହିଂସାକୁ ଆମେ ଏକ ପୃଥକ ପରିସ୍ଥିତି ଭାବରେ ଦେଖୁନାହୁଁ। ମାତ୍ର ଏଭଳି କାର୍ଯ୍ୟ ଦ୍ୱାରା ଭାଜପା ଲୋକଙ୍କ ମଧ୍ୟାରେ ଅବିଶ୍ୱାସ ଭାଜପା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଦେଶର ସବୁ ସ୍ଥାନରେ ଏଭଳି ଘଟଣା ଘଟୁଛି।

ସିପିଆଇ (ଏମ) ଜାତୀୟ ମହାସଚିବ ସୀତାରାମ ୟେଚୁରି କହିଛନ୍ତି ଦିନେ ଏକାଠି ବସବାସ କରୁଥିବା ଲୋକେ ଆଜି ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିବାରୁ ମଣିପୁରର ଅବସ୍ଥା ଚିନ୍ତାଜନକ ହେବାରେ ଲାଗିଛି। ଶାନ୍ତି ଆଣିବା କ୍ଷେତ୍ରରେ ରାଜ୍ୟରେ ବିରେନ ସିଂ ସରକାର କୌଣସି ଠୋସ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି।

କୁହାଯାଇଥିଲା ମଣିପୁରର ପରିସ୍ଥିତି ଉପରେ କେନ୍ଦ୍ର ନଜର ରଖିବ କିନ୍ତୁ ବାସ୍ତବତା ବହୁତ ଅଲଗା। ତାଙ୍କର ବହୁ ଚର୍ଚ୍ଚିତ ଇସ୍ତଫା ଡ୍ରାମା ପରେ ବିରେନ ସିଂ ଆଜି ପର୍ଯ୍ୟନ୍ତ ନାଟକ ଚଳାଇ ଚାଲିଛନ୍ତି। ୟେଚୁରୀ କହିଛନ୍ତି ଯେ ମଣିପୁରରେ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ବରଖାସ୍ତ କରିବାକୁ ଆମେ ଦାବି କରୁନାହୁଁ, ବରଂ ବିରେନ ସିଂଙ୍କୁ ତୁରନ୍ତ ହଟାଇବାକୁ ଦାବି କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Mettle Meet 2026: ସିନିୟର ବର୍ଗରେ ଚାମ୍ପିୟନ୍ ହେଲା ଆଇଆଇଟି ଖଡ଼ଗପୁର

ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର…

ଅପହୃତା ନାବାଳିକା ଉଦ୍ଧାର ଘଟଣା, ଘରକୁ ନେବାକୁ ମନାକଲେ ପରିବାର

ଦିଗପହଣ୍ଡି,୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସେହି ଗାଁର ଜଣେ ନାବାଳକ ଅପହରଣ କରି…

JPSCରେ ବଡ଼ ହଲଚଲ! ୩ ସଦସ୍ୟଙ୍କ ଇସ୍ତଫା, କାଲି CIDର ଜେରା

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC-JSSC ପରୀକ୍ଷାକୁ ନେଇ ଛାତ୍ର ଆନ୍ଦୋଳନ ଜାରି ଥିବା ବେଳେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।…

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri